ସତ୍ୟସାଇ ବାବାଙ୍କ ୯୬ ତମ ଜନ୍ମ ମହୋତ୍ସବ ପାଳିତ

0
457

ରିପୋର୍ଟ : ଅକ୍ଷୟ କୁମାର ପିଡ଼ିସିକା //
କଲ୍ୟାଣସିଂହପୁର,(୨୩/୧୧) : ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ରେ ଥିବା ସତ୍ୟସାଇ ବାବାଙ୍କ ମନ୍ଦିରରେ ଆଜି ସତ୍ୟସାଇ ବାବାଙ୍କ ୯୬ ତମ ଜନ୍ମ ମହୋତ୍ସବ ପାଳନ କରାଯାଇଛି ।41397d4e 325f 411a acdf bf8fb1f519ad ସତ୍ୟସାଇ ବାବାଙ୍କ ୯୬ ତମ ଜନ୍ମ ମହୋତ୍ସବ ପାଳିତ

ଏଥିରେ କନଭେନ ର ସାଙ୍ଗମ ନୀଳକଣ୍ଠ ଙ୍କ ତତ୍ତ୍ୱାବଧାନରେ ସମସ୍ତ ସତ୍ୟସାଇ ଭକ୍ତ ଉପସ୍ଥିତ ରେ ପତାକା ଉତ୍ତୋଳନ କରିଥିଲେ । ସକାଳୁ ଓ ସନ୍ଧ୍ୟାରେ ସତ୍ୟସାଇ ବାବାଙ୍କ ଭଜନ କୀର୍ତ୍ତନ କରିଥିଲେ । ଏ ଅବସରରେ ସତ୍ୟସାଇ କମିଟି ତରଫ ରୁ ୯୬ ଟି ଶୀତଳ ବସ୍ତ୍ର ଗରିବ ଲୋକ ଙ୍କୁ ବଣ୍ଟନ କରିବା ସହ ଅର୍ଣ୍ଣ ପ୍ରସାଦ ବଣ୍ଟନ କରିଥିଲେ । ଏଥିରେ ଗ୍ରାମବାସୀ ଓ ସତ୍ୟ ସାଇ କମିଟି ର ସମସ୍ତ ସଦସ୍ୟ ଉପସ୍ଥିତ ରହି ସମ୍ପୂର୍ଣ ସହଯୋଗ କରିଥିଲେ ।