ୟା. ସି. ଡ଼ି. ଏ. ର ଓଡିଶା କେୟାର ଲିଭର ଏସସଆସନ୍ନ ସମ୍ମେଳନ ଉଦଯାପିତ ଉତ୍ସବ

0
184

ରିପୋର୍ଟ : ସୁଶାନ୍ତ ବେହେରା
ବୌଦ୍ଧ, (୧୨/୧୨) : ଗତକାଲି ୟା. ସି. ଡ଼ି. ଏ. , ବାଉଁଶୁଣି, ବୌଦ୍ଧ ଠାରେ ଦୁଇ ଦିନିଆ ଓଡ଼ିଶା କେୟାର ଲିଭର୍ ଏସସଆସନ୍ନ ସମ୍ମେଳନ ଉଦଯାପିତ ହୋଇଛି ।

ଏହି ସମ୍ମେଳନ ରେ ମୁଖ୍ୟ ଅତିଥି ଭାବରେ ଶ୍ରୀ ସାକ୍ଷୀଗୋପାଳ ପ୍ରଧାନ, ଅଧ୍ୟକ୍ଷ, ଶିଶୁ ମଙ୍ଗଳ ସମିତି, ବୌଦ୍ଧ, ଶ୍ରୀ ରାହୁଲ ପ୍ରଧାନ, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ, ବୌଦ୍ଧ, ଶ୍ରୀମତି ସୁନିତା ତ୍ରିପାଠୀ, ସଦସ୍ୟ, ଶିଶୁ ମଙ୍ଗଳ ସମିତି, ବଲାଙ୍ଗୀର, ଡ଼ ଗୋଦାବରୀଶ ରଥ, ସଦସ୍ୟ, ଶିଶୁ ମଙ୍ଗଳ ସମିତି, ବଲାଙ୍ଗୀର, ଶ୍ରୀ ବିରଞ୍ଚି ବୋହିଦାର, ସଦସ୍ୟ, ଶିଶୁ ମଙ୍ଗଳ ସମିତି, ବଲାଙ୍ଗୀର, ଏବଂ ୟା. ସି. ଡ଼ି. ଏ. ର ମୁଖ୍ୟ ଶ୍ରୀ ରାଜେନ୍ଦ୍ର ମେହେର ଯୋଗ ଦେଇଥିଲେ । ଏହି ଦୁଇ ଦିନିଆ ସମ୍ମେଳନ ରେ ୧୦୦ ଟି କେୟାର ଲିଭର୍ (୧୮ ବର୍ଷ ପରେ ଆବଶ୍ୟକ କରୁଥିବା ଯତ୍ନ ଏବଂ ସୁରକ୍ଷା) ୮ ଟି ଜିଲ୍ଲା ରୁ ଯୋଗ ଦେଇଥିଲେ । ଶିଶୁ ଯତ୍ନ ସୁରକ୍ଷା ଅନୁଷ୍ଠାନ ଛାଡିବା ପରେ ଯୁବକ ଯୁବତୀ ମାନେ ଯତ୍ନ ସୁରକ୍ଷା ଆବଶ୍ୟକ କରୁଥାନ୍ତି ।

ୟାସିଡ଼ିଏ ଦ୍ୱାରା ପରିଚାଳିତ ଏହି ଓଡିଶା କେୟାର ଲିଭର ସଂଗଠନ ଟି । ଆଗାମୀ ଦିନ ମାନଙ୍କରେ କିପରି ଏହା କାର୍ଯ୍ୟକାରୀ କରିବା ସେ ବିଷୟରେ ଆଲୋଚନା ହୋଇଥିଲା । ସମ୍ମେଳନ ଟିକୁ ଶ୍ରୀ ଅରୁଣ କୁମାର ପ୍ରଧାନ, ସେନିୟର ପ୍ରୋଗ୍ରାମ ମାନେଜର, ୟାସିଡ଼ିଏ ପରିଚାଳନା କରିଥିଲେ ।