କଲ୍ୟାଣସିଂହପୁର ବ୍ଲକ ସଦର ରେ ଘଣ୍ଟ ପର୍ବ ନିମନ୍ତେ ପ୍ରସ୍ତୁତି ବୈଠକ

0
490
କଲ୍ୟାଣସିଂହପୁର ବ୍ଲକ ସଦର

ରିପୋର୍ଟ : ଅକ୍ଷୟ କୁମାର ପିଡ଼ିସିକା
କଲ୍ୟାଣସିଂହପୁର, (୪/୬) : ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ସଦର ମହକୁମା ଠାରୁ ଚୈତରାଇ ଘଣ୍ଟ ପର୍ବ ନିମନ୍ତେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି ।WhatsApp Image 2022 06 04 at 7.30.49 PM କଲ୍ୟାଣସିଂହପୁର ବ୍ଲକ ସଦର ରେ ଘଣ୍ଟ ପର୍ବ ନିମନ୍ତେ ପ୍ରସ୍ତୁତି ବୈଠକ

ଏଥିରେ ସରପଞ୍ଚ ବାର୍ଲି ଗୌତମ ଙ୍କ ଅଧ୍ୟକ୍ଷତା ରେ କଲ୍ୟାଣସିଂହପୁର ବ୍ଲକ ସଦର ଠାରେ ବୈଠକ ଅନୁଷ୍ଠିତ ହୋଇଥିଲା । ଏଥିରେ ଚଳିତ ମାସ ୧୩ ତାରିଖରେ ମାଁ ଙ୍କ ପାଦ ଆଣିବା ପାଇଁ ନିଷ୍ପତ୍ତି ହୋଇଛି । ଅର୍ଥ ଆଦାୟ, ପୂଜାରୀ ସମସ୍ୟା, ପୂଜାବିଧି ଓ ବିଭିନ୍ନ ବିଷୟରେ ଆଲୋଚନା କରିଥିଲେ । ଏହି ପର୍ବ ୯ ଦିନ ଧରି ପାଳନ କରାଯିବ ବୋଲି ନିଷ୍ପତି ହୋଇଛି ।

କରୋନା ମହାମାରୀ ଯୋଗୁଁ ଦୁଇ ବର୍ଷ ହେବ ଘଣ୍ଟ ପର୍ବ ବନ୍ଦ ରହିଥିଲା । ଚଳିତ ବର୍ଷ ଧୁମଧାମରେ ପାଳନ କରିବା ପାଇଁ ସରପଞ୍ଚ, ୱାର୍ଡ ସଭ୍ୟ ସଭ୍ୟା, ଗ୍ରାମବାସୀ, ବୁଦ୍ଧିଜୀବୀ ଉପସ୍ଥିତ ରହି ନିଷ୍ପତ୍ତି ନେଇଛନ୍ତି ।