କଳସ ଯାତ୍ରାରେ ନାଚିବାକୁ ନେଇ ଗୋଷ୍ଠୀ ସଂଘର୍ଷ; ୮ ଆହତ

0
26
କଳସ

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ଯାଜପୁର, (୨୭/୦୪) : କଳସ ଯାତ୍ରାରେ ନାଚିବାକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ଘଟି ଉଭୟ ପକ୍ଷର ୮ ଜଣ ଆହତ ହୋଇଛନ୍ତି ।

ଯାଜପୁର ଜିଲ୍ଲା କୋରାଇ ଥାନା ଆଲଡ଼ା ଗ୍ରାମରେ ଏହି ଘଟଣା ଘଟିଛି । ଆହତମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ପୁଲିସ ଏହି ଘଟଣାରେ ୧୧ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି । ଆଲଡ଼ା ଗ୍ରାମରେ ଗତ ୩ ଦିନ ଧରି ଚାଲିଥିବା ହିଙ୍ଗୁଳା ମା’ଙ୍କ ପୂଜା ଚାଲିଛି। ଗତକାଲି ଉଦଯାପନ ଦିବସ ଥିଲା । ଏହି ଅବସରରେ ଗତକାଲି ରାତିରେ ଏକ କଳସ ଶୋଭାଯାତ୍ରା ହେଉଥିବା ସମୟରେ ନାଚିବାକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ହୋଇଥିଲା । ଏହି ସଂଘର୍ଷ ଉଗ୍ର ରୂପ ନେଇଥିଲା । ପରସ୍ପର ପରସ୍ପର ମଧ୍ୟରେ ମାରପିଟ ହୋଇଥିଲା । ପୁଲିସ ପହଞ୍ଚିବା ପରେ ଉତ୍ତେଜନା ଥମିଥିଲା । ପୁଲିସ ଏହି ଘଟଣାରେ ୧୧ ଜଣଙ୍କୁ ଅଟକ ରଖି ପଚରାଉରା କରୁଛି ଓ ଘଟଣାର ତଦନ୍ତ କରୁଛି ।

Leave a Reply