କାଳ ବୈଶାଖୀ ପ୍ରଭାରେ ବର୍ଷା ଓ ଝଡ଼ ତୋଫାନ ଗଛ ପଡି ରାସ୍ତା ଅବରୋଧ, ବିଦ୍ୟୁତ ସରବାରହ ବ୍ୟାହତ, ତାପମାତ୍ରା ହ୍ରାସ

0
33
କାଳ

ରିପୋର୍ଟ : ଭଗବାନ ମହାନ୍ତି
ମୁରିବାହାଲ, (୨୦/୦୪) : ବ୍ଲକ ଅଞ୍ଚଳର କେତେକସ୍ଥାନରେ କାଳବୈଶାଖୀ ପ୍ରଭାବରେ ବର୍ଷା ଓ ପବନ ଯୋଗୁଁ ବ୍ୟାପକ କ୍ଷୟକ୍ଷତି ହୋଇଥିବା ଜଣାପଡିଛି ।WhatsApp Image 2024 04 21 at 09.12.07 କାଳ ବୈଶାଖୀ ପ୍ରଭାରେ ବର୍ଷା ଓ ଝଡ଼ ତୋଫାନ ଗଛ ପଡି ରାସ୍ତା ଅବରୋଧ, ବିଦ୍ୟୁତ ସରବାରହ ବ୍ୟାହତ, ତାପମାତ୍ରା ହ୍ରାସ

ବ୍ଲକ ଅନ୍ତର୍ଗତ ଗରଗଡବାହାଲ ପଞ୍ଚାୟତ ସଦର ମହକୁମା ସମେତ ବହୁ ଗ୍ରାମରେ ରାସ୍ତା ଉପରେ ଗଛ ପଡ଼ି ରାସ୍ତା ଅବରୋଧ ହେବା, ଘର ଛାତ ଉଡିଯିବା ସହ ବିଦ୍ୟୁତ୍ ଖମ୍ବଗୁଡ଼ିକ ଭାଙ୍ଗିଯିବାରୁ ଅଞ୍ଚଳରେ ବର୍ତ୍ତମାନ ସୁଦ୍ଧା ବିଦ୍ୟୁତ୍‌ ସରବରାହ ବ୍ୟାହତ ହୋଇରହିଛି । ପ୍ରବଳ ବର୍ଷା ଓ ପବନରେ ଶତାଧିକ ଗଛ ଭାଙ୍ଗିଯିବା ସହ ବିଦ୍ୟୁତ ଖୁଣ୍ଟ ଭାଙ୍ଗିଯାଇଥିବା ଜଣାପଡିଛି । ସେହିପରି ପତ୍ରାପାଲି(କ)ପଞ୍ଚାୟତ ଲାରିପଡା ଛକ ଅଞ୍ଚଳରେ ରାସ୍ତା ଉପରେ ଗଛ ପଡ଼ିଥିବା ବେଳେ ବାଇକ୍ ଆରୋହୀ ଅସୁରମୁଣ୍ଡା ଗ୍ରାମର ଧର୍ମୁ ସେଲମା ଓ ଅନ୍ୟ ଜଣେ ଦୁର୍ଘଟଣାଗ୍ରସ୍ତ ହୋଇଥିଲେ । ଦମକଳ ବାହିନୀ ପହଞ୍ଚି ଗଛକାଟି ରାସ୍ତା ସଫା କରିଥିଲେ ।ବର୍ଷା ପରେ ସାମାନ୍ୟ ତାପମାତ୍ରା ହ୍ରାସ ହୋଇଛି । ଲୋକେ ତାତିରୁ ସାମାନ୍ୟ ତ୍ରାହି ପାଇଛନ୍ତି ।

Leave a Reply