ବୌଦ୍ଧରେ ଜିଲ୍ଲା ସ୍ତରୀୟ ଜାତୀୟ ପ୍ରେସ ଦିବସ ଅନୁଷ୍ଠିତ

0
183

ରିପୋର୍ଟ : ସୁଶାନ୍ତ ବେହେରା //
ବୌଦ୍ଧ,(୧୬ା୧୧) : ଅଦ୍ୟ ତା.୧୬/୧୧/୨୦୨୧ ରିଖ ମଙ୍ଗଳବାର ଦିବା ୧୧ ଘଟିକା ସମୟରେ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ କାର୍ଯ୍ୟାଳୟ ସ୍ଥିତ ସମ୍ମିଳନୀ କକ୍ଷ ବୌଦ୍ଧରେ ଜିଲ୍ଲା ସ୍ତରୀୟ ଜାତୀୟ ପ୍ରେସ ଦିବସ ପାଳିତ ହୋଇଯାଇଛି ।

ବୌଦ୍ଧରେ ଜିଲ୍ଲା ସ୍ତରୀୟ ଜାତୀୟ ପ୍ରେସ ଦିବସ ଉପଲକ୍ଷେ ସୂଚନା ଓ ଲୋକସମ୍ପର୍କ ଅଧିକାରୀ ରିତାକାନ୍ତି ବଳିୟାରସିଂହଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ର ଯୋଗଦେଇ ଗଣମାଧ୍ୟମ ସବୁବେଳେ ସୂଚନା ପ୍ରଦାନ କରୁଥିବାବେଳେ ସେଥିରୁ ସମସ୍ତେ ନିଜର ଭୁଲ ଠିକ୍ ଜାଣି ସୁଧାରିବାର ଆବଶ୍ୟକତା ରହିଛି । ତେବେ ଅଞ୍ଚଳର ବିକାଶ ପାଇଁ ଗଣମାଧ୍ୟମ ର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଥିବା ଓ ସେଥିପାଇଁ କାର୍ଯ୍ୟରତ ପ୍ରତିନିଧିମାନେ ମଧ୍ୟ ସଚେତନ ହେବା ଆବଶ୍ୟକ ବୋଲି ମତବ୍ୟକ୍ତ କରିଥିଲେ ।5c0c189e 2e01 4846 b1f8 eecf9c3342e1 ବୌଦ୍ଧରେ ଜିଲ୍ଲା ସ୍ତରୀୟ ଜାତୀୟ ପ୍ରେସ ଦିବସ ଅନୁଷ୍ଠିତ

ସମ୍ମାନିତ ଅତିଥି ଭାବରେ ଅତିରିକ୍ତ ଜିଲ୍ଲାପାଳ ବବିତା ରାଣୀ ଦଳବେହେରା, ଡେପୁଟି କଲେକ୍ଟର ଅବନୀକାନ୍ତ ସାହୁ, ବାଲ୍ୟବିବାହ ନିରାକରଣ ପରାମର୍ଶଦାତ୍ରୀ ପ୍ରବିଜ୍ଞା ଦାଶ, ବରିଷ୍ଠ ସାମ୍ବାଦିକ ବନମାଳୀ ପାଣିଗ୍ରାହୀ ଓ ରଜନୀକାନ୍ତ ଦାଶ ପ୍ରମୁଖ ଯୋଗଦେଇ କୋଭିଡ ମହାମାରୀ ସମୟରେ ଗଣମାଧ୍ୟମର ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ନିର୍ବାହ କରିଥିବାରୁ ସେମାନେ କୋଭିଡ ଯୋଦ୍ଧା ଭାବରେ ସମ୍ମାନ ର ହକଦାର ବୋଲି ପ୍ରକାଶ କରିଥିଲେ । ପରାମର୍ଶଦାତ୍ରୀ ପ୍ରବିଜ୍ଞା ଦାଶ ବାଲ୍ୟ ବିବାହ ନିଷିଦ୍ଧ ଓ ଏଥିପାଇଁ ରହିଥିବା ବିଭିନ୍ନ ଆଇନର ସଚେତନତା ସୃଷ୍ଟି ପାଇଁ ଗଣମାଧ୍ୟମର ଗରୁତ୍ୱପୁର୍ଣ୍ଣ ଭୂମିକା ରହିଥିବା ପ୍ରକାଶ କରିଥିଲେ ।

ଏହି ଅବସରରେ ମରଣୋତ୍ତର ଭାବରେ ବରିଷ୍ଠ ସାମ୍ବାଦିକ ସତୀଶ ଚନ୍ଦ୍ର ପଟ୍ଟନାୟକ, ମନୋରଞ୍ଜନ ମିଶ୍ର, ରାମଚନ୍ଦ୍ର ପଣ୍ଡା, ଦୁର୍ବାକ୍ଷ ବସ୍ତିଆ ଓ ବିଶ୍ୱଜିତ ପୃଷ୍ଟିଙ୍କୁ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିବାବେଳେ ବରିଷ୍ଠ ସାମ୍ବାଦିକ ବରଜ କୁମାର ବେହେରା, ସୌରେନ୍ଦ୍ର କିଶୋର ଷଡଙ୍ଗୀ, ସୌମିତ୍ରି କୁମାର ନାୟକ, ଦେବାଶିଷ ପୁରୋହିତ ଓ ଶଶାଙ୍କ ଶେଖର ମିଶ୍ରଙ୍କୁ ଜିଲ୍ଲା ପ୍ରଶାସନ ପକ୍ଷରୁ ଜାତୀୟ ପ୍ରେସ ଦିବସ ଅବସରରେ ଉପଢୌକନ ଓ ମାନପତ୍ର ଦେଇ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା । ଏହି ଅବସରରେ ଗଣମାଧ୍ୟମ ପ୍ରତିନିଧି ପ୍ରଣତୀ ପଣ୍ଡା,ଶଙ୍କର ପ୍ରସାଦ ମିଶ୍ର,ସୌମିତ୍ରି କୁମାର ନାୟକ,ଦେବାଶିଷ ପୁରୋହିତ ଓ ଯୁଗଳ କିଶୋର ସାମଲ ପ୍ରମୁଖ କୋଭିଡ ମହାମାରୀ ସମୟରେ ଗଣମାଧ୍ୟମ ର ଭୂମିକା ଉପରେ ଆଲୋଚନା କରିଥିଲେ ।b78948b0 7171 4e7e 922e 859a7f2a0a6f ବୌଦ୍ଧରେ ଜିଲ୍ଲା ସ୍ତରୀୟ ଜାତୀୟ ପ୍ରେସ ଦିବସ ଅନୁଷ୍ଠିତ

ସଭାରେ ପରଲୋକଗତ ସାମ୍ବାଦିକଙ୍କ ଉଦ୍ଦେଶ୍ୟରେ ଦୁଇ ମିନିଟ ନିରବ ପ୍ରାର୍ଥନା କରାଯାଇଥିଲା । କାର୍ଯ୍ୟକ୍ରମ ଅବସରରେ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ରିତାକାନ୍ତି ବଳିୟାରସିଂହ ସ୍ୱାଗତ ଭାଷଣ ଓ ଧନ୍ୟବାଦ ପ୍ରଦାନ କରିଥିଲେ । ଏହି କାର୍ଯ୍ୟକ୍ରମରେ ଜିଲ୍ଲା ର ବିଭିନ୍ନ ଅଞ୍ଚଳରୁ ଗଣମାଧ୍ୟମ ପ୍ରତିନିଧିମାନେ ଯୋଗଦେଇ ଆଲୋଚନାରେ ସକ୍ରିୟ ଅଂଶଗ୍ରହଣ କରିଥିଲେ ।