ଶହେ ଟଙ୍କା ପାଇଁ ସାଂଘାତିକ କଳି; ପୁଅକୁ ହାଣିଲା ବାପା

0
22
ଶହେ

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
କଟକ, (୨୩/୦୪) : ମାତ୍ର ଶହେ ଟଙ୍କା ପାଇଁ ବାପପୁଅଙ୍କ ମଧ୍ୟରେ ହେଲା ବଚସା। ଏହି ବଚସା କ୍ରମଶଃ ଉଗ୍ର ରୂପ ଧାରଣ କରିବାରୁ ରକ୍ତମୁଖା ସାଜିଲା ବାପା ।

ଯେଉଁ ପୁଅକୁ ଦୁନିଆର ଆଲୋକ ଦେଖାଇଥିଲା, ତା’କୁ ଦୁନିଆରୁ ପଠାଇବାର ଯୋଜନା କଲା । ପୁଅ ଶୋଇଥିବା ବେଳେ କଟୁରୀରେ ହାଣିଦେଲା ଜହ୍ଲାଦ ବାପା । ଏପରି ଏକ ଅଭାବନୀୟ ଘଟଣା କଟକ ଜିଲ୍ଲା ମାହାଙ୍ଗା ଥାନା ଲଳିତଗିରି ଗାଁରେ ଘଟିଛି। ଅଭିଯୁକ୍ତ ବାପା ମାନସ ବେହେରାଙ୍କୁ ବାନ୍ଧିଛି ପୁଲିସ୍‌ । ପୁଅ ଅବସ୍ଥା ଗୁରୁତର ଥିବା ବେଳେ ତାଙ୍କୁ କଟକ ବଡ଼ ମେଡିକାଲ ପଠାଇ ଦିଆଯାଇଛି । ଗତକାଲି ଶହେ ଟଙ୍କା ପାଇଁ ମାନସ ଓ ତାଙ୍କ ପୁଅଙ୍କ ମଧ୍ୟରେ ତୀବ୍ର ଝଗଡ଼ା ହୋଇଥିଲା । ଏପରିକି ଘରୁ ନ ପଳାଇଲେ ପରିଣାମ ଭୟଙ୍କର ହେବ ବୋଲି ପୁଅ ବାପାଙ୍କୁ ଧମକ ଦେଇଥିଲା ।

ଏଥିରେ ଉତ୍ତ୍ୟକ୍ତ ହୋଇ ପଡ଼ିଥିବା ମାନସ ସୁଯୋଗ ଅପେକ୍ଷାରେ ଥିଲେ । ଏହାପରେ ପୁଅ ଖଟରେ ଶୋଇଥିବା ବେଳେ ତା’ ବେକକୁ କଟୁରୀରେ ହାଣି ଦେଇଥିଲେ । ରକ୍ତାକ୍ତ ଅବସ୍ଥାରେ ପୁଅ ଚିତ୍କାର କରୁଥିବା ବେଳେ ମାନସ ଘରୁ ପଳାଇବାକୁ ଚେଷ୍ଟା କରୁଥିଲେ । ମାତ୍ର ଗାଁ ଲୋକେ ତାଙ୍କୁ ବାନ୍ଧି ପକାଇ ପୁଲିସ୍‌କୁ ଖବର ଦେଇଥିଲେ । ମାହାଙ୍ଗା ପୁଲିସ୍‌ ପହଞ୍ଚି ମାନସଙ୍କୁ ବାନ୍ଧି ଥାନାକୁ ନେଇଛି । ଏଥିସହ ତାଙ୍କ ପୁଅଙ୍କୁ ପ୍ରଥମେ ମାହାଙ୍ଗା ମେଡିକାଲରେ ଭର୍ତ୍ତି କରାଯାଇଥିଲା । ସେଠାରୁ ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ କଟକ ସ୍ଥାନାନ୍ତର କରାଯାଇଛି ।

Leave a Reply