ଗୁମ୍ମା ବ୍ଲକ ର ଯିବା ପଂଚାୟତ ରେ କଂଗ୍ରେସ ର ପ୍ରଚାର ଜୋରଦାର

0
27
ଗୁମ୍ମା

ରିପୋର୍ଟ : ପ୍ରଣତି ସାବତ
ଗଜପତି, (୦୭/୦୫) : ରାଜନୈତିକ ଯୁଦ୍ଧ ରେ ଆପଣ ମାନେ ସଚ୍ଚା ସୈନିକ ହେବା ଆବଶ୍ୟକ ବୋଲି କଂଗ୍ରେସ ପ୍ରାର୍ଥୀ ଶ୍ରୀ ବିଜୟ ପଟନାୟକ କହିଛନ୍ତି ।

ଗୁମ୍ମା ବ୍ଲକ ର ଯିବା ପଂଚାୟତ ରେ କଂଗ୍ରେସ ର ପ୍ରଚାର ଜୋରଦାର । ଗତ କିଛିଦିନ ବିରାମ ପରେ ଶ୍ରୀ ପଟନାୟକ ପୁନଃ ପ୍ରଚାର କୁ ଜୋରଦାର କରିଛନ୍ତି । ଗୁମ୍ମା ବ୍ଲକ ର ଯିବା ପଂଚାୟତ ରେ କର୍ମୀ ମାନଙ୍କୁ ଉଦବୋଧନ ଦେଇ ଶ୍ରୀ ପଟନାୟକ କହିଛନ୍ତି କି ତାର ନେତା ତଥା ଦଳପତି ଯେତେ ଖରାପ ହେଲେ ସୁଧା ସୈନିକ ମାନେ ସଚ୍ଚା ଆପଣ ମାନଙ୍କ ପରି ହେବା ଆବଶ୍ୟକ । ଏକ ନିର୍ବାଚନୀ ସଭାରେ ସେ ଭୋଟର ମାନଙ୍କୁ ଉଦବୋଧିତ କରିଥିଲେ । କଂଗ୍ରେସ ଶାସନ ଲୋକ ଙ୍କ ଶାସନ, ଗରିବ, ମହିଳା, ଚାଷୀ ଙ୍କୁ ଭଲ ଲାଭ ଦେଇଛି କଂଗ୍ରେସ । ଆଜି ଯେଉଁ ସ୍କୁଲ କଲେଜ, ବିଶ୍ୱ ବିଦ୍ୟାଳୟ ଓ କଳ କାରଖାନା ଦେଖୁଛନ୍ତି, ତାହା କଂଗ୍ରେସ କରିଛି । ଏହି ସରକାର କେବଳ 5T ନାମ ରେ ଚୂନ ବଦଳାଇ ଦେଲେ ଶିକ୍ଷା ବ୍ୟବସ୍ଥା ସୁଧୁରେ ନାହିଁ । ଭୁବନେଶ୍ୱର ରୁ ଚିକିତ୍ସା ରୁ ଫେରି ନିଜ କାର୍ଯ୍ୟାଳୟ ରେ ଏକ ସାମ୍ବାଦିକ ସମ୍ମିଳନୀ କରି ନବୀନ ଙ୍କ ଶାସନ କୁ ନିଶାନା କରି ବିବୃତି ଦେବା ପରେ ପାଣ୍ଡିଆନ ଙ୍କ ଅଭିଯୋଗ ର ପ୍ରତି ଉତ୍ତର ଦେଇଥିଲେ ।

Leave a Reply