ଗଜପତି ରେ ମୁଖମନ୍ତ୍ରୀ ନବୀନ ଓ ପାଣ୍ଡିଆନ

0
67
ଗଜପତି

ରିପୋର୍ଟ : ପ୍ରଣତି ସାବତ
ଗଜପତି, (୦୫/୦୫) : ଓଡିଶା ର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟନାୟକ ଓ ଭି. କେ ପାଣ୍ଡିଆନ ଆଜି ଗଜପତି ରେ ପ୍ରଚାର ରେ ସାମିଲ ହୋଇଛନ୍ତି ।

ପୂର୍ବରୁ ନିର୍ଦ୍ଧାରିତ ପ୍ରକାରେ ବିଜେଡ଼ି ସୁପ୍ରିମୋ ନବୀନ ଓ ଷ୍ଟାର ପ୍ରଚାରକ ଶ୍ରୀ ଭି. କେ. ପାଣ୍ଡିଆନ ସନ୍ଧ୍ୟା, ୫ ଟାରେ ପାରଳାଖେମୁଣ୍ଡି ର ଗଜପତି ଷ୍ଟାଫୟମ ଠାରେ ଦଳ ପକ୍ଷରୁ ଆୟୋଜିତ ନିର୍ବାଚନୀ ସଭାରେ ଉପସ୍ଥିତ ରହି ଦଳ ପାଇଁ ପ୍ରଚାର କରିଥିଲେ । ରାୟଗଡା ରୁ ହେଲିକେପଟର ଯୋଗେ ଉଭୟେ ଗଜପତି ରେ ପହଂଚି ପାରଳାଖେମୁଣ୍ଡି ଓ ମୋହନା ନିର୍ବାଚନ ମଣ୍ଡଳୀ ରେ ଦଳ ର ପ୍ରାର୍ଥୀ ଶ୍ରୀ ରୁପେଶ ପାଣିଗ୍ରାହୀ, ଓ ଅନ୍ତର୍ଜାମୀ ଗମାଙ୍ଗ ଓ ସାଂସଦ ପ୍ରାର୍ଥୀ ଶ୍ରୀ ଭୃଗୁ ବକ୍ସିପାତ୍ର ଙ୍କ ନିମନ୍ତେ ପ୍ରଚାର କରିଥିଲେ । ଏହି ସଭା ରେ ଦଳ ର ଜିଲ୍ଲା ସଭାପତି ଶ୍ରୀ ଜଗବନ୍ଧୁ ଦାସ ଓ ରାଜ୍ୟ ସମ୍ପାଦକ ଶ୍ରୀ ପ୍ରଦୀପ ନାୟକ ମଂଚାସୀନ ହୋଉଥିଲେ । ଶ୍ରୀ ପଟନାୟକ ତାଙ୍କ ସରକାରଙ୍କ ବିଭିନ୍ନ ଯୋଜନା ସମ୍ପର୍କରେ ଲୋକ ଙ୍କୁ ପ୍ରଶ୍ନ ଉତ୍ତର ମାଧ୍ୟମ ରେ ଜବାବ ମାଗିଥିଲେ | ପାରଳା ମାଟିକୁ ନମନ କରି ନିଜ ର ଭାଷଣ ଅରମ୍ଭ କରିଥିଲେ ।

ଶ୍ରୀ ପାଣ୍ଡିଆନ ବିରୋଧୀ ଦଳ ର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ କିଏ? ଯଦି ଦଳ ଘୋଷଣା କରିଥାନ୍ତା ତାହା ହେଲେ ୧୦ % ସିଟ ମଧ୍ୟ ଆସିବ ନାହିଁ । ବେକାରୀ ଙ୍କୁ ବର୍ଷ କୁ ଦୁଇ କୋଟି ନିଯୁକ୍ତି ଦେବାର ଘୋଷଣା ବିଜେପି କରିଥିଲେ ମଧ୍ୟ ବର୍ଷ କୁ ୮୦ ହଜାର ନିଯୁକ୍ତି ମଧ୍ୟ ଦେଇନାହିଁ । ଓଡିଶା ର ବିକାଶ ର ବ୍ରାଣ୍ଡ କେବଳ ନବୀନ ବାବୁ ଏଠି ଡବଲ ଇଂଜିନ ର ଦରକାର ନାହିଁ । କେବଳ ନବୀନ ଇଂଜିନ ଯଥେଷ୍ଟ ବୋଲି କହିଥିଲେ ।ପାରଳା ବାଇପାସ ରୋଡ଼, ରାମ ସାଗର ର ପୁନଃରୁଦ୍ଧାର, ଡମ୍ବପୁର ଜଳ ସେଚନ ବ୍ୟବସ୍ଥା, ବିଭିନ୍ନ ମଠ, ଗୀର୍ଜା, ଓ ମସଜିଦ ର ଉନ୍ନତି ବିଜେଡ଼ି କରିଛି ବୋଲି କହିଥିଲେ । ଶ୍ରୀ ଭୃଗୁ ବକ୍ସିପାତ୍ର ଓ ଶ୍ରୀ ରୁପେଶ ଓ ଅନ୍ତର୍ଜାମୀ ଙ୍କୁ ବିକାଶ ର ସେବକ ଭାବେ ଆପଣ ମାନେ ଦୁଇଥର ଶଙ୍ଖ ଦବାଇ ପଠାଇବା ଦାଇତ୍ୱ ଆପଣଙ୍କ ର ବୋଲି କହିଥିଲେ ।

ଗଜପତି ର ବିକାଶ କିଏ ଯଦି କରିଛନ୍ତି ସେ ଆଉ କେହି ନୁହନ୍ତି ନବୀନ ବାବୁ ବୋଲି ଶ୍ରୀ ରୁପେଶ କହିଥିଲେ । ଜନ୍ମ ରୁ ମୃତ୍ୟୁ ପର୍ଯ୍ୟନ୍ତ ସମସ୍ତ ଯୋଜନା ର ସୂତ୍ରଧର ନବୀନ ବୋଲି ଶ୍ରୀ ବକ୍ସିପାତ୍ର କହିଥିଲେ । ଯଦି କେନ୍ଦ୍ର ମନ୍ତ୍ରୀ ବିକାଶ ର ଭାଷା ବୁଝି ପାରୁ ନାହାନ୍ତି ତାଙ୍କୁ ମୁଁ କିଭଳି ବୁଝାଇବି, ଯଦି ତାଙ୍କ ସାହସ ଅଛି ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ କିଏ ଘୋଷଣା କରନ୍ତୁ, ୧୦ବର୍ଷ ହେଲା ସେ ଚେଷ୍ଟା କରୁଛନ୍ତି, ଏଭଳି କହି ପାଣ୍ଡିଆନ କାହାର ନାମ ନ ନେଇ ଆଟକ କରିଥିଲେ ପାଣ୍ଡିଆନ । ପ୍ରାୟ ତିରିଶି ହଜାର ଲୋକ ଆଜି ଏହି ନିର୍ବାଚନ ସଭାରେ ଏକାଠି ହୋଇଥିବା ଦାବୀ କରିଛି ବିଜେଡ଼ି ।

Leave a Reply