୧୮୧୭ ପାଇକ ବିଦ୍ରୋହ କୁ ପ୍ରଥମ ସ୍ୱାଧୀନତା ସଂଗ୍ରାମ ମାନ୍ୟତା ଦେବା ପାଇଁ ନ୍ୟାୟିକ ଲଢେଇ

0
150

ରିପୋର୍ଟ : ସୁଭାସିସ ନାୟକ
ଭୁବନେଶ୍ୱର,(୧୦/୧୨) : ୧୮୧୭ ପାଇକ ବିଦ୍ରୋହ କୁ ପ୍ରଥମ ସ୍ୱାଧୀନତା ସଂଗ୍ରାମ ର ମାନ୍ୟତା ଦେବା ପାଇଁ ନ୍ୟାୟିକ ଲଢେଇ କରିବେ ଫିଲ୍ମ ପ୍ରଯୋଜକ ଅକ୍ଷୟ କୁମାର ପରିଜା । ଏଥିପାଇଁ ସେ ଏକ ସିଭିଲ ସୁଟ୍ କରିବାକୁ ପ୍ରସ୍ତୁତି ଆରମ୍ଭ କରିଛନ୍ତି ।

ତାଙ୍କ ପାଇଁ ମାମଲା ପରିଚାଳନା କରିବେ ଆଇନଜୀବୀ ସିଦ୍ଧାର୍ଥ ପରିଡା । ତେବେ ଏ ସଂପର୍କରେ ରାଜ୍ୟ ସରକାର ନେଇଥିବା କେତେକ ପଦକ୍ଷେପ କୁ ଉଲ୍ଲେଖ କରାଯାଇଛି । ୨୦୧୭ ରେ ୧୮୧୭ ପାଇକ ବିଦ୍ରୋହ କୁ କେନ୍ଦ୍ର ସରକାର ପ୍ରଥମ ସ୍ୱାଧୀନତା ସଂଗ୍ରାମ ର ମାନ୍ୟତା ଦେବା ପାଇଁ ଓଡିଶା କ୍ୟାବିନେଟ୍ ପ୍ରାସ୍ତାବ ପାରିତ କରିଥିଲା ।

ଭୁବନେଶ୍ୱରରେ ମାନବ ସମ୍ବଳ ବିକାଶ ମନ୍ତ୍ରୀ ପ୍ରକାଶ ଜାଭଡେକର ଏହାକୁ ପ୍ରଥମ ସ୍ୱାଧୀନତା ସଂଗ୍ରାମ ବୋଲି ସୂଚନା ଦେଇଥିଲେ । ପରବର୍ତ୍ତୀ ଶିକ୍ଷାବର୍ଷ ରୁ ଏହାକୁ ଇତିହାସ ପାଠ୍ୟକ୍ରମରେ ସାମିଲ କରିବାକୁ ଘୋଷଣା କରିଥିଲେ । ତେଣୁ ଏହାକୁ ମାନ୍ୟତା ପ୍ରଦାନ ଲାଗି ତୁରନ୍ତ ପଦକ୍ଷେପ ନେବାକୁ ଆବେଦନ କରି ଏହି ନୋଟିସ କରାଯାଇଛି । ସୂଚନା ଅନୁସାରେ ୬୦ ଦିନ ଭିତରେ ନୋଟିସ ର କୌଣସି ଉତ୍ତର ନ ଆସିଲେ ଏହାକୁ ସିଭିଲ ସୁଟ୍ ଭାବେ ଗ୍ରହଣ କରିବେ କୋର୍ଟ ।

ସେହି ବର୍ଷ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ତତକାଳୀନ କେନ୍ଦ୍ର ଗୃହମନ୍ତ୍ରୀ ରାଜନାଥ ସିଂହଙ୍କୁ ଚିଠି ଲେଖିଥିଲେ । ଖୋର୍ଦ୍ଧରେ ପାଇକ ବିଦ୍ରୋହ ର ୨୦୦ ବର୍ଷ ପୂର୍ତି ପାଳନରେ ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ ମଧ୍ୟ ପାଇକ ବିଦ୍ରୋହ କୁ ପ୍ରଥମ ସ୍ୱାଧୀନତା ସଂଗ୍ରାମ ବୋଲି ସମ୍ବୋଧନ କରିଥିଲେ ।