ସାମ୍ବାଦିକ ସଂଘ ତରଫରୁ ସାମ୍ବାଦିକ ଅରିନ୍ଦମଙ୍କ ବିୟୋଗରେ ଶୋକସଭା ଅନୁଷ୍ଠିତ

0
167

ରିପୋର୍ଟ : ସନ୍ତୋଷ କୁମାର ନାୟକ
ବଲାଙ୍ଗୀର, ତା(୨୭/୦୯) : ସାମ୍ବାଦିକତା କୁ ନିଜ ବ୍ରତ ଭାବେ ଗ୍ରହଣ କରି ନେଇ ଦୀର୍ଘ ଦିନ ଧରି ସର୍ବଦା ସକ୍ରିୟ ରହି ଆସିଥିବା ସାମ୍ବାଦିକ √ଅରିନ୍ଦମ ଦାଶ ଙ୍କ ଅକାଳ ବିୟୋଗ ନେଇ ବଲାଙ୍ଗୀର ଜିଲ୍ଲା ସାମ୍ବାଦିକ ସଂଘ ତରଫରୁ ସ୍ଥାନୀୟ ହୋଟେଲ୍ ୟସ ର ସଭାଗୃହ ରେ ଯୁବ ସାମ୍ବାଦିକ ଅରିନ୍ଦମ ଦାସ ଙ୍କ ବିୟୋଗରେ ଏକ ଶୋକସଭା ଆୟୋଜିତ ହୋଇଯାଇଛି ।

ସାମ୍ବାଦିକ ସଂଘ ଜିଲ୍ଲା ସଭାପତି ଶ୍ରୀ ଦୀପକ ସମଜଦାର ସଭା ପରିଚାଳନା କରିଥିବା ବେଳେ ସର୍ବ ପ୍ରଥମେ ଦିବଂଗତ ସାମ୍ବାଦିକ √ଅରିନ୍ଦମ ଦାଶ ଙ୍କ ପାଇଁ ଦୁଇ ମିନିଟ ନୀରବ ପ୍ରାର୍ଥନା କରା ଯାଇଥିଲା । ଏହି ସଭାରେ ଅନ୍ୟ ମାନଙ୍କ ମଧ୍ୟରେ ବରିଷ୍ଠ ସାମ୍ବାଦିକ ଶିବ ପରିଡା,ମାନସ ମହାନ୍ତି,ହରିଶ୍ ରାୟଠେଟ୍ଟା, ଅଶୋକ ତ୍ରିପାଠୀ,ସଞ୍ଜୟ ବେହେରା,ସଞ୍ଜୟ ନାୟକ, ଶରତ ମିଶ୍ର,ମନୋଜ କୁମାର ଶତପଥୀ,ସନତ ପାଢ଼ୀ ପ୍ରମୁଖ ଯୋଗ ଦେଇଥିଲେ ।