ବାଲିଗୁଡାରେ କାର୍ତ୍ତିକ ପାଣ୍ଡିଆନଙ୍କ ଜୋରଦାର ପ୍ରଚାର

0
33
ବାଲିଗୁଡା

ରିପୋର୍ଟ : ବିଭୂତି ଲହରିଆ
ବାଲିଗୁଡା, (୨/୫) : ବିଜୁ ଜନତା ଦଳର ଷ୍ଟାର ପ୍ରଚାରକ ତଥା ବରିଷ୍ଠ ନେତା କାର୍ତ୍ତିକ ପାଣ୍ଡିଆନ ଆଜି ବାଲିଗୁଡା ଠାରେ ଦଳୀୟ ପ୍ରାର୍ଥୀଙ୍କ ପାଇଁ ଜୋରଦାର ପ୍ରଚାର କରି ସେମାନଙ୍କୁ ବିପୁଳ ଭୋଟରେ ଜିତାଇବାକୁ ଅନୁରୋଧ କରିଛନ୍ତି ।WhatsApp Image 2024 05 02 at 21.18.12 2 ବାଲିଗୁଡାରେ କାର୍ତ୍ତିକ ପାଣ୍ଡିଆନଙ୍କ ଜୋରଦାର ପ୍ରଚାର

କନ୍ଧମାଳ ସାଂସଦ ପ୍ରାର୍ଥୀ ଡକ୍ଟର ଅଚ୍ୟୁତ ସାମନ୍ତ ଏବଂ ବାଲିଗୁଡା ବିଧାନସଭା ପ୍ରାର୍ଥୀ ଚକ୍ରମଣି କହଁରଙ୍କୁ ବିପୁଳ ସଂଖ୍ୟାରେ ଭୋଟ ଦେଇ ବିଜୟୀ କରିବାକୁ କହିଛନ୍ତି । ବିରୋଧୀ ଦଳଙ୍କୁ ସିଧା ସଳଖ ଆକ୍ରମଣ କରି ସେ କହିଲେ ଯେ ଏଭଳି ଜନସମାବେଶ ଦେଖି ବିରୋଧୀ ଦଳ ଆତ୍ମବିଶ୍ବାସ ହରାଉଛି । ବର୍ଷକ ତଳେ ପଞ୍ଚାୟତ ନିର୍ବାଚନରେ ସବୁ ଜିଲ୍ଲାରେ ହାରିଥିଲେ, ତେଣୁ ତାଙ୍କ ମନୋବଳ ପୁରା ଭାଙ୍ଗି ଯାଇଛି । ତାଙ୍କ ପାଖରେ କହିବାକୁ କିଛି ନାହିଁ, ତେଣୁ ମିଛ କହିବା ଆରମ୍ଭ କରିଛନ୍ତି, ଦଳୀୟ କର୍ମୀଙ୍କ ମନୋବଳ ବୃଦ୍ଧି ପାଇଁ ଅପପ୍ରଚାର କରୁଛନ୍ତି । ଆପଣମାନେ ତାଙ୍କୁ ପଚାରନ୍ତୁ, ହିସାବ ମାଗନ୍ତୁ। ହିସାବ ମାଗିଲେ ଲୁଚିକି ପଳେଇବେ, ଆଉ ଦେଖା ଦେବେନି । ନବୀନ ଗ୍ୟାରେଣ୍ଟି ହେଉଛି ଆମେ ପୁଣି ଆସିବୁ, ଆପଣମାନଙ୍କୁ ପୁଣି ହିସାବ ଦେବୁ । ମୁଖ୍ୟମନ୍ତ୍ରୀ ସବୁ ଧର୍ମକୁ, ସବୁ ଧର୍ମାବଲମ୍ବୀଙ୍କୁ ସମ୍ମାନ କରନ୍ତି, ସେଥିପାଇଁ ଓଡିଶାରେ ଶାନ୍ତି ଅଛି ।

ଜନଜାତିଙ୍କ ସଂଗୃହୀତ ଜଙ୍ଗଲଜାତ ଦ୍ରବ୍ୟ ସରକାର କିଣିବା ପାଇଁ ‘ଲାଭ‘ ଯୋଜନା କରିଛନ୍ତି । ଆପଣମାନେ ସମସ୍ତେ ସର୍ବନିମ୍ନ ସହାୟକ ମୂଲ୍ୟ ପାଇବେ। କେହି ଆପଣଙ୍କୁ ଠକି ପାରିବେ ନାହିଁ । ବାଲିଗୁଡାରେ ୩୩୫ କୋଟି ଟଙ୍କାର କାମ ଚାଲିଛି। ଜଗନ୍ନାଥ ମନ୍ଦିର, ପାଟଖଣ୍ଡା ମନ୍ଦିର ଓ ଧବଳେଶ୍ବର ଶିବ ମନ୍ଦିର ପାଇଁ ୨ କୋଟି ୫୦ ଲକ୍ଷ ଟଙ୍କା । ବସ୍ତିଙ୍ଗିଆ ଚର୍ଚ୍ଚ ନିର୍ମାଣ ପାଇଁ ୧୦ ଲକ୍ଷ ଟଙ୍କା ଏବଂ ବାରଖମା, କଞ୍ଜାମେଣ୍ଡିରେ ଖ୍ରୀଷ୍ଟିଆନ ମାଇନରିଟି ସେଣ୍ଟର ପାଇଁ ସହାୟତା ଦିଆଯାଇଛି ।

ବାଲିଗୁଡା-ମାଦିନାଟ ସ୍ଥାନୀୟ ନାଳ ଉପରେ ହାଇଲେବୁଲ ସେତୁ ପାଇଁ ୬ କୋଟି ଟଙ୍କା, ବାଲିଗୁଡା-ବାରଖମା-ଖମଣଖୋଳ-ସିନ୍ଧିଗୁଡା ରାସ୍ତାରେ ହାଇଲେବୁଲ ସେତୁ ପାଇଁ ୫.୭୦ କୋଟି ଟଙ୍କା, ବାଲୁଗୁଡା-ବୁଦାଗୁଡା ରାସ୍ତାର ଉନ୍ନତି ପାଇଁ ୪୫ କୋଟି ଟଙ୍କା, ପିଡାମାହା-ଡୁଡୁମିଲା ରାସ୍ତାର ଉନ୍ନତିକରଣ ଓ ସେତୁ ନିର୍ମାଣ ପାଇଁ ୧୯.୫୦ କୋଟି ଟଙ୍କା, ଗୁମୁଡୁମାହା-ଲାହାଡି ରାସ୍ତା ଉନ୍ନତିକରଣ ଓ ସେତୁ ନିର୍ମାଣ ପାଇଁ ୧୧.୫୦ କୋଟି ଟଙ୍କା ଏବଂ ଲୁଡୁ ଜଳପ୍ରପାତ ଓ ସାପନଳା ପର୍ଯ୍ୟଟନ କ୍ଷେତ୍ରର ବିକାଶ ପାଇଁ ୧.୨୦ କୋଟି ଟଙ୍କାର କାମ ଚାଲିଥିବା ଶ୍ରୀ ପାଣ୍ଡିଆନ କହିଥିଲେ ।