ଜାଳେଣି ଗ୍ୟାସରେ ଆହତଙ୍କୁ ଭେଟି ସହାୟତାର ହାତ ବଢ଼ାଇଲେ ଜିଲ୍ଲା କଂଗ୍ରେସ କମିଟି

0
173

ରିପୋର୍ଟ : ସୁଶାନ୍ତ ବେହେରା //
ବୌଦ୍ଧ, (୦୧/୧୨) : ଜାଳେଣି ଗ୍ୟାସରେ ଆହତଙ୍କୁ ଭେଟି ସହାୟତାର ହାତ ବଢ଼ାଇଲେ ଜିଲ୍ଲା କଂଗ୍ରେସ କମିଟି | ଗତ ମାସ ୨୭ ତାରିଖ ଶନିବାର ଦିନ ବୌଦ୍ଧ ଜିଲ୍ଲା ବସଷ୍ଟାଣ୍ଡ ପାଖରେ ଥିବା ଏକ ଗ୍ୟାସ ଚୁଲ୍ହା ରିପିଆରିଂ ଦୋକାନରେ ଗ୍ୟାସ ଲିକ ହେବା ପରେ ଅଗ୍ନିକାଣ୍ଡ ସୃଷ୍ଟି ହୋଇଥିଲା |

ଜାଳେଣି ଗ୍ୟାସରେ ସଙ୍ଘଠିତ ହୋଇଥିବା ଅଗ୍ନିକାଣ୍ଡରେ ଦୋକାନ ମାଲିକ ରାମ ଚନ୍ଦ୍ର ମିଶ୍ର ଏବଂ ତାଙ୍କ ଦୋକାନରେ କାର୍ଯ୍ୟ କରୁଥିବା ସାନ ବୁଟୁପାଲିର ପ୍ରିତିଶ କୁମାର ପୁରୋହିତ ଆହତ ହୋଇ ବୌଦ୍ଧ ସ୍ଥିତ ସଦର ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇ ଚିକିତ୍ସା ସେବା ଯୋଗାଇ ଦେଇଥିଲେ | ପ୍ରିତିଶ ପୁରୋହିତଙ୍କ ଶରୀରର ଅଧିକାଂଶ ଭାଗ ପୋଡ଼ି ଯାଇଥିବାର ଦେଖିବାକୁ ମିଳିଥିଲା | ଫଳରେ ରୋଗୀଙ୍କୁ ବୁର୍ଲା ବଡ଼ ମେଡିକାଲକୁ ସ୍ଥାନାନ୍ତର କରିବାକୁ ଯୋଜନା କରୁ ଥିବା ବେଳେ ତାଙ୍କ ପିତା ଶିରୀଶ କୁମାର ପୁରୋହିତ ଅର୍ଥାଭାବ ଯୋଗୁଁ ରୋଗୀ ତାଙ୍କ ନିଜ ବାସଗୃହରେ ରହିଥିବାର ଖବର ପାଇ ଜିଲ୍ଲା କଂଗ୍ରେସ କମିଟି ସଭାପତି ନବ କୁମାର ମିଶ୍ର ଜିଲ୍ଲାପାଳଙ୍କୁ ଏଥି ସମ୍ବନ୍ଧରେ ଅବଗତ କରାଇ ଉକ୍ତ ପୀଡିତ ପରିବାରକୁ ମୁଖ୍ୟମନ୍ତ୍ରୀଙ୍କ ସାହାଯ୍ୟ ପାଣ୍ଠିରୁ କିଛି ସାହାଯ୍ୟ ଯୋଗାଇ ଦେବା ପାଇଁ ଅନୁରୋଧ କରିବା ସହ ଜିଲ୍ଲା କମିଟି ଗହଣରେ ଆହତଙ୍କୁ ଭେଟି ୫୧୦୦ ଟଙ୍କାର ସହାୟତା ରାଶି ପ୍ରଦାନ କରିଥିବା ଜଣାଯାଏ |