କ୍ୟାପିଟାଲ ହାଇସ୍କୁଲ ର ଦୁଇ କେନ୍ଦ୍ରୀୟ ବିଦ୍ୟାଳୟରେ ୧୦ ଶିକ୍ଷକ ପଜିଟିଭ୍

0
164

ରିପୋର୍ଟ : ସୁଭାସିସ ନାୟକ
ଭୁବନେଶ୍ୱର,(୧୦/୧୨) : ଭୁବନେଶ୍ୱର ରେ କରୋନା ସଂକ୍ରମଣ କମୁ ନ ଥିବା ବେଳେ ସଂକ୍ରମିତ ହୋଇଛନ୍ତି ଛାତ୍ରଛାତ୍ରୀ । କ୍ୟାପିଟାଲ ହାଇସ୍କୁଲ ର ଦୁଇ ଜଣ ଛାତ୍ର କୋଭିଡ ରେ ଆକ୍ରାନ୍ତ ହୋଇଛନ୍ତି । ସେପଟେ କେନ୍ଦ୍ରୀୟ ବିଦ୍ୟାଳୟ-୧ ରେ ୧୦ ରୁ ଅଧିକ ଶିକ୍ଷକ କରୋନାରେ ଆକ୍ରାନ୍ତ ହୋଇଥିବା ଜଣାପଡ଼ିଛି ।

ଗତକାଲି କ୍ୟାପିଟାଲ ହାଇସ୍କୁଲ ର ୩୭୨ ଜଣ ଛାତ୍ରଛାତ୍ରୀଙ୍କ କୋଭିଡ ପରୀକ୍ଷା ହୋଇଥିଲା । ସେମାନଙ୍କ ଭିତରୁ ନବମ ଶ୍ରେଣୀ ର ଦୁଇ ଜଣ ଛାତ୍ର କରୋନା ପଜିଟିଭ୍ ହୋଇଥିବା ଚିହ୍ନଟ ହୋଇଥିବା ବେଳେ ସେମାନଙ୍କୁ ସଂଗରୋଧରେ ରଖାଯାଇଛି । ଦୁଇ ଛାତ୍ର ପଜିଟିଭ ଚିହ୍ନଟ ପରେ ସ୍କୁଲ ଓ ଶ୍ରେଣୀଗୃହ କୁ ବିଶୋଧ କରାଯାଇ କଟକଣା ଭିତରେ ପାଠପଢ଼ା ଚାଲିଛି ।

ସେପଟେ କେନ୍ଦ୍ରୀୟ ବିଦ୍ୟାଳୟ-୧ ରେ ୧୦ ରୁ ଅଧିକ ଶିକ୍ଷକ କୋଭିଡ ରେ ଆକ୍ରାନ୍ତ ହୋଇଛନ୍ତି । ପୂର୍ବରୁ ଲକ୍ଷଣ ଦେଖାଯିବା ପରେ ସେମାନଙ୍କ ଆରଟିପିସିଆର ଟେଷ୍ଟ କରାଯାଇଥିଲା । ସେମାନେ ପଜିଟିଭ ଚିହ୍ନଟ ହୋଇଥିଲେ । ବର୍ତ୍ତମାନ କୋଭିଡ୍ ନିୟମ ଅନୁଯାୟୀ ସ୍କୁଲରେ ଦଶମ ଶ୍ରେଣୀ ବୋର୍ଡ ପରୀକ୍ଷା ଚାଲିଛି । ଅନ୍ୟ ସମସ୍ତ କ୍ଲାସ୍ ଅଫ୍ଲାଇନ ବଦଳରେ ଅନ୍ଲାଇନରେ ଚାଲୁ ରହିଛି ।

ଏହା ପୂର୍ବରୁ ଢେଙ୍କାନାଳ କୁଞ୍ଜକାନ୍ତ ସ୍ଥିତ ଆବାସିକ କଲେଜରୁ ୫୩ ଜଣ ଛାତ୍ରଛାତ୍ରୀ କରୋନାରେ ଆକ୍ରାନ୍ତ ହୋଇଥିଲେ । ସେହିପରି ସୁନ୍ଦରଗଡ଼, ସମ୍ୱଲପୁର, ଅନୁଗୋଳ ଓ ଯାଜପୁରରେ ମଧ୍ୟ ସ୍କୁଲ ପିଲା ମଧ୍ୟ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।