ନନ୍ଦନକାନନରେ ଦୁର୍ବୃତ୍ତଙ୍କ ଆତଙ୍କରାଜ: ୨ ଗିରଫ

0
15
ନନ୍ଦନକାନନ

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ଭୁବନେଶ୍ୱର, (୩୦/୦୪) : ଭୁବନେଶ୍ୱର ସ୍ଥିତ ନନ୍ଦନକାନନ ପ୍ରାଣୀ ଉଦ୍ୟାନର ଉପ ନିର୍ଦ୍ଦେଶକଙ୍କ ଅଫିସରେ ଦୁର୍ବୃତ୍ତଙ୍କ ଆତଙ୍କରାଜ ଘଟଣାରେ ୨ଜଣଙ୍କୁ ଗିରଫ କରିଛି ପୁଲିସ

ସିସିଟିଭି ଆଧାରରେ ପୁଲିସ ୨ ଅଭିଯୁକ୍ତଙ୍କୁ ଗିରଫ କରିଥିବା ଜଣାଯାଇଛି । ଗତକାଲି ସନ୍ଧ୍ୟାରେ କିଛି ଦୁର୍ବୃତ୍ତ ଅଫିସ ଭିତରକୁ ମାରଣାସ୍ତ୍ର ଧରି ପଶିବା ସହ ଆତଙ୍କ ସୃଷ୍ଟି କରିଥିଲେ । ଅଫିସରେ ଉପସ୍ଥିତ ଥିବା ଉପନିର୍ଦ୍ଦେଶକଙ୍କ ଅଫିସରେ ଜୀବବିଜ୍ଞାନୀ ଡକ୍ଟର ରାଜେଶ ମହାପାତ୍ର, ଏସିଏଫ୍ ଡକଟର ସୁଦୀପ୍ତ କୁମାର ପଣ୍ଡା ଓ ଡକ୍ଟର ରଶ୍ମୀ ରଂଜନ ସ୍ୱାଇଁ ପ୍ରମୁଖଙ୍କୁ ଦୁର୍ବ୍ୟବହାର ସହ ମାରଣାସ୍ତ୍ର ଧରି ଆକ୍ରମଣ କରିଥିଲେ । ଏହାସହ ଦୁର୍ବୃତ୍ତମାନେ କମ୍ପ୍ୟୁଟର, ଲାପଟପ୍, ପ୍ରିଣ୍ଟର୍, ଟିଭି ଏବଂ ଆସବାବପତ୍ର ସମେତ ଅନେକ ଅଫିସ୍ ସମ୍ପତ୍ତିକୁ ନଷ୍ଟ କରିଥିବା ଅଭିଯୋଗ ହୋଇଛି । ଯାହାର ଚିତ୍ର ସିସିଟିଭିରେ କଏଦ୍ ହୋଇଛି ।

ସେହିପରି ଅଡିଟ୍ଅ ଧିକାରୀଙ୍କ ଲାପଟପ୍ ଓ ମୋବାଇଲ୍ ଫୋନକୁ ବି ନଷ୍ଟ କରିଦେଇଛନ୍ତି ଦୁର୍ବୃତ୍ତ । ଏ ସଂପର୍କରେ ନନ୍ଦନକାନନ ଥାନାରେ ମାମଲା ରୁଜ୍ଜୁ କରାଯାଇଥିଲା । ସିସିଟିଭି ଫୁଟେଜ ଆଧାରରେ ଏଥିରେ ସଂପୃକ୍ତ ଥିବା ଦୁଇ ଦୁର୍ବୃତ୍ତଙ୍କୁ ଗତକାଲି ବିଳମ୍ବିତ ରାତିରେ ଗିରଫ କରିଛି । ତେବେ ଏଭଳି ଆତଙ୍କରାଜ ପଛର କାରଣ କ’ଣ, ସେନେଇ ସ୍ପଷ୍ଟ ସୂଚନା ମିଳିପାରିନାହିଁ ।