ଗଜପତି ଜିଲ୍ଲା ପାଇଁ ବିଜେଡ଼ି ର ମଙ୍ଗ ଧରିଲେ ଡ଼ା. ତିରୁପତି ପାଣିଗ୍ରାହୀ

0
272
ଗଜପତି ଜିଲ୍ଲା

ରିପୋର୍ଟ : ପ୍ରଣତି ସାବତ //
କାଶୀନଗର, (୨୯/୦୧) : ରାଜ୍ୟ ନେତୃ ବର୍ଗଙ୍କ ଭରସା ଓ ଦାୟିତ୍ଵ ବଳରେ ଗଜପତି ଜିଲ୍ଲା ପଞ୍ଚାୟତ ନିର୍ବାଚନ ପାଇଁ ଡ଼ା. ତିରୁପତି ପାଣିଗ୍ରାହୀ ଙ୍କୁ ଦାୟୀତ୍ୱ ଦେବା ଫଳରେ ବିଜେଡ଼ି ସକ୍ରିୟ ହୋଇ ଉଠିଛି । ଗଜପତି ଜିଲ୍ଲାରେ ପାରଳାଖେମୁଣ୍ଡି ଓ ମୋହନା ନିର୍ବାଚନ ମଣ୍ଡଳୀ ରହିଛି ।

ପାରଳାଖେମୁଣ୍ଡି ନିର୍ବାଚନ ମଣ୍ଡଳୀରେ ଗୋଷାଣୀ, କାଶୀନଗର, ଗୁମ୍ମା ୩ ଟି ବ୍ଲକ ରହିଛି । ଗୋଷାଣୀ ଓ କାଶୀନଗର ରେ ବିଜେପି ର ସମିତି ଅଧ୍ୟକ୍ଷ ରହିଥିବା ବେଳେ ଗୁମ୍ମା ରେ କଂଗ୍ରେସ୍ ଅଧ୍ୟକ୍ଷ ରହିଥିଲେ । ତଥାପି ଗଜପତି ଜିଲ୍ଲା ପାଇଁ ଡ଼ା. ତିରୁପତି ଙ୍କୁ ଦାୟିତ୍ଵ ଦେବା ପରେ, ବିଜେପି ର ଗଡ଼ରେ ଧସି ପଶି ନିଜର ଦବ ଦବା ଜାହିର ଆରମ୍ଭ କରି କିଛି ସରପଞ୍ଚ ଓ ସମିତି ସଭ୍ୟଙ୍କୁ ନିର୍ଦ୍ଵନ୍ଦରେ ନିର୍ବାଚିତ କରି ପାରିଛନ୍ତି ।

ଜିଲ୍ଲା ର ବିଭିନ୍ନ ପଞ୍ଚାୟତ ରେ ନିଜେ ଉପସ୍ଥିତ ରହି କର୍ମୀ, ସମ୍ମିଳନୀ କରି ନବୀନ ଙ୍କ ଜନହିତ କରି ଯୋଜନା ର ପ୍ରଚାର ଓ ପ୍ରସାର କରୁଛନ୍ତି ଏତଦ୍ ବ୍ୟତୀତ ସାଂସଦ ଚନ୍ଦ୍ର ଶେଖର ସାହୁ ମଧ୍ୟ ଗଜପତି ଜିଲ୍ଲା ର ବିଭିନ୍ନ ଅଞ୍ଚଳ ବୁଲି ନିଜ ଷ୍ଟାଇଲରେ ପ୍ରଚାର କରି ବୁଲୁଛନ୍ତି । ସାଂସଦଙ୍କ ମଧ୍ୟ ଏହା ସମ୍ମାନ ର ପ୍ରଶ୍ନ ଅତନୁ ଜିଲ୍ଲା ଓ ବ୍ଲକ ର ସମସ୍ତ ନେତା ବର୍ତ୍ତମାନ ଜୋର୍ ସୋର ରେ ପ୍ରଚାର ମୋଇଦାନ୍ କୁ ଓହ୍ଲାଇଛନ୍ତି ।

Panchayat Election Ads…

0ba19d20 47c0 4c53 bc2d b258accc7506 ଗଜପତି ଜିଲ୍ଲା ପାଇଁ ବିଜେଡ଼ି ର ମଙ୍ଗ ଧରିଲେ ଡ଼ା. ତିରୁପତି ପାଣିଗ୍ରାହୀ2899426e 32cf 4c76 903d 6327adf78135 ଗଜପତି ଜିଲ୍ଲା ପାଇଁ ବିଜେଡ଼ି ର ମଙ୍ଗ ଧରିଲେ ଡ଼ା. ତିରୁପତି ପାଣିଗ୍ରାହୀ