ମୂର୍ତ୍ତିକା ସଂରକ୍ଷଣ ବିଭାଗ ର ନିର୍ଦ୍ଦେଶକ ଙ୍କ ଢେଙ୍କାନାଳ ଜିଲ୍ଲା ଗସ୍ତ

0
166

ରିପୋର୍ଟ : ରଞ୍ଜୀତ ବେହେରା //
ଢେଙ୍କାନାଳ,ତା (୧୬/୧୧) : ଆଜି ମଙ୍ଗଳବାର ପୂର୍ବାହ୍ନରେ ମୂର୍ତ୍ତିକା ସଂରକ୍ଷଣ ବିଭାଗ ର ନିର୍ଦ୍ଦେଶକ ଶ୍ରୀ ହେମନ୍ତ କୁମାର ପଣ୍ଡା ଢେଙ୍କାନାଳ ଜିଲ୍ଲା କୁ ପରିଦର୍ଶନ ରେ ଆସିଥିଲେ ।

ସେ ସର୍ବପ୍ରଥମେ ସଦର ବ୍ଳକ ର କାକୁଡିଭାଗ ପଞ୍ଚାୟତ ଅନ୍ତର୍ଗତ ବର୍ଶୁପାଳ ଗ୍ରାମକୁ ଯାଇଥିଲେ । ସେଠାରେ ସେ ସମୂହ ଭାବେ ଖୋଳାଯାଇଥିବା ୪ ଗୋଟି କ୍ଷେତ ପୋଖରୀ ପରିଦର୍ଶନ କରିଥିଲେ ଯାହାର ହିତାଧିକାରୀମାନେ ହେଲେ ଗୋକୁଳାନନ୍ଦ ନାୟକ , ପାଟୁ ନାୟକ , ବ୍ରହ୍ମାନନ୍ଦ ନାୟକ ଏବଂ କୁଳମଣି ନାୟକ । ସମସ୍ତ କ୍ଷେତପୋଖରୀ ହୁଡାରେ Agroforestry ମାଧ୍ୟମରେ ନାନାଦି କିସମର ଫଳ ଗଛ ଯଥା ଅମୃତଭଣ୍ଡା ଆମ୍ବ , ପିଜୁଳି , ଲେମ୍ବୁ , ସଜନା ଏବଂ ନଡିଆ ଇତ୍ୟାଦି ଲାଗିଥିବାର ଅନୁଧ୍ୟାନ କରିଥିଲେ । ଏଥ୍ ସହ ପୋଖରୀରେ ମାଛ ଚାଷ ହୋଇଥିବା ମୂର୍ତ୍ତିକା ସଂରକ୍ଷଣ ବିଭାଗ ର ନିର୍ଦ୍ଦେଶକ ମହୋଦୟ ଅବଗତ ହୋଇଥିଲେ ।

MGNREGS ମାଧ୍ୟମରେ ଖନନ କରାଯାଇଥିବା ଏହି ୪ ଗୋଟି ପୋଖରୀ ପ୍ରକଳ୍ପ ଗୁଡିକର ସୁ – ବିନିଯୋଗ ହୋଇପାରିଛି ଦେଖୁ ନିର୍ଦ୍ଦେଶକ ସନ୍ତୋଷ ପ୍ରକଟ କରିଥିଲେ ଚାଷୀ ମାନଙ୍କୁ ସମ । ଆୟ ବହୁଗୁଣିତ ହୋଇପାରିବ ବୋଲି ପରାମର୍ଶ ଦେଇଥିଲେ । । ପଦ୍ଧତି ଦ୍ଵାରା ଅପରାହ୍ନରେ ନିର୍ଦ୍ଦେଶକ ମହୋଦୟ ଜିଲ୍ଲା ମୂର୍ତ୍ତିକା ସଂରକ୍ଷଣ ବିଭାଗ ର ସଭାଗୃହ ରେ ବିଭାଗୀୟ ବ୍ଲକ ସ୍ତରୀୟ ଅଧିକାରୀ ଏବଂ କ୍ଷେତ୍ର କର୍ମଚାରୀଙ୍କର ସମୀକ୍ଷା ବୈଠକରେ ଅଧକ୍ଷତା କରିଥିଲେ ।

ସେଥୁରେ ମୂର୍ତ୍ତିକା ସଂରକ୍ଷଣ ବିଭାଗ, କୃଷି ବିଭାଗ, ଉଦ୍ୟାନ ବିଭାଗ ଏବଂ ମତ୍ସ୍ୟ ବିଭାଗର ଜିଲ୍ଲା ସ୍ତରୀୟ ଅଧିକାରୀମାନେ ଯୋଗଦେବା ସହିତ ସେମାନଙ୍କ ସୁଚିନ୍ତିତ ମତାମତ ଦେଇଥିଲେ କ୍ଷେତପୋଖରୀ ଗୁଡିକରେ ଏକାଭିମୁଖତାକୁ ଅଗ୍ରାଧିକାର ଦେବା ସହିତ ସମସ୍ତ ବିଭାଗ ମଧ୍ୟରେ ସମନ୍ବୟ ରକ୍ଷା କରି ଏହି କାର୍ଯ୍ୟକ୍ରମ କୁ ସଫଳ କରିବା ପାଇଁ ନିର୍ଦ୍ଦେଶକ ମହୋଦୟ ଦିଗଦର୍ଶନ ଦେଇଥିଲେ ।