କାଶୀନଗର ତହସିଲ କୁ ଭ୍ରଷ୍ଟାଚାର ମୁକ୍ତ କରିବାକୁ ଦାବି

0
274

ରିପୋର୍ଟ : ପ୍ରଣତି ସାବତ //
କାଶୀନଗର,(୧୬/୧୧) : କାଶୀନଗର ତହସିଲ କୁ ଭ୍ରଷ୍ଟାଚାର ମୁକ୍ତ କରିବାକୁ ଦାବି ହୋଇଛି |

ଆଜି ସକାଳୁ ସ୍ଥାନୀୟ ଏସ ବି ଆଇ ଛକ ରୁ ବିଜେଡ଼ି ର ସ୍ଥାନୀୟ ନେତା ଗଵରା ତିରୁପତି ରାଓ, ଆର୍ ରାମ ପ୍ରସାଦ, ଟାଉନ୍ ସଭାପତି ରଘୁରାମ ସାହୁ, ଯୁବ ସଭାପତି ରାଜେଶ୍ ମିଶଲ୍ ଓ ଅନ୍ୟାନ୍ୟ ଦଳୀୟ କର୍ମୀଙ୍କ ଦ୍ୱାରା ପଦଯାତ୍ରା କାଶୀନଗର ତହସିଲ କୁ ଭ୍ରଷ୍ଟାଚାର ମୁକ୍ତ କରିବାକୁ ଦାବି ନେଇ ଅନୁଷ୍ଠିତ ହୋଇଥିଲା |

ଏହି ପଦଯାତ୍ରା ତହସିଲ କାର୍ଯ୍ୟାଳୟ କୁ ଯାଇ ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକ ପତ୍ର ତହସିଲଦାର ଙ୍କୁ ଦେଇଥିଲେ । ରାଣୀପେଣ୍ଠ ଏ ଆର୍ ଆଇ ଙ୍କୁ ବରଖାସ୍ତ, ଆର୍ ଆଇ ଙ୍କୁ ବଦଳି କରି ଏହି ସମସ୍ତ ଭ୍ରଷ୍ଟାଚାର ଓ ନାଟକ ବାଜି ର ଭିଜିଲାନ୍ସ ତଦନ୍ତ କରି ଭ୍ରଷ୍ଟାଚାର ମୁକ୍ତ ରାଣୀପେଣ୍ଠ ଆର୍ ଆଇ ସର୍କଲ କରିବା ଦାବୀ ରେ ଏହି ଆନ୍ଦୋଳନ କରାଯାଇଛି ବୋଲିa କଟିକି ରାମା ରାଓ କହିଛନ୍ତି ।