ଦରଦାମ ଏବଂ ବେକାରୀ ବୃଦ୍ଧି ପ୍ରସଙ୍ଗକୁ ନେଇ ବିଜେଡିର ବାଇକ୍ ରାଲି

0
149

ରିପୋର୍ଟ : ସୁଭାସିସ ନାୟକ
ଭୁବନେଶ୍ୱର, (୧୦/୧୨) : ରାଜଧାନୀ ଭୁବନେଶ୍ୱର ରେ ବିଜୁ ଜନତା ଦଳ କରୁଛି ବାଇକ୍ ରାଲି । ଦରଦାମ ଏବଂ ବେକାରୀ ବୃଦ୍ଧି ପ୍ରସଙ୍ଗ କୁ ନେଇ କେନ୍ଦ୍ର ସରକାର ଙ୍କ ବିରୋଧରେ ବିକ୍ଷୋଭ ପ୍ରଦର୍ଶନ କରୁଛି ବିଜୁ ଜନତା ଦଳ ।

ବିଜୁ ଜନତା ଦଳ ର ଯୁବ, ଛାତ୍ର, ମହିଳା ଶାଖା ପକ୍ଷରୁ ଏକ ବିଶାଳ ଶୋଭାଯାତ୍ରା ର ଆୟୋଜନ ହୋଇଛି । ଦରଦାମ ଏବଂ ବେକାରୀ ବୃଦ୍ଧି ପ୍ରସଙ୍ଗ କୁ ନେଇ ବିଜୁ ଜନତା ଦଳ ର ମୁଖ୍ୟ କାର୍ଯ୍ୟାଳୟ ରୁ ଏକ ବିଶାଳ ଶୋଭାଯାତ୍ରାରେ ବାହାରିଛି ଦଳ । ଭୁବନେଶ୍ୱର ପାୱାରେ ହାଉସ ଛକ ନିକଟରେ ବିଜୁ ଛାତ୍ର ଜନତା ଦଳ ପକ୍ଷରୁ ପେଟ୍ରୋଲ ଓ ଡିଜେଲ ଦର ଅହେତୁକ ବୃଦ୍ଧି ପ୍ରତିବାଦରେ ଗଣଧାରଣା ଦିଆଯାଉଛି । ଏହି ଗଣ ଧାରଣା ରେ ବିଜୁ ଜନତା ଦଳ ର ପ୍ରମୁଖ ନେତା ମାନେ ଯୋଗ ଦେଇଥିବାର ସୂଚନା ରହିଛି ।