ବିଜେଡି ର ନିର୍ବାଚନୀ ସଭାରେ ନବୀନ ଯାହା କହନ୍ତି , ତାହା କାମରେ କରି ଦେଖାନ୍ତି : ପାଣ୍ଡିଆନ

0
24
ବିଜେଡି

ରିପୋର୍ଟ : ଧୃବରାଜ ମିଶ୍ର
ସୁବର୍ଣ୍ଣପୁର, (୦୫/୦୫) : ବିଜେଡ଼ି ଦଳର ଷ୍ଟାର ପ୍ରଚାରକ ତଥା 5T ଅଧ୍ୟକ୍ଷ ଭି.କେ.ପାଣ୍ଡିଆନ ସୁବର୍ଣ୍ଣପୁର ଜିଲ୍ଲାର ବୀରମହାରାଜପୁର ନିର୍ବାଚନ ମଣ୍ଡଳୀ ତଥା ଉଲୁଣ୍ଡା ବ୍ଲକ ଯାଲୋଏ ପଞ୍ଚାୟତ ଅନ୍ତର୍ଗତ କଇରାଝୁଲି ପଡିଆରେ ଅନୁଷ୍ଠିତ ଏକ ନିର୍ବାଚନୀ ସଭାରେ ଉଦବୋଧନ ଦେଇଛନ୍ତି ।WhatsApp Image 2024 05 06 at 09.48.21 ବିଜେଡି ର ନିର୍ବାଚନୀ ସଭାରେ ନବୀନ ଯାହା କହନ୍ତି , ତାହା କାମରେ କରି ଦେଖାନ୍ତି : ପାଣ୍ଡିଆନ

ଶ୍ରୀ ପାଣ୍ଡିଆନ ବିନା ଚପଳ ପିନ୍ଧି ସଭାରେ ଉଦବୋଧନ ଦେବାର ଦେଖାଯାଇଥିଲା । ଅନୁଷ୍ଠିତ ନିର୍ବାଚନୀ ସଭାରେ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ନବୀନ ସରକାରଙ୍କ ବିଭିନ୍ନ ଜନହିତକର ଯୋଜନା ସମ୍ପର୍କରେ ଆଲୋକପାତ କରିଥିଲେ । କାହାରି ନାଁ ନ ନେଇ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରି ସେମାନେ ଗତ ନିର୍ବାଚନରେ ବର୍ଷକୁ ଦୁଇ କୋଟି ନିଯୁକ୍ତି ଏବଂ ଧାନର ଏମଏସପି ଦୁଇ ଗୁଣା କରିବା ପାଇଁ କହିଥିଲେ । ହେଲେ ସେମାନେ ଲୋକଙ୍କୁ ଠକି ଦେଇଛନ୍ତି ବୋଲି କହିଥିଲେ । ନବୀନ ପଟ୍ଟନାୟକଙ୍କ ସରକାର କଥାରେ ନୁହେଁ, ଯାହା କହନ୍ତି ତାହା କାମରେ କରି ଦେଖାନ୍ତି ବୋଲି ସେ କହିଥିଲେ ।

ଏଥି ସହିତ ବିଏସକେୱାଇ ନବୀନ କାର୍ଡ, ମହିଳା ମାନଙ୍କୁ ସ୍ୱାସ୍ଥ୍ୟ କ୍ଷେତ୍ରରେ ଦଶ ଲକ୍ଷ ଟଙ୍କା, ମୁଖ୍ୟମନ୍ତ୍ରୀଙ୍କ ମହିଳା ସଶକ୍ତିକରଣ, ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ପାଞ୍ଚ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବିନା ସୁଧରେ ଋଣ ତଥା ଅନ୍ୟ ଅନେକ ଜନହିତକର ଯୋଜନା ସମ୍ପର୍କରେ ଅବତାରଣା କରିଥିଲେ । ଡବଲ ଇଞ୍ଜିନ ସରକାର ହେଲେ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ବନ୍ଦ ହୋଇଯିବ ବୋଲି ଆଶଙ୍କା ପ୍ରକାଶ କରିଥିଲେ । ଶ୍ରୀ ପାଣ୍ଡିଆନ ନିଜ ଚାକିରୀ ଜୀବନ ସୋନପୁରର ବିନିକା ଠାରୁ ଆରମ୍ଭ କରିଥିବା କହିବା ସହ ଏ ମାଟିରୁ ସେ ଅନେକ କିଛି ଶିଖିଛନ୍ତି ବୋଲି ଉଲ୍ଲେଖ କରିଥିଲେ ।

ସେ ପୂର୍ବରୁ ସୁବର୍ଣ୍ଣପୁର ଜିଲ୍ଲା ଗସ୍ତରେ ଆସିଥିବା ସମୟରେ ଲୋକଙ୍କ ଅନୁରୋଧ କ୍ରମେ ପାତାଳି ଶ୍ରୀକ୍ଷେତ୍ର ଉନ୍ନତି ପାଇଁ ୨୮ କୋଟି, ବିନିକା ପାପକ୍ଷୟର ଉନ୍ନତି କରଣ ପାଇଁ ୪୦ ଲକ୍ଷ ଟଙ୍କା, ମହାନଦୀରେ ଜଳାଶୟ ପାଇଁ ଖଇରମାଳ ବ୍ୟାରେଜ ଓ ଗୋଧନେଶ୍ୱର ବ୍ୟାରେଜ ପାଇଁ ୨ ହଜାର କୋଟି ଟଙ୍କା ଅନୁଦାନ, କଲେଜ ଛାତ୍ରଛାତ୍ରୀ ମାନଙ୍କୁ ଛାତ୍ର ବୃତ୍ତି ପ୍ରଦାନ, ମଠ ଓ ମନ୍ଦିର ବିକାଶ ପାଇଁ ମୁଖ୍ୟମନ୍ତ୍ରୀ ସ୍ୱତନ୍ତ୍ର ଆର୍ଥିକ ସହାୟତା ପ୍ରଦାନ, ବିଭିନ୍ନ ୫-ଟି ସ୍କୁଲ ଓ କଲେଜର ରୂପାନ୍ତିକରଣ ପାଇଁ ଆର୍ଥିକ ସହାୟତା ମୁଖ୍ୟମନ୍ତ୍ରୀ ପ୍ରଦାନ କରିଥବାର ପ୍ରକାଶ କରିଥିଲେ ।

ଏଥିସହ ଲୋକଙ୍କ ଦାବି କ୍ରମେ ବୀରମହାରାଜପୁର, ଉଲୁଣ୍ଡା ଓ ସୁବଳୟାକୁ ଏନଏସି ଘୋଷଣା କରାଯାଇଛି । ସଭାରେ ଶ୍ରୀ ପାଣ୍ଡିଆନ ବଲାଙ୍ଗୀର ଲୋକସଭା ପ୍ରାର୍ଥୀ ସୁରେନ୍ଦ୍ର ସିଂ ଭୋଇ ଓ ବୀରମହାରାଜପୁର ବିଧାୟକ ପ୍ରାର୍ଥୀ ପଦ୍ମନାଭ ବେହେରାଙ୍କୁ ବିପୁଳ ଭୋଟରେ ବିଜୟୀ କରିବା ପାଇଁ ନିବେଦନ କରିଥିଲେ । ପୂର୍ବରୁ ସଭାରେ ସାଂସଦ ପ୍ରାର୍ଥୀ ଓ ବିଧାୟକ ପ୍ରାର୍ଥୀ ମଧ୍ୟ ଉଦବୋଧନ ଦେଇଥିଲେ । ନିଜ ଉଦବୋଧନରେ ବିଧାୟକ ଶ୍ରୀ ବେହେରା ଜନ୍ମ ଠାରୁ ମୃତ୍ୟୁ ପର୍ଯ୍ୟନ୍ତ ବିଜେଡ଼ି ଦଳ ବିଭିନ୍ନ କାର୍ଯ୍ୟକ୍ରମ ମାଧ୍ୟମରେ ଲୋକଙ୍କ ସାଥିରେ ଥିବା ପ୍ରକାଶ କରିଥିଲେ । ସେହିଭଳି ଶ୍ରୀ ଭୋଇ ନବୀନ ବାବୁଙ୍କ ବିଭିନ୍ନ ଯୋଜନା ସମ୍ପର୍କରେ ଆଲୋକପାତ କରିଥିଲେ ।

ସେହିପରି ସୋନପୁର ବିଧାନସଭା ନର୍ବାଚନମଣ୍ଡଳୀ ଅଧୀନରେ ଥିବା ବିନିକା ବ୍ଲକ ଅନ୍ତର୍ଗତ ସିଆଲି ଠାରେ ଏକ ଜନ ସଭାକୁ ଶ୍ରୀ ପାଣ୍ଡିଆନ ସମ୍ବୋଧନ କରି ଡୁଙ୍ଗୁରିପାଲି ଓ ରାମପୁର କୁ ଏନଏସି ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ଘୋଷଣା କରିବା ସଂପର୍କରେ ସେ ସୂଚନା ଦେବା ସହ ସୋନପୁର ନିର୍ବାଚନ ମଣ୍ଡଳୀରେ ହୋଇଥିବା ବିଭିନ୍ନ ଉନ୍ନତି ମୂଳକ କାମ ବିଷୟରେ ସେ କହିଥିଲେ । ଏଥିରେ ମନ୍ତ୍ରୀ ତଥା ବିଧାୟକ ପ୍ରାର୍ଥୀ ନିରଞ୍ଜନ ପୂଜାରୀ, ସାଂସଦ ପ୍ରାର୍ଥ ସୁରେନ୍ଦ୍ର ସିଂହ ଭୋଇ ପ୍ରମୁଖ ଉପସ୍ଥିତ ଥିଲେ । ଏହି ଉଭୟ ସଭାରେ ବହୁ ଲୋକଙ୍କ ସମାଗମ ହୋଇଥିଲା ।

Leave a Reply