ପ୍ରାର୍ଥୀ ପତ୍ର ଦାଖଲ କଲେ ବିଜେଡି ବିଧାୟକ ପ୍ରାର୍ଥୀ ରଘୁନାଥ ଗମାଙ୍ଗ

0
115
ପ୍ରାର୍ଥୀ

ରିପୋର୍ଟ : ବିରଞ୍ଚି ପ୍ରସାଦ ଶତପଥୀ
ଗୁଣପୁର, (୨୪/୪) : ଆଜି ରାୟଗଡ଼ା ଜିଲ୍ଲା ଗୁଣପୁର ନିର୍ବାଚନ ମଣ୍ଡଳୀ ପାଇଁ ବିଜେଡି ବିଧାୟକ ପ୍ରାର୍ଥୀ ଭାବେ ରଘୁନାଥ ଗମାଙ୍ଗ ନିଜ ନାମାଙ୍କନ ପତ୍ର ଗୁଣପୁର ଉପଜିଲ୍ଲାପାଳଙ୍କ ନିକଟରେ ଦାଖଲ କରିଛନ୍ତି ।WhatsApp Image 2024 04 24 at 15.59.12 ପ୍ରାର୍ଥୀ ପତ୍ର ଦାଖଲ କଲେ ବିଜେଡି ବିଧାୟକ ପ୍ରାର୍ଥୀ ରଘୁନାଥ ଗମାଙ୍ଗ

ରଘୁନାଥ ଗମାଙ୍ଗଙ୍କ ନେତୃତ୍ବରେ ନୂତନ ବସଷ୍ଟାଣ୍ଡ ଠାରେ ବିଜୁ ବାବୁଙ୍କ ପ୍ରତିମୂର୍ତ୍ତୀରେ ମାଲ୍ୟାର୍ପଣ କରି ଏକ ବିଶାଳ ଶୋଭାଯାତ୍ରା ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଅଭିମୁଖେ ବାହାରିଥିଲା । ଗୁଣପୁର ନିର୍ବାଚନ ମଣ୍ଡଳୀର ପ୍ରତି ବ୍ଲକ ଓ ପଞ୍ଚାୟତର ହଜାର ହଜାର ସଂଖ୍ୟାରେ ବିଜେଡି କର୍ମୀ ଓ ନେତା ଶୋଭାଯାତ୍ରାରେ ଯୋଗ ଦେବା ସହ, ବିଜେଡି ଜିନ୍ଦାବାଦ ନାରାବାଜି ଦେଇଥିଲେ । ନାରାବାଜି ସାଙ୍ଗକୁ ଆଦିବାସୀ ନୃତ୍ୟ ରେ ଗୁଣପୁର ସହର ଦୁଲୁକି ଉଠୁଥିଲା । ଏହି କାର୍ଯ୍ୟକ୍ରମରେ ଜିଲ୍ଲା ବିଜେଡି ସଭାପତି ଏନ୍ ଭାଷ୍କର ରାଓ , ରାଜ୍ୟ ସାଧାରଣ ସମ୍ପାଦକ ସୁଧୀର ଦାସ , ରାଜ୍ୟ ଛାତ୍ର ଜନତାଦଳର ଉପସଭାପତି ବିଷ୍ଣୁ ପଣ୍ଡା , ବ୍ଲକ ଜୁବ ସଭାପତି ଭାଷା ଶତପଥୀ , ଗୁଣପୁର ନଗର ସଭାପତି ରାମ ପଣ୍ଡା , ଦେଵୀ ଆଚାର୍ଯ୍ୟ , ଭାଗିରଥି ବିଷୋୟୀ ଓ ସମସ୍ତ କାଉନସିଲର ଓ କର୍ମୀମାନେ ଯୋଗ ଦେଇଥିଲେ ।

ଏହି ଅବସରରେ ଗୁଣପୁର ନିର୍ବାଚନ ମଣ୍ଡଳୀରେ ପୁଣି ଥରେ ଶଙ୍ଖକୁ ବିଜୟୀ କରାଇବାକୁ କର୍ମୀ ମାନେ ସଙ୍କଳ୍ପ ନେଇଥିଲେ । ଚଳିତ ନିର୍ବାଚନରେ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ମଳ ଭାବମୂର୍ତ୍ତି , ଓଡ଼ିଶାର ବିକାଶ, ଜନ୍ମରୁ ମୃତ୍ୟୁ ପର୍ଯ୍ୟନ୍ତ ଯୋଜନା ଓ ବିକଶିତ ଓଡ଼ିଶା ଗଠନର ସ୍ବପ୍ନକୁ ନେଇ ଜନସାଧାରଣ ନିକଟରେ ପହଞ୍ଚିଵେ ବୋଲି ବିଧାୟକ ପ୍ରାର୍ଥୀ ରଘୁନାଥ ଗମାଙ୍ଗ କହିଛନ୍ତି ।

Leave a Reply