କରୋନା କଟକଣା ଆଉ ମାସେ ବଢିଲା

0
205
କରୋନା କଟକଣା ଆଉ

ରିପୋର୍ଟ : ସୁଭାସିସ ନାୟକ
ନୂଆଦିଲ୍ଲୀ, (୨୯/୦୧) : କରୋନା କଟକଣା ଆଉ ମାସେ ଅର୍ଥାତ ଫେବୃୟାରୀ ୨୮ ତାରିଖ ଯାଏଁ କଟକଣା ବଢିଲା । ଦେଶରେ କରୋନାର ନୂଆ ଭ୍ୟାରିଆଣ୍ଟ ଓମିକ୍ରନ ସଂକ୍ରମଣ ସ୍ଥିତିକୁ ଦେଖି କେନ୍ଦ୍ର ସରକାରଙ୍କ ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଛି । ଏ ନେଇ ସବୁ ରାଜ୍ୟ ର ମୁଖ୍ୟ ସଚିବଙ୍କୁ ଚିଠି ଲେଖି ଜଣାଇଛନ୍ତି କେନ୍ଦ୍ର ଗୃହ ସଚିବ ଅଜୟ ଭଲ୍ଲା

ଦେଶରେ ୩୪ ଟି ରାଜ୍ୟ ଏବଂ କେନ୍ଦ୍ର ଶାସିତ ଅଞ୍ଚଳରେ ଥିବା ୪୦୭ ଜିଲ୍ଲାରେ ପଜିଟିଭିଟି ରେଟ ଦଶ ପ୍ରତିଶତ ଉପରେ ରହିଛି । ଏହାକୁ ଦୃଷ୍ଟିରେ ରଖି କରୋନା କଟକଣା ଆଉ ମାସେ ବଢା ଯାଇଥିବା ବେଳେ ରାଜ୍ୟ ମାନେ କରୋନା କଟକଣା ପାଳନ କୁ କଡାକଡି କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ସେହିଭଳି ପରିସ୍ଥିତି ଦେଖି କଣ୍ଟେନମେଣ୍ଟ ଘୋଷଣା ଏବଂ ପ୍ରତ୍ୟାହାର ନିର୍ଦ୍ଦେଶ ମଧ୍ୟ ରହିଛି । ଟୀକାକୁ ଗୁରୁତ୍ଵ ଦେବା ପାଇଁ ମଧ୍ୟ ସବୁ ରାଜ୍ୟକୁ ନିର୍ଦ୍ଦେଶ ଦିଆଯାଇଛି ।

ଟେଷ୍ଟ, ଟ୍ରାକ, ଟ୍ରିଟ, ଟୀକା ଏବଂ କୋଭିଡ ନିୟମ ପାଳନ ପ୍ରତି କଡା ଭାବେ ଗୁରୁତ୍ଵ ଦେବାକୁ ଦେଶ ର ସବୁ ରାଜ୍ୟକୁ ନିର୍ଦ୍ଦେଶ ଦେଇଛନ୍ତି କେନ୍ଦ୍ର ସରକାର । ଗତ ମାସ ଆରମ୍ଭରେ କରୋନାର ନୂଆ ଭ୍ୟାରିଆଣ୍ଟ ଓମିକ୍ରନକୁ ଦୃଷ୍ଟିରେ ରଖି ଉଭୟ କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କ ପକ୍ଷରୁ ପୁଣି ଥରେ କରୋନା କଟକଣା ବୃଦ୍ଧି କରା ଯାଇଥିଲା । ବର୍ତ୍ତମାନ ରାତି ୯ ଟାରୁ ସକାଳ ୫ ଟା ପର୍ଯ୍ୟନ୍ତ ନାଇଟ କର୍ଫ୍ଯୁ ଜାରି ରହିଛି । ଆବଶ୍ୟକ ସ୍ଥଳେ ବିଭିନ୍ନ ସ୍ଥାନରେ କଣ୍ଟେନମେଣ୍ଟ ଜୋନ ମଧ୍ୟ ଘୋଷଣା କରୁଛନ୍ତି ସରକାର ।

ପ୍ରତିଦିନ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ କରା ଯାଉଥିବା ବେଳେ ବର୍ତ୍ତମାନ କରୋନା ଗ୍ରାଫରେ ସାମାନ୍ୟ ହ୍ରାସ ପାଇଛି ବୋଲି ସୂଚନା ମିଳୁଛି । ତଥାପି ସାରା ଦେଶରେ ନାଇଟ କର୍ଫ୍ଯୁ ଜାରି କରାଯିବା ସହ ସ୍କୁଲ ଏବଂ କଲେଜ ଆଦି ମଧ୍ୟ ବନ୍ଦ ରହିଛି । ସେହିପରି ସାମାଜିକ କାର୍ଯ୍ୟକ୍ରମ, ବିବାହ ଏବଂ ବ୍ରତଘର ଓ ସିନେମା ହଲ, ମଲ୍ ଆଦି ସମସ୍ତ ସ୍ଥାନରେ କଟକଣା ଜାରି କରାଯାଇଛି ।

ସମସ୍ତେ କୋଭିଡ ନିୟମ ମାନିବାକୁ ସରକାରଙ୍କ ପକ୍ଷରୁ ନିରନ୍ତର ପ୍ରୟାସ ଜାରି ରହିଛି । କେନ୍ଦ୍ର ସରକାର ଏହି କଟକଣାକୁ ମାସେ ପର୍ଯ୍ୟନ୍ତ ବୃଦ୍ଧି କରିଥିବା ବେଳେ ରାଜ୍ୟ ସରକାର ଏନେଇ କଣ ନିଷ୍ପତ୍ତି ନେଉଛନ୍ତି ତାହା ମାସ ଆରମ୍ଭରେ ଜଣା ପଡିଯିବ ।