ଜୀବିକା ଚିନ୍ତାରେ ବାଉଁଶ କାରିଗର

0
160

ରିପୋର୍ଟ : ଧ୍ରୁବରାଜ ମିଶ୍ର
ସୋନପୁର, (୧୪/୧୨) : ଜୀବିକା ଚିନ୍ତାରେ ବାଉଁଶ କାରିଗର । ପୂର୍ବ ପୁରୁଷ ଙ୍କ ଜୀବିକାଙ୍କୁ ଧରି ଚଳି ଆସୁଥିବା ପରିବାର ଆଧୁନିକତାର ଚାପରେ ଜୀବିକା ହରାଇବା ନେଇ ନାହିଁ ନ ଥିବା ସମସ୍ୟା ର ସମ୍ମୁଖିନ ହେଉଛନ୍ତି ।

ସମୟ ଥିଲା କୃଷି କାର୍ଯ୍ୟ ଠାରୁ ଆରମ୍ଭ କରି ସାମାଜିକ ଚଲଣିରେ ପାତିକାର ମାନଙ୍କ ଦ୍ୱାରା ବାଉଁଶ ରୁ ତିଆରି ଜିନିଷିର ବେଶ ଚାହିଦା ରହିଥିଲା । ଏହା ସମାଜର ଚଲଣି ର ଅଙ୍ଗ ହୋଇ ରହିଥିଲା । ହେଲେ ଏବେ ଜୀବିକା ଚିନ୍ତାରେ ବାଉଁଶ କାରିଗର । ଚାଷ କାମ ପାଇଁ ପାତିକାର ବାଉଁଶରେ ମୋଟା ପାତିଆରେ ତିଆରି କରୁଥିଲେ ‘ଗୁରଲ୍‌’ । ଏହା ଶଗଡ ଗାଡିରେ ରଖି ଚାଷୀ ବିଲକୁ ଗୋବର ଖତ ନେବାରେ ବ୍ୟବହାର କରୁଥିଲେ ।

ସେହିପରି ଆଉ ଏକ ଜିନିଷର ନାମ ହେଉଛି ‘ଲୁଦର’ । ଏହା ସାହାଯ୍ୟରେ ଚାଷୀ ଅମଳ କରିଥିବା ଧାନକୁ ଘରକୁ ଆଣିଥାଏ । କିନ୍ତୁ ବର୍ତ୍ତମାନର ଯୁଗରେ ଏ ସବୁର ଦେଖା ନାହିଁ । ପରବର୍ତ୍ତି ପିଢି ପାଇଁ ମ୍ୟୁଜିୟମ ଗୁଡିକରେ ଏହା ଦେଖିବାକୁ ପାଇପାରିବେ । ଏହାର ସ୍ଥାନକୁ ଟ୍ରାକ୍ଟର ଏବଂ ଧାନ ବସ୍ତା ମାଡି ବସିଛି । ଲୋକେ ଆଉ ଲୁଦର ସାହାଯ୍ୟରେ ଶଗଡ ଗାଡିରେ ଗୋବର ଖତ ନେଉ ନାହାନ୍ତି । ଟ୍ରାକ୍ଟର ଏବଂ ପାୱାରଟିଲର ସାହାଯ୍ୟରେ ଅମଳ ଧାନକୁ ବସ୍ତା ଦ୍ୱାରା ସିଧାସଳଖ ମିଲ କୁ ନିଆଯାଉଛି । ଏଣୁ ପାତିକାର ମାନଙ୍କ ଉପରେ ଚାଷୀ ଲୁଦର ଓ ଗୁରଲ ପାଇଁ ନିର୍ଭର କରୁନାହାନ୍ତି ।

ଝିଅ ବାହାଘର ପାଇଁ ବାଉଁଶ ପାତିଆରେ ତିଆରି ଭୋଗେଇ, କୁଲା, ଡାଲା ଇତ୍ୟାଦି ବିଭିନ୍ନ ପ୍ରକାର ଜିନିଷ ବ୍ୟବହାର ହୋଇଥାଏ । କିନ୍ତୁ ବର୍ତ୍ତମାନ ପ୍ଲାଷ୍ଟିକ କୁଲା ବ୍ୟବହାର ଏବଂ ଟୋକେଇ ଭୋଗେଇ ର ବ୍ୟବହାର କମି ଯାଇଛି । ଫଳରେ ପୂର୍ବପରି ଏମାନଙ୍କ ବେଉସା ଆଉ ଚଳୁ ନାହିଁ । ଆଧୁନିକତାର ଛାପରେ ଝିଅମାନେ ମଧ୍ୟ ଭୋଗେଇ ଟୋକେଇ ନେବାକୁ ଚାହୁଁ ନାହାନ୍ତି ।

ପ୍ରତ୍ୟେକ କାର୍ଯ୍ୟରେ ବ୍ୟବହୃତ ହେଉଥିବା ବାଉଁଶ ତିଆରି ଜିନିଷ ଆଜି ବଜାରରେ ଅଲୋଡା ହୋଇଯାଉଛି । ଫଳରେ ଅନେକ ପାତିକାର ପରିବାର ଜୀବିକା ହରାଇ ସଙ୍କଟରେ ପଡିଛନ୍ତି । ଆଗଭଳି ଆଉ ବ୍ୟବହାର ନାହିଁ । ନକଲେ ନ ଚଳେ ନାହିଁ ବୋଲି ବାଧ୍ୟବାଧକତାରେ କରୁଛୁ । ଗ୍ରାହକ ମଧ୍ୟ କମି ଯାଉଛନ୍ତି । ନୀତି ନିୟମ ଅନୁସାରେ ବାହାଘର ପାଇଁ ଗୋଟେ ଦିଟା ଭୋଗେଇ କିଣୁଛନ୍ତି । ସରକାରୀ କ୍ଷେତ୍ରରେ ମଧ୍ୟ ପ୍ରୋତ୍ସାହନ ନାହିଁ । ଆଗକୁ ବେପାର ବନ୍ଦ ହୋଇଯାଇପାରେ । ରାଜ୍ୟ ସରକାର ଏଥି ପ୍ରତି ଦୃଷ୍ଟି ଦେଇ ଆବଶ୍ୟକ ପ୍ରୋତ୍ସାହନ ହେବାକୁ ବାଉଁଶ କାରିଗର ମାନେ ପ୍ରକାଶ କରିଛନ୍ତି l