ରାୟଗଡା ଜିଲ୍ଲାପାଳ ଶ୍ରୀ ସରୋଜ କୁମାର ମିଶ୍ର ଙ୍କ ମୁନିଗୁଡା ଓ ବିଷମ କଟକ ବ୍ଲକ ଗସ୍ଥ

0
156

ରିପୋର୍ଟ : ଗୋପୀନାଥ ଗୌଡ଼
ରାୟଗଡା,ତା.(୧୦/୧୧) : ରାୟଗଡା ଜିଲ୍ଲାପାଳ ଶ୍ରୀ ସରୋଜ କୁମାର ମିଶ୍ର ମୁନିଗୁଡା ଓ ବିଷମ କଟକ ଗସ୍ଥ କରିଛନ୍ତି l ମୁନିଗୁଡା ବ୍ଲକ ଅନ୍ତର୍ଗତ ଆମ୍ବଦଳା ରାଜସ୍ୱ ସର୍କଲ ପରିଦର୍ଶନ କଲାପରେ ମୁନିଗୁଡା ତହସିଲ କାର୍ଯ୍ୟାଳୟ ପରିଦର୍ଶନ କରିଥିଲେ ଓ ସମସ୍ତ ରେକର୍ଡ ପତ୍ର ଠିକଠାକ ରଖିବାକୁ କର୍ମଚାରୀ ମାନଙ୍କୁ ପରାମର୍ଶ ଦେଇଥିଲେ l

ଜନସାଧାରଣ ଙ୍କ ସେଵା ମନୋବୃତ୍ତି ନେଇ କାର୍ଯ୍ୟ କରିବାକୁ ରାୟଗଡା ଜିଲ୍ଲାପାଳ ଶ୍ରୀ ସରୋଜ କୁମାର ମିଶ୍ର ପରାମର୍ଶ ଦେଇଥିଲେ l ଜିଲ୍ଲାପାଳ ପରିଦର୍ଶନ ବେଳେ ତହସିଲଦାର ମୁନିଗୁଡା ଶ୍ରୀ ଦେବାଶିଷ ଗୌଡ଼ ଓ ଅନ୍ୟାନ୍ୟ କର୍ମଚାରୀ ଉପସ୍ଥିତ ଥିଲେ l ଏହାପରେ ମୁନିଗୁଡା ବ୍ଲକ କାର୍ଯ୍ୟାଳୟ ଗସ୍ତ କରି ସେଠାରେ ଆଗାମୀ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ସମୟରେ ଭୋଟବାକ୍ସ ଗୁଡିକ ରଖିବା ପାଇଁ ନିର୍ଦ୍ଧାରିତ ଷ୍ଟ୍ରଙ୍ଗ ରୁମ ଓ ଭୋଟ ଗଣତି କେନ୍ଦ୍ର ବ୍ୟବସ୍ଥାକୁ ଅନୁଧ୍ୟାନ କରିଥିଲେ l

ଏହାପରେ ବିଷମ କଟକ ବ୍ଲକ ଅନ୍ତର୍ଗତ ଦୁର୍ଗୀ ଉଚ୍ଚ ବିଦ୍ୟାଳୟ 5T ଅନ୍ତର୍ଗତ ବିଦ୍ୟାଳୟ ଅଧୁନିକ କରଣ କାର୍ଯ୍ୟ, ସ୍ମାର୍ଟ କ୍ଲାସ, ଇ-ଲାଇବ୍ରେରୀ, ଖେଳ ପଡ଼ିଆର କାର୍ଯ୍ୟ ସମୂହ ପରିଦର୍ଶନ କରିଥିଲେ ଓ ସମସ୍ତ କାର୍ଯ୍ୟ ସମୟ ଅବଧି ଭିତରେ ଶେଷ କରିବା ନିମନ୍ତେ ବିଭାଗୀୟ ଅଧିକାରୀଙ୍କୁ ଓ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀ ଆଲଭର୍ଟ ଲାକ୍ରାଙ୍କୁ ସ୍ୱତନ୍ତ୍ର ଦୃଷ୍ଟି ଦେବାକୁ ପରାମର୍ଶ ଦେଇଥିଲେ l ଜିଲ୍ଲାପାଳଙ୍କ ଏହି ଗସ୍ତ ବେଳେ ବିଷମ କଟକ ବ୍ଲକର ସହକାରୀ ଯନ୍ତ୍ରୀ ଓ ଅନ୍ୟାନ୍ୟ ଅଧିକାରୀ ମାନେ ଉପସ୍ଥିତ ଥିଲେ l