Friday, March 29, 2024

Top 5 This Week

Related Posts

ପ୍ରେସ ୟୁନିୟନ ପକ୍ଷରୁ ହେଲିକପ୍ଟର ଦୁର୍ଘଟଣାରେ ସହିଦଙ୍କୁ ସଲାମ

ରିପୋର୍ଟ : ଗୋପୀନାଥ ଗୌଡ଼ //
ରାୟଗଡ, (୦୯/୧୨) : ପ୍ରେସ ୟୁନିୟନ ପକ୍ଷରୁ ହେଲିକପ୍ଟର ଦୁର୍ଘଟଣାରେ ସହିଦଙ୍କୁ ସଲାମ । ଦେଶର ସୁରକ୍ଷା ପାଇଁ ସର୍ବଦା ଆଗକୁ ଆସି ଲଢୁଥିଲେ । ଦେଶ ସେବା କରିବାକୁ ଶପଥ ନେଇଥିଲେ । ଦେଶ ର ଦ୍ରୋହି ମାନଙ୍କୁ ଦମନ କରିବା ପାଇଁ ଜବାନମାନଙ୍କୁ ସର୍ବଦା ଗୁରୁ ମନ୍ତ୍ର ଦେଇ କେତେ ଜବାନ ତିଆରି କରିଥିଲେ । ଭାରତ ମାତାର ଲଢୁଆ ସନ୍ତାନ ମାନେ ଆଜି ନିଜ ଜୀବନ ଯୁଦ୍ଧରେ ହାରିଗଲେ । ସାରା ଦେଶ ତାଙ୍କ ସ୍ମୃତି କୁ ମନେ ପକାଇ ବାହୁନି କାନ୍ଦୁଛି । ସେମାନେ ଥିଲେ ଆମ ଦେଶର ବରପୁତ୍ର ।05556a6c 3e6a 4ff8 b59b aed183a5149c ପ୍ରେସ ୟୁନିୟନ ପକ୍ଷରୁ ହେଲିକପ୍ଟର ଦୁର୍ଘଟଣାରେ ସହିଦଙ୍କୁ ସଲାମ

ତାମିଲନାଡୁ କୁନ୍ନୁରରେ ହେଲିକପ୍ଟର ଭୟଙ୍କର କ୍ରାସ ହୋଇ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଦୁର୍ଭାଗ୍ୟଜନକ ହେଲିକପ୍ଟର ଦୁର୍ଘଟଣାରେ ସିଡିଏସ୍ ଜେନେରାଲ ବିପିନ୍ ରାୱତ, ତାଙ୍କ ପତ୍ନୀ ଏବଂ ଅନ୍ୟ ୧୧ ଜଣ ଯବାନଙ୍କ ଆକସ୍ମିକ ଦେହାନ୍ତ ହୋଇଥିଲା । ସ୍ବର୍ଗତ ରାୱତଙ୍କ ଦେହାନ୍ତ ଓ ଯବାନ ମାନଙ୍କ ଆକସ୍ମିକ ମୃତ୍ୟୁ ଦେଶ ପାଇଁ ଏକ ଅପୂରଣୀୟ କ୍ଷତି। ମାତୃଭୂମିର ସେବା ଓ ସୁରକ୍ଷା ପାଇଁ ସେମାନଙ୍କ ଅବଦାନ ଚିରସ୍ମରଣୀୟ ହୋଇ ରହି ବ। ଏହି ଭଳି ଦୁଃଖଦ ଘଟଣା ରେ ରାୟଗଡ ଜିଲ୍ଲା ପ୍ରେସ ୟୁନିୟନ ବହୁତ ମର୍ମାହତ । ସଂଘ ପକ୍ଷରୁ ସହିଦ ଯବାନ ମାନଙ୍କ ଗଭୀର ଶ୍ରଦ୍ଧାଞ୍ଜଳି ଙ୍ଗ୍ଯାପନ ସହ ଏକ ଶୋକସଭା ର ଆୟୋଜନ କରାଯାଇଥିଲା ।11d4a5f3 c31c 4dc8 a0e5 6a68ca72321e ପ୍ରେସ ୟୁନିୟନ ପକ୍ଷରୁ ହେଲିକପ୍ଟର ଦୁର୍ଘଟଣାରେ ସହିଦଙ୍କୁ ସଲାମ

ଉପସ୍ଥିତ ସଂଘର ସଭ୍ୟ ମାନେ ସହୀଦ ମାନଙ୍କ ଫଟୋଚିତ୍ର ରେ ପୁଷ୍ପମାଲ୍ୟ ଅର୍ପଣ କରିବା ସହ କେଣ୍ଡେଲ ପ୍ରଜ୍ଜ୍ୱଳନ କରି ଯବାନ ମାନଙ୍କ ଆମର ଆତ୍ମାର ଶାନ୍ତି ନିମନ୍ତେ ପ୍ରାର୍ଥନା କରିଥିଲେ ।

ଏହି ସଭାରେ ଜିଲ୍ଲାର ବରିଷ୍ଠ ବ୍ୟକ୍ତି, ସମାଜ ସେବୀ, ଆଇନ ଜୀବୀ, ବିଭିନ୍ନ ରାଜନୈତିକ ଦଳର କାର୍ଯ୍ୟ କର୍ତ୍ତା, ସାମାଜିକ ସଂଗଠନ ର କର୍ମୀ ବୃନ୍ଦ, ଛାତ୍ରଛାତ୍ରୀ, ଶିକ୍ଷା ବିତ, ଏନସିସି ଲେପ୍ଟେଣ୍ଟ ଉଦୟ ନାୟକ ଉପସ୍ଥିତ ହୋଇ ସହିଦ ଯବାନ ମାନଙ୍କ ଫଟୋ ରେ ପୁଷ୍ପମାଲ୍ୟ ଅର୍ପଣ କରିବା ସହିତ କେଣ୍ଡେଲ ରେ ପ୍ରଦ୍ଵୀପ ପ୍ରଜ୍ଜ୍ୱଳନ କରି ଅମର ଆତ୍ମା ର ଶାନ୍ତି ନିମନ୍ତେ ପ୍ରାର୍ଥନା କରିଥିଲେ । ଯବାନ ମାନଙ୍କ ଅମର ଆତ୍ମାର ସଦଗତି କାମନା କରିବା ସହ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ସମବେଦନା ଜଣାଇବା ପାଇଁ ଜିଲ୍ଲା ର ପ୍ରଶାସନିକ ଅଧିକାରୀ ତଥା ଉପଜିଲ୍ଲାପାଳ ଶ୍ରୀ ପ୍ରତାପ ଚନ୍ଦ୍ର ପ୍ରଧାନ, ଅତିରିକ୍ତ ଜିଲ୍ଲାପାଳ ସୋମନାଥ ପ୍ରଧାନ, ଜିଲ୍ଲା ସୁଚନା ଲୋକ ସଂପର୍କ ଅଧିକାରୀ ବସନ୍ତ କୁମାର ପ୍ରଧାନ ଉପସ୍ଥିତ ହୋଇ ପୁଷ୍ପ ମାଲ୍ୟାର୍ପଣ ସହ କେଣ୍ଡେଲ ରେ ପ୍ରଦ୍ଵୀପ ପ୍ରଜ୍ଜ୍ୱଳନ କରି ଥିଲେ ।014ec0a0 eb2b 48c9 868c f6f4eef9da37 ପ୍ରେସ ୟୁନିୟନ ପକ୍ଷରୁ ହେଲିକପ୍ଟର ଦୁର୍ଘଟଣାରେ ସହିଦଙ୍କୁ ସଲାମ

ସଂଘ ର କାର୍ଯ୍ୟ କାରିଣୀ ସଭାପତି ସୁରେଶ ଚନ୍ଦ୍ର ଦାସ ଙ୍କ ନେତୃତ୍ବରେ ଆୟୋଜିତ କାର୍ଯ୍ୟ କ୍ରମରେ ସଂପାଦକ ଶୀବାଜୀ ଦାସ, କୋଷାଧ୍ୟକ୍ଷ ରସ୍ମିରଞନ ଦୋରା, ଉପଦେଷ୍ଟା ଜନ୍ମେଜୟ ସ୍ଵାଇଁ, ସଭ୍ୟ ସର୍ବେଶ୍ଵର ରାଓ, ରାଜିବ ପଣ୍ଡା, ରାଜେଶ ମହାନ୍ତି, ଗଣେଶ ସାହୁ ପ୍ରମୁଖ ଉପସ୍ଥିତ ଥିଲେ।

sudhir
sudhirhttps://www.odishanews24.in
Editor led his team through the digital news revolution, always prioritizing integrity & accuracy. his legacy endures, an emblem of journalistic dedication.

Popular Articles