୩୪ ନମ୍ବର ସୁଡଙ୍ଗରେ ମାଟି ଅତଡା ଖସିବାରୁ କୋରାପୁଟ ରାୟଗଡା କୁ ଡରେଇନ ଚଳାଚଳ ବନ୍ଦ

0
106
୩୪ ନମ୍ବର ସୁଡଙ୍ଗରେ

ରିପୋର୍ଟ : ଅକ୍ଷୟ କୁମାର ପିଡ଼ିସିକା
କଲ୍ୟାଣସିଂହପୁର, (୧୪/୮) : କୋରାପୁଟ-ରାୟଗଡ଼ା କେ.ଆର. ରେଳ ପ୍ରୋଜେକ୍ଟର ରେଳ ଧାରଣାରେ ଲଗାତାର ବର୍ଷା ଯୋଗୁଁ ୩୪ ନମ୍ବର ସୁଡଙ୍ଗରେ ମାଟି ଧସିବା ଯୋଗୁଁ ରେଳ ଯାତାୟତ ଏକ ରକମ ର ଠପ ହୋଇଯାଇଛି ।

ତେଣୁ ସମଲେଶ୍ୱରୀ ଏକ୍ସପ୍ରେସ ଶିକରପାଇ ରେଳ ଷ୍ଟେସନରେ ପ୍ରାୟ ୩ ଘଣ୍ଟା ଅଟକି ରହିବା ଯୋଗୁଁ ଯାତ୍ରୀ ନାହିଁ ନଥିବା ଅସୁବିଧା ର ସମ୍ମୁଖିନ ହେଇଛନ୍ତି । ଏହି ଘଟଣା ଘଟିଛି ରାୟଗଡ଼ା ଜିଲ୍ଲା ର ସଦର ମହକୁମାର ରେଳ ଷ୍ଟେସନରୁ କୋରାପୁଟ କୁ ସଂଯୋଗ କରୁଥୁବା କେଉଟଗୁଡ଼ା ଓ ଶିକରପାଇ ରେଳ ଧାରଣା ମଧ୍ୟରେ ଗାଡି ଶେଷଖାଲ ପଞ୍ଚାୟତ ଆନ୍ଦୁପାଡୁ ନିକଟସ୍ତ ୩୪ ନମ୍ବର ସୁଡଙ୍ଗରେ ରାତି ଭୀଷଣ ବର୍ଷା ଯୋଗୁଁ ମାଟି ଅତଡା ଖସି ଧାରଣା ଉପରେ ପଡ଼ିଥିବା ଖବର ଗ୍ୟାଙ୍ଗମ୍ୟାନ ମାନେ ଷ୍ଟେସନ ମାଷ୍ଟରଙ୍କୁ ଜଣାଇବା ପରେ କୋରାପୁଟ ପଟୁ ଆସୁଥିବା ସମଲେଶ୍ୱରୀ ଏକ୍ସପ୍ରେସ କୁ ଶିକରପାଇ ଷ୍ଟେସନରେ ପ୍ରାୟ ୩ ଘଣ୍ଟା ଅଟକି ରହିଥିଲା ତେଣୁ ଯାତ୍ରା କରୁଥୁବା ଯାତ୍ରୀ ନାହିଁ ନଥିବା ସମସ୍ୟା ଭୋଗିଥିଲେ ।

ଏହି ଖବର ପାଇ ରାୟଗଡ଼ା ଓ ଶିକରପାଇ ର ଉଦ୍ଧାର କାରୀ ଦଳ ଯୁଦ୍ଧ କାଳୀନ ଭିତିରେ ମାଟି ହଟାଇ ଯାତାୟତ କୁ ସ୍ୱାଭାବିକ କରିଥିଲେ । ପ୍ରକାଶ ଯୋଗ୍ୟ ଏହିକି ଯେ ପ୍ରତି ବର୍ଷ ବର୍ଷା ଋତୁରେ ଏହିଭଳି ମାଟି କିମ୍ବା ପଥର ଖସି ରେଳ ଯାତ୍ରା ବାଧାପ୍ରାପ୍ତ ହେଉଛି । ତେଣୁ ଏହାର ପ୍ରତିକାର କରି ନିଶ୍ଚିତ ଓ ସୁରକ୍ଷିତ ଯାତ୍ରା ପାଇଁ ବିଭାଗ ତତ୍ପର ହେବା କଥା । ଭାରତ ର ଏହା ଏକ ମାତ୍ର ପାହାଡିଆ ରେଳ ଧାରଣା ନୁହେଁ ତେଣୁ ଅନ୍ୟ ରାଜ୍ୟ ର ମୋଡେଲରେ ଏହାକୁ ପୁନରୁଦ୍ଧାର କରିବାକୁ ଜନ ସାଧାରଣ ଦାବୀ କରୁଛନ୍ତି ।