ମାନବାଧିକାର କମିଶନଙ୍କ ନିର୍ଦ୍ଦେଶ ମାନୁନାହାନ୍ତି ଟାଟା ପାୱାର ଅଧିକାରୀ

0
25
ମାନବାଧିକାର

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟଉର୍ତ୍ତ //
କଟକ, (୦୧/୦୫) : ସର୍ଟ ସର୍କିଟରୁ ଫସଲ ନଷ୍ଟ । ଟାଟା ପାୱାର ଅଧିକାରୀ ମାନୁନାହାନ୍ତି ମାନବାଧିକାର କମିଶନଙ୍କ ନିର୍ଦେଶ ।

କଟକ ଜିଲ୍ଲାର କିଶନନଗର ଥାନା ଅଧିନସ୍ତ ବାଲିଶୁକ୍ରୀ ଗ୍ରାମର ନଈକୂଳ ପାଟଣା ସାହି ଦେଇ ଯାଇଥିବା ଉଚ୍ଚ କ୍ଷମତା ସମ୍ପନ୍ନ ବିଦ୍ୟୁତ ତାରରୁ ଗତକାଲି ମଧ୍ୟାହ୍ନ ସମୟରେ ନିଆଁ ପିଣ୍ଡୁଳା ଖସିଥିଲା । ଏହି ନିଆଁରେ ନଡ଼ିଆ ଗଛ, ଶାଗୁଆନ ଗଛ,ମୂଲ୍ୟବାନ କାଠ ସହ ଫସଲ ଜଳି ପୋଡି ପାଉଁଶ ହୋଇଯାଇଛି । ଘରବାଡ଼ି ଜାଗାରୁ ଉଚ୍ଚ କ୍ଷମତା ସମ୍ପନ୍ନ ବିଦ୍ୟୁତ ଲାଇନ ହଟାଇବା ପାଇଁ ଟାଟା ପାୱାର ଅଧିକାରୀଙ୍କୁ ବହୁବାର ଲିଖିତ ଭାବେ ଜଣାଇ ଥିଲେ ହେଲେ କୌଣସି ସୁଫଳ ନମିଳିବାରୁ ମାନବାଧିକାରଙ୍କ କମିଶନଙ୍କ ଦ୍ୱାରସ୍ଥ ହୋଇଥିଲେ ।

କମିଶନର ଘରବାଡ଼ି ଜାଗାରୁ ଉଚ୍ଚ କ୍ଷମତା ବିଦ୍ୟୁତ ଲାଇନ ହଟାଇବାକୁ ଟାଟା ପାୱାରକୁ ନିର୍ଦେଶ ଦେଇଥିଲେ । ହେଲେ ଏପର୍ଯ୍ୟନ୍ତ ଟାଟା ପାୱାର କମିଶନଙ୍କ ନିର୍ଦେଶକୁ କାର୍ଯ୍ୟକାରୀ କରୁନାହିଁ । ଘରବାଡି ଜାଗା ଉପରେ ଉଚ୍ଚ କ୍ଷମତା ସମ୍ପନ୍ନ ବିଦ୍ୟୁତ ଲାଇନ ଯାଇ ପାରିବନି ବୋଲି OERCର ନିୟମ ଥିଲେ ମଧ୍ୟ ତାହାକୁ କିଶନନଗର ଅଞ୍ଚଳରେ ଥିବା ଟାଟା ପାୱାର ଅଧିକାରୀ ମାନୁନାହାନ୍ତି । ଘରବାଡି, ସ୍କୁଲୁ ପରିସରରେ ଉଚ୍ଚ କ୍ଷମତା ସମ୍ପନ୍ନ ୩୩କେଭି ବିଦ୍ୟୁତ ଲାଇନ ଯାଇଛି । କେତେ ବେଳେ ବଡ଼ ଅଘଟଣ ଘଟିବ ତାହାକୁ କେହି ଏଡାଇ ପାରିବେନି । ତୁରନ୍ତ ଏଦିଗରେ ପଦକ୍ଷେପ ନେବାକୁ ଅଞ୍ଚଳବାସୀ ଦାବି କରିଛନ୍ତି ।