ଆଇପିଏଲର ୧୫ଶ ସଂସ୍କରଣ ରେ ସାମିଲ ହେଲେ ଦୁଇ ନୂଆ ଟିମ୍

0
225

ରିପୋର୍ଟ : ସୁଭାସିସ ନାୟକ
ନୂଆଦିଲ୍ଲୀ,(୨୬/୧୦) : ଆଇପିଏଲର ୧୫ଶ ସଂସ୍କରଣ ପାଇଁ ଦୁଇ ନୂଆ ଟିମ ସାମିଲ ହୋଇଛନ୍ତି । ଆସନ୍ତାବର୍ଷ ଠାରୁ ଦୁଇ ନୂଆ ଟିମ୍ ଭାବେ ଅହମ୍ମଦାବାଦ ଓ ଲକ୍ଷ୍ନୌ ଆଇପିଏଲ ଖେଳିବେ । ଏଥିସହ ଆଇପିଏଲରେ ଟିମ୍ ସଂଖ୍ୟା ୧୦ ରେ ପହଞ୍ଚି ଯାଇଛି ।

ଆଇପିଏଲର ୧୫ଶ ସଂସ୍କରଣ ରେ ସାମିଲ ହେଲେ ଦୁଇ ନୂଆ ଟିମ୍ ଅହମ୍ମଦାବାଦ ଓ ଲକ୍ଷ୍ନୌ | ଅହମ୍ମଦାବାଦକୁ ସିଭିସି କ୍ୟାପିଟାଲ ପାର୍ଟନର୍ସ ଗ୍ରୁପ୍ କିଣିଥିବା ବେଳେ ଲକ୍ଷ୍ନୌର ଟିମକୁ ଆରପିଏସଜି ଗ୍ରୁପ୍ କିଣିଛି । ଅହମ୍ମଦାବାଦର ଟିମକୁ ସିଭିସି କ୍ୟାପିଟାଲ୍ସ ୫୧୬୬ କୋଟି ଟଙ୍କାରେ କିଣିଛି ଏବଂ ଲକ୍ଷ୍ନୌ ର ଟିମ ୭୦୯୦ କୋଟି ଟଙ୍କାରେ ଆରପିଏସଜି ଗ୍ରୁପ୍ ହାତ କୁ ଯାଇଛି ।

ଦୁବାଇରେ ଆଜି ନିଲାମ ପ୍ରକ୍ରିୟା ଆରମ୍ଭ ହୋଇଥିଲା । ନୂଆ ଦଳ ବିକ୍ରିରୁ ବିସିସିଆଇ ୭ ରୁ ୧୦ କୋଟି ଟଙ୍କା ପାଇବାକୁ ଆଶା ରଖିଥିଲା । ୨ ଦଳ ଲାଗି ୨୨ଟି କମ୍ପାନୀ ଟେଣ୍ଡର କାଗଜପତ୍ର କିଣିଥିଲେ । ପ୍ରତ୍ୟେକ କମ୍ପାନୀ ୧୦ ଲକ୍ଷ ଟଙ୍କାର ଟେଣ୍ଡର କାଗଜପତ୍ର କିଣିଥିଲେ । ବିସିସିଆଇ ପ୍ରତି ଫ୍ରାଂଚାଇଜି ର ବେସ୍ ପ୍ରାଇସ୍ ୨ ହଜାର କୋଟି ରଖିଥିଲା । ଭାରତର ସବୁଠୁ ଧନୀ ବ୍ୟବସାୟୀ ଗୌତମ ଅଦାନୀ ଏବଂ ତାଙ୍କ ଗ୍ରୁପ୍, ଆରପିଏସଜି ଗ୍ରୁପ୍ର ଅରବପତି ସଂଜୀବ ଗୋଏଙ୍କା ପ୍ରମୁଖ ନିଲାମରେ ସାମିଲ ହୋଇଥିଲେ ।