ମୁରିବାହାଲ ବ୍ଲକ ର ୨ଟି ପଞ୍ଚାୟତ ଟୁପାଉଡ଼ାର ଓ ଲେବେଡା କଂଗ୍ରେସ କର୍ମୀ ସମ୍ମିଳନୀ ଓ ମିଶ୍ରଣ ପର୍ବ”

0
111
ମୁରିବାହାଲ

ରିପୋର୍ଟ : ଭଗବାନ ମହାନ୍ତି
ମୁରିବାହାଲ, (୨୧/୪) : କଣ୍ଟାବାଞ୍ଜି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ମୁରିବାହାଲ ବ୍ଲକର ଟୁପାଉଡାର ଓ ଲେବେଡା ପଞ୍ଚାୟତ ର କଂଗ୍ରେସ କର୍ମୀ ସମ୍ମିଳନୀ ଓ ମିଶ୍ରଣ ପର୍ବ ସୁକୁନାଭଟା ଖେଳପଡିଆ ଠାରେ ରବିବାର ଦିନ ଅନୁଷ୍ଠିତ ହୋଇଯାଇଛି ।WhatsApp Image 2024 04 22 at 09.47.30 ମୁରିବାହାଲ ବ୍ଲକ ର ୨ଟି ପଞ୍ଚାୟତ ଟୁପାଉଡ଼ାର ଓ ଲେବେଡା କଂଗ୍ରେସ କର୍ମୀ ସମ୍ମିଳନୀ ଓ ମିଶ୍ରଣ ପର୍ବ"

ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ କଣ୍ଟାବାଞ୍ଜି ବିଧାୟକ ଶ୍ରୀଯୁକ୍ତ ସନ୍ତୋଷ ସିଂ ସାଲୁଜା,(କୁକୁସିଂ) ସମ୍ମାନିତ ଅତିଥି ଯୁବନେତା ତଥା ତଥା ପିସିସି ସଦସ୍ୟ ଅମିତ ସିଂ ସାଲୁଜା (ସେଜି ସିଂ ),ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ବେଲାରସେନ ବେହେରା, ବ୍ଲକ କଂଗ୍ରେସ ଉପସଭାପତି ବିଭୀଷଣ ମହାନନ୍ଦ,ଲେବେଡା ପଞ୍ଚାୟତ ପୂର୍ବତନ ସମିତି ସଭ୍ୟ ଜିତେନ୍ ହାତୀ, ମହିଳା ନେତ୍ରୀ ରଜନୀ ଦୀପ,ଟୁପାଉଡାର ପଞ୍ଚାୟତ ପୂର୍ବତନ ସରପଞ୍ଚ ପୀତବାସ ବେହେରା, ପ୍ରମୁଖ ମଞ୍ଚାସିନ ଥିଲେ । କଂଗ୍ରେସ ଦଳର ନୀତି ଆଦର୍ଶ ଓ ମାନ୍ୟବର କଣ୍ଟାବାଞ୍ଜି ବିଧାୟକ ଶ୍ରୀଯୁକ୍ତ ସନ୍ତୋଷ ସିଂ ସାଲୁଜା ଙ୍କ ଉନ୍ନୟନ ମୁଲକ କାର୍ଯ୍ୟ ରେ ଅନୁପ୍ରାଣିତ ହୋଇ ଟୁପାଉଡାର ଓ ଲେବେଡା ପଞ୍ଚାୟତର ୩୦୦ ରୁ ଉର୍ଦ୍ଧ ପୁରୁଷ ଓ ମହିଳା କଂଗ୍ରେସ ଦଳରେ ଯୋଗଦେଇଥିଲେ ।

ଆସନ୍ତା ଏପ୍ରିଲ ୨୦ ତାରିଖରେ ହେବାକୁ ଥିବା ସାଧାରଣ ନିର୍ବାଚନ ରେ କଂଗ୍ରେସ ଦଳର ବିଧାୟକ ପ୍ରାର୍ଥୀ ଭାବେ ସନ୍ତୋଷ ସିଂ ସାଲୁଜାଙ୍କୁ ପୁଣି ଥରେ ବିପୁଳ ପରିମାଣ ରେ ଭୋଟ ଦେଇ ଜିତାଇବା ସହିତ କଣ୍ଟାବାଞ୍ଜି ନିର୍ବାଚନ ମଣ୍ଡଳୀର ବିକାଶଧାରାକୁ ଆଗେଇ ନେବାପାଇଁ ଉପସ୍ଥିତ ନେତା ଓ କର୍ମୀ ଙ୍କୁ ସାଲୁଜା ଗୁରୁମନ୍ତ୍ର ଦେଇଥିଲେ। ଏହି କାର୍ଯ୍ୟକ୍ରମରେ ଟୁନା ମିଶ୍ର, ହରିଶ୍ଚନ୍ଦ୍ର ସାହୁ, ଝସକେତନ ହାତୀ, ଦଶରଥ ବାଗ, ମୁରଲୀ ମାଝୀ, ନିଶିକାନ୍ତ ଦୀପ, କହେଁଇ ଲାଲ ମହାନନ୍ଦ, ରସ୍ତୁ ବାଗ, ଭୀମ ଛୁରା, ସୁଦାମ ସାହୁ,ନରେନ୍ଦ୍ର ବନଛୋର, ସମେତ ହଜାର ହଜାର ସଂଖ୍ୟାରେ ପୁରୁଷ ଓ ମହିଲା ସାମିଲ ହୋଇଥିଲେ ।