ମୂଖ୍ୟମନ୍ତ୍ରୀ ଙ୍କ ଦ୍ୱାରା କଳାହାଣ୍ଡି ର ୨୯ ଟି ସ୍ମାର୍ଟ ସ୍କୁଲ ଉଦଘାଟିତ

0
155

ରିପୋର୍ଟ : ଦେବଦତ୍ତ ପଣ୍ଡା
କଳାହାଣ୍ଡି,ତା.(୧୮/୧୧) : ସରକାରୀ ସ୍କୁଲ ଗୁଡିକୁ ଆଧୁନିକ ଶୈଳୀରେ ରୂପରେଖ ଦେବା ସହିତ ଶିକ୍ଷା ର ଉପଯୁକ୍ତ ବାତାବରଣ ସୃଷ୍ଟି କରିବା ପାଇଁ ସ୍ମାର୍ଟ ସ୍କୁଲ ଯୋଜନା ପ୍ରଣୟନ କରାଯାଇଥିବା ବେଳେ ପ୍ରଥମ ପର୍ଯ୍ୟାୟରେ କଳାହାଣ୍ଡି ଜିଲ୍ଲା ର ୨୯ ଟି ସ୍ମାର୍ଟ ସ୍କୁଲ ମୂଖ୍ୟମନ୍ତ୍ରୀ ଙ୍କ ଦ୍ୱାରା ଉଦଘାଟିତ ହୋଇଯାଇଛି ।WhatsApp Image 2021 11 19 at 11.32.04 AM ମୂଖ୍ୟମନ୍ତ୍ରୀ ଙ୍କ ଦ୍ୱାରା କଳାହାଣ୍ଡି ର ୨୯ ଟି ସ୍ମାର୍ଟ ସ୍କୁଲ ଉଦଘାଟିତ

ଶିକ୍ଷା ମାଧ୍ୟମରେ ଓଡିଶା ର ପ୍ରଗତି ହେଉଛି ଓଡିଶା ର ମୂଳ ମନ୍ତ୍ର ବୋଲି ଭବାନୀପାଟଣା ସ୍ଥିତ ମାଣିକେଶ୍ୱରୀ ହାଇସ୍କୁଲ ପରିସରରେ ଏହି ଅବସରରେ ଅନୁଷ୍ଠିତ ଉଦଘାଟନୀ ସମାରୋହରେ ଗୃହ ରାଷ୍ଟ୍ର ମନ୍ତ୍ରୀ କ୍ୟାପଟେନ ଦିବ୍ୟ ଶଙ୍କର ମିଶ୍ର ପ୍ରକାଶ କରିଛନ୍ତି । ମୂଖ୍ୟମନ୍ତ୍ରୀ ଙ୍କ ଦୂରଦୃଷ୍ଟି ଯୋଗୁଁ ଏବଂ କଳାହାଣ୍ଡି ପ୍ରତି ସ୍ୱତନ୍ତ୍ର ପଦକ୍ଷେପ ନିଆଯାଉଥିବା ହେତୁ କଳାହାଣ୍ଡି ଆଜି ଭୋକର ଭୂଗୋଳରୁ ସବୁଜ ସଫଳ ଆଲୋକିତ ଉଜ୍ୱଳ ହୋଇପାରିଛି ବୋଲି ମନ୍ତ୍ରୀ ନିଜ ବକ୍ତବ୍ୟରେ ପ୍ରକାଶ କରିଥିଲେ ।

ଭିଡିଓ କନଫରନେସିଂ ମାଧ୍ୟମରେ ଜିଲ୍ଲା ର ୨୯ ଟି ସ୍ମାର୍ଟ ସ୍କୁଲ କୁ ମୂଖ୍ୟମନ୍ତ୍ରୀ ଉଦଘାଟନ କରିଥିବା ବେଳେ ନର୍ଲା ବିଧାୟକ ଭୂପିନ୍ଦର ସିଂ, ଲାଂଜିଗଡ ବିଧାୟକ ପ୍ରଦୀପ ଦିଶାରୀ, ଧର୍ମଗଡ ବିଧାୟକ ମୌଷଧି ବାଗ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ । କଳାହାଣ୍ଡି ଜିଲ୍ଲାପାଳଙ୍କ ପରିଚାଲନାରେ ଏହି କାର୍ଯ୍ୟକ୍ରମରେ ଗଣଶିକ୍ଷା ସଚିବ ସତ୍ୟବ୍ରତ ସାହୁ ଯୋଗ ଦେଇ ମାଣୀକେଶ୍ୱରୀ ହାଇସ୍କୁଲରେ ନିଜ ଛାତ୍ର ଜୀବନର ଅଭିଜ୍ଞତା ବଖାଣିବା ସହିତ ଶିକ୍ଷକ ରାମେଶ୍ୱର ଠାକୁର ଙ୍କ ସଂପର୍କରେ ଉପସ୍ଥାପନ କରିଥିଲେ ।

ଏହି ସ୍ମାର୍ଟ ସ୍କୁଲ କାର୍ଯ୍ୟକ୍ରମରେ ମାଣିକେଶ୍ୱରୀ ହାଇସ୍କୁଲ ସମେତ ବିଏମ ହାସ୍କୁଲ ଓ ଟାଉନ ହାଇସ୍କୁଲ, ଥୁଆମୂଲ ରାମପୁର ବ୍ଲକ ର ସିରମସ୍କା ହାଇସ୍କୁଲ ଓ ପାଡେପଦର ହାଇସ୍କୁଲ, ନର୍ଲା ବ୍ଲକର ତୁଳାପଡା ଦାମୋଦର ହାଇସ୍କୁଲ ଓ ନର୍ଲା ପଂଚାୟତ ହାଇସ୍କୁଲ, ମଦନପୁର ରାମପୁର ବ୍ଲକର ଦୁର୍ଗାମାଧବ ହାଇସ୍କୁଲ ଓ ଅଲାତରା ପଞ୍ଚସଖା ହାଇସ୍କୁଲ, ଲାଞ୍ଜିଗଡ଼ ବ୍ଲକର ଲାଞ୍ଜିଗଡ଼ ରୋଡ ସରକାରୀ ହାଇସ୍କୁଲ ଓ ବିଶ୍ୱନାଥପୁର ଗୋପବନ୍ଧୁ ହାଇସ୍କୁଲ, କେସିଙ୍ଗା ବ୍ଲକର କେସିଙ୍ଗା ହାଇସ୍କୁଲ, ବେଲଖଣ୍ଡି ହାଇସ୍କୁଲ ତୁୁଣ୍ଡଲା ହାଇସ୍କୁଲ ଓ କଶୃପଡା ହାଇସ୍କୁଲ, କର୍ଲାମୁଣ୍ଡା ବ୍ଲକର ରିଷିଡା ହାଇସ୍କୁଲ ଓ ଗଜବାହାଲ ହାଇସ୍କୁଲ, ଜୁନାଗଡ ବ୍ଲକର ଜୁନାଗଡ ହାଇସ୍କୁଲ ଓ ମହିଚଲା ବାଲାଜୀ ହାଇସ୍କୁଲ, କୋକସରା ବ୍ଲକର କୋକସରା ଜବାହର ହାଇସ୍କୁଲ ଓ ଲଡୁଗାଁ ହାଇସ୍କୁଲ, ଜୟପାଟଣା ବ୍ଲକର ଉମାଶଂକର ହାଇସ୍କୁଲ ଓ ହୀରାପୁର ହାଇସ୍କୁଲ, କଲମପୁର ବ୍ଲକର ଦୁର୍ଗାମାଧବ ହାଇସ୍କୁଲ ଓ ବୀଜମରା ସ୍ୱାମୀ ବିବେକାନନ୍ଦ ହାଇସ୍କୁଲ, ଗୋଲାମୁଣ୍ଡା ବ୍ଲକର ଫରଙ୍ଗ ହାଇସ୍କୁଲ ଓ ଗୋଲାମୁଣ୍ଡା ହାଇସ୍କୁଲ, ଧର୍ମଗଡ ବ୍ଲକର ଧର୍ମଗଡ ହାଇସ୍କୁଲ ଓ ବ୍ରାହ୍ମଣଛେଣ୍ଡିଆ ରାମକୃଷ୍ଣ ହାଇସ୍କୁଲ ଆଦି ୨୯ ଟି ହାଇସ୍କୁଲ କୁ ପ୍ରଥମ ପର୍ଯ୍ୟାୟରେ ସ୍ମାର୍ଟ ସ୍କୁଲ ଭାବେ ଉଦଘାଟନ କରାଯାଇଛି ।