ଆଶୀର୍ବାଦ ଯୋଜନା ରେ ଅନାଥଙ୍କୁ ସୋନପୁର ଜିଲ୍ଲାପାଳଙ୍କ ଆର୍ଥିକ ସହାୟତା ପ୍ରଦାନ

0
216

ରିପୋର୍ଟ : ଧ୍ରୁବରାଜ ମିଶ୍ର //
ସୋନପୁର,(୧୩/୮) : ଆଜି ଅପରାହ୍ନ ରେ ଜିଲ୍ଲପାଳଙ୍କ କାର୍ଯ୍ୟାଳୟ ପ୍ରକୋଷ୍ଠ ରେ ଜିଲ୍ଲା ଶିଶୁ ସୁରକ୍ଷା ବିଭାଗ ଦ୍ୱାରା ଆୟୋଜିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ରେ ଜିଲ୍ଲପାଳ ଅଵୋଲୀ ସୁନିଲ ନରୱଣେ ଆଶୀର୍ବାଦ ଯୋଜନା ର ହିତାଧିକାରୀ ଅନାଥ ଶିଶୁ, ଓ ମାଆ କିମ୍ବା ବାପାଙ୍କୁ ହରାଇଥିବା ଶିଶୁମାନଙ୍କୁ ଆର୍ଥିକ ସହାୟତା ଚେକ ମାଧ୍ୟମରେ ପ୍ରଦାନ କରିଛନ୍ତି lf58181d3 d1b5 45dd a032 de0c0c0448e0 ଆଶୀର୍ବାଦ ଯୋଜନା ରେ ଅନାଥଙ୍କୁ ସୋନପୁର ଜିଲ୍ଲାପାଳଙ୍କ ଆର୍ଥିକ ସହାୟତା ପ୍ରଦାନ

ଏହି ଅବସରରେ ଜିଲ୍ଲପାଳ ଶ୍ରୀମତୀ ନରୱଣେ, ଅପର୍ଣ୍ଣା ନନ୍ଦଙ୍କୁ ୨୫୦୦ ଟଙ୍କା, ପୁଜା ମେହେର, ରୋହନ ନାଏକ, ଅଂଶୁମାନ ବାଘ, ତୁଳସୀ ବେହେରା ପ୍ରଭୁତି ପ୍ରତ୍ୟେକ ଙ୍କୁ ଟ ୧୫୦୦-, ଙ୍କା ର ଚେକ ପ୍ରଦାନ କରିଛନ୍ତି l ଆଶୀର୍ବାଦ ଯୋଜନା ରେ ଜିଲ୍ଲାର ୭ଜଣ ଅନାଥ ଶିଶୁ ସହ ୭୬ଜଣ ଶିଶୁ ଯେଉଁ ମାନେ ଏହି କରୋନା ସମୟରେ ନିଜ ପରିବାର ର ମୁଖ୍ୟ ରୋଜଗାର କ୍ଷମ ବ୍ୟକ୍ତିଙ୍କୁ ହରାଇଛନ୍ତି ଏହିପରି ମୋଟ ୮୩ ଜଣ ଶିଶୁଙ୍କୁ ୧ଲକ୍ଷ ୩୧ ହଜାର ୫୦୦ଶହ ଟଙ୍କାର ଆର୍ଥିକ ସହାୟତା ସେମାନଙ୍କ ବ୍ୟାଙ୍କ ଏକାଉଣ୍ଟ ଜରିଆରେ ପ୍ରଦାନ କରାଯାଇଛି l

ଏହି ଅବସରରେ ଅତିରିକ୍ତ ଜିଲ୍ଲପାଲ ସୂର୍ଯ୍ୟନାରାୟଣ ଦାସ, ନିଶି ପୂନମ ମିଞ୍ଜ, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଚତୁର୍ଭୁଜ ଦାସ, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଅଶ୍ବିନୀ କୁମାର ଭୋଇ ପ୍ରମୁଖ ଉପସ୍ଥିତ ରହିଥିବା ବେଳେ ଜିଲ୍ଲା ଶିଶୁ ସୁରକ୍ଷା ବିଭାଗ ସୁରକ୍ଷା ଅଧିକାରୀ ଅନିଲ କାଲସାଏ, ଜିଲ୍ଲା ସଂଯୋଜକ ରାକେଶ ପ୍ରଧାନ, ସରିତା ସୁନା ପ୍ରମୁଖ ସହଯୋଗ କରିଥିଲେ l