ମୁନିଗୁଡା ବ୍ଲକରେ କଂଗ୍ରେସ କୁ ଧକ୍କା : ଶତାଧିକ କଂଗ୍ରେସ କର୍ମୀ ବିଜେଡିରେ ଯୋଗଦାନ

0
272
ମୁନିଗୁଡା ବ୍ଲକରେ

ରିପୋର୍ଟ : ନରତ୍ତମ ପାଢୀ //
ମୁନିଗୁଡା, (୨୮/୧) : ରାୟଗଡା ଜିଲ୍ଲା ମୁନିଗୁଡା ବ୍ଲକରେ ବିଜେଡି ବ୍ଲକ ସଭାପତି ଶ୍ରୀ ରତନ ଲାଲ ଜୈନ୍ ଓ ଜିଲ୍ଲା ସମ୍ପାଦକ ଶ୍ରୀ ପୂର୍ଣ୍ଣ ଚନ୍ଦ୍ର ଗୈାଡଙ୍କ ନେତୃତ୍ବରେ ଆଜି କଂଗ୍ରେସ ର ବରିଷ୍ଠ ନେତା ଶ୍ରୀ ଦୀବାକର ମିଶ୍ରଙ୍କ ସମେତ ଶତାଧିକ ଆଗଧାଡିର ନେତା ଓ କର୍ମୀମାନେ ହାତ ଛାଡି ବିଜେଡିରେ ଯୋଗଦେଲେ ।

ଏହି କାର୍ଯ୍ୟକ୍ରମରେ ଜିଲ୍ଲା ସଭାପତି ଶ୍ରୀ ସୁଧିର କୁମାର ଦାସ ଓ ଜିଲ୍ଲା ପର୍ଯ୍ୟବେକ୍ଷକ ପ୍ରଶାନ୍ତ ନାୟକ ଉପସ୍ଥିତ ଥାଇ ଆଗନ୍ତୁକ କର୍ମୀମାନଙ୍କୁ ଦଳିୟ ଉତ୍ତରୀୟ ଦେଇ ସ୍ଵାଗତ କରିଥିଲେ । ଜିଲ୍ଲା ସଭାପତି ଶ୍ରୀ ଦାସ ତାଙ୍କ ଭାଷଣରେ କହିଥିଲେ ଆଜି ଯେଉଁ ନେତା କର୍ମୀ ମାନେ ନବୀନ ପଟ୍ଟନାୟକଙ୍କ ନୀତି ଆଦର୍ଶକୁ ପାଥେୟ କରି ଆମ ସହିତ ମିଶି ଶଙ୍ଖଫୁଙ୍କି ଜନ ସେଵା କରିବାକୁ ଆଗେଇ ଆସିଛନ୍ତି ଏହା ଦ୍ବାରା ବିଜେଡି ମୁନିଗୁଡା ବ୍ଲକରେ ଆହୁରି ଶକ୍ତିଶାଳୀ ହୋଇଉଠିବ ଓ ଗତ କିଛି ଦିନ ହେବ କଙ୍ଗ୍ରେସର ଵହୁ ହେଵି ୱଟ ନେତା ଯୋଗ ଦେଇଥିଲେ ।

ଏହା ସହ ଆମଦଳ ସବୁବେଳେ ଲୋକଙ୍କ ସେବାରେ ଅଛୁ ବୋଲି ଶ୍ରୀ ଦାସ ମତପ୍ରକାଶ କରିଥିଲେ । ଏହି କାର୍ଯ୍ୟକ୍ରମରେ ବୁବୁନା ବେହେରା, ପିଙ୍କୁ ପାତ୍ର, ସୀମା ଦାସ, ପ୍ରମୁଖ ଉପସ୍ଥିତ ଥିଲେ । ଏଥିରେ ପାତ୍ର ଗୁଡା ଓ ମୁନିଗୁଡ଼ା ପଞ୍ଚାୟତର କଙ୍ଗ୍ରେସ କର୍ମୀ ମାନେ ବିଜେଡ଼ିରେ ଯୋଗଦେଲେ ।

panchayat election ads….

5ce481a3 fe0a 43ad b129 539db99213a0 ମୁନିଗୁଡା ବ୍ଲକରେ କଂଗ୍ରେସ କୁ ଧକ୍କା : ଶତାଧିକ କଂଗ୍ରେସ କର୍ମୀ ବିଜେଡିରେ ଯୋଗଦାନ