ଦାଦନ ଶ୍ରମିକ ଉଦ୍ଧାର ସହ ଦୁଇ ଗିରଫ, ଦୁଇ ଦଲାଲ ଫେରାର

0
268

ରିପୋର୍ଟ : ସନ୍ତୋଷ ନାୟକ //
ବଲାଙ୍ଗୀର/ପାଟଣାଗଡ଼, ତା(୦୭/୧୨) : ପାଟଣାଗଡ଼ ଉପଖଣ୍ଡ ଅନ୍ତର୍ଗତ ଖପ୍ରାଖୋଲ ପୋଲିସ ଦ୍ବାରା ୧୨ ଜଣ ଦାଦନ ଶ୍ରମିକ ଉଦ୍ଧାର ହୋଇଥିବା ବେଳେ ତାଙ୍କୁ ନେଇ ଯାଉଥିବା ଦୁଇ ଅଟୋ ଡ୍ରାଇଭର କୁ ଗିରଫ କରିଥିବା ଜଣାଯାଇଛି ।

ସୂଚନା ଅନୁସାରେ ପାଟଣାଗଡ଼ ଉପଖଣ୍ଡ ଖପ୍ରାଖୋଲ ଥାନା ଏଏସ୍ଆଇ ସାୱନ କେରକେଟା ତା.୬/୧୨/୨୧ ସମୟ ୧୦ ଟାରେ ନିଜ ଥାନା ଏରିଆରେ ପେଟ୍ରୋଲିଂ କରୁଥିଲେ | ସେହି ବେଲପଡା ବ୍ଳକ କନ୍ଧେନଝୁଲା ଛକ ଠାରେ ଦୁଇଟି ଅଟୋ ରିକ୍ସାରେ ଖପ୍ରାଖୋଲ ଥାନା ଭରୁଆମୁଣ୍ଡା ଗାଁ ର ୩ ଜଣ ପୁରୁଷ, ୫ଜଣ ମହିଳା, ୪ ଜଣ ଶିଶୁ ଥିବା ଦେଖିବାକୁ ପାଇଥିଲେ । ଦାଦନ ଶ୍ରମିକ ଉଦ୍ଧାର ପରେ ଖପ୍ରାଖୋଲ ଥାନା ଆଣି ୧.୨୯ରେ କେଶ ରେଜିଷ୍ଟ୍ରେସନ କରିଥିଲେ ଓ ଦୁଇ ଅଟୋ ଡ୍ରାଇଭର କୁ ଗିରଫ କରିବା ସହ ଦୁଇ ଅଟୋ କୁ ଜବତ କରିଛନ୍ତି ।

ଥାନାରେ କେଶ ନମ୍ବର ୧୨୦, ୩୭୦, ୩୭୪, ୩୪ ଆଇ ପି ସି ଧାରା ରୁଜୁ କରି ଡ୍ରାଇଭର ବିରଞ୍ଚି ବାଗ (୪୧) ଓ ପୂର୍ଣ୍ଣ ବଗର୍ତ୍ତି (୩୦) କୁ କୋର୍ଟ ଚାଲାଣ କରିଥିବା ତଦନ୍ତ କାରୀ ଅଫିସର ନାରାୟଣ ସାହୁ ସୂଚନା ଦେଇଛନ୍ତି । ମୁଖ୍ୟ ଦଲାଲ୍ କନ୍ଧେନଝୁଲା ଗାଁ ଗୋପ ରାଏ (୫୭) ଓ କଣ୍ଟାବାଞ୍ଜି ଅମରେନ୍ଦ୍ର ବାଗ ଫେରାର ଥିବା ଥାନା ଅଧିକାରୀ ରମାକାନ୍ତ ସାହୁ କହିଛନ୍ତି ।