ହିନ୍ଦୋଳ ବନବିଭାଗ ଅଧିକାରୀଙ୍କ ଦ୍ଵାରା ୫ ଶିକାରୀ ଗିରଫ : ୩ ଟି ବନ୍ଧୁକ ଜବତ

0
158

ରିପୋର୍ଟ : ରଞ୍ଜିତ ବେହେରା
ଢେଙ୍କାନାଳ,(୨୦/୦୭) : ଆଜି ଢେଙ୍କାନାଳ ଜିଲ୍ଲା ର ହିନ୍ଦୋଳ ବନବିଭାଗ ଅଧିକାରୀ ଙ୍କ ଦ୍ୱାରା ୫ ଜଣ ଲୋକ ଙ୍କୁ ଜଙ୍ଗଲ ରେ ବେଆଇନ ଭାବେ ଶିକାର କରିବା ତଥା ବେଆଇନ ଭାବେ ବିସ୍ପୋରକ ଦ୍ରବ୍ୟ ରଖିଥିବା ହେତୁ ଗିରଫ କରାଯାଇଛି ।

ଉକ୍ତ ଗିରଫ ଶିକାରୀ ମାନେ ହେଲେ କାର୍ତ୍ତିକ ପାଇକ (ଗୁରୁଜଙ୍ଗ), ଦୋଳଗୋବିନ୍ଦ ଗରନାଏକ (ଖାଳିବରେଇ), ଲିଟୁ ପାଇକ (ଗୁରୁଜଙ୍ଗ),ମାଧବ ରାଉତ (ବିନମୋରି), ନିରଞ୍ଜନ ସାହୁ (ରାସୋଳ) ଏବଂ ଶୈଳ ଗରନାଏକ (ଖଲି ବୋରେଇ) । ହିନ୍ଦୋଳ ବନବିଭାଗ ଅଧିକାରୀ ଙ୍କ ଦ୍ଵାରା ଗିରଫ ହୋଇଥିବା ସମସ୍ତ ଶିକାରୀ ରାସୋଳ ବନଖଣ୍ଡ ର ବୋଲି ଜଣା ପଡିଛି ।

ଗିରଫ ହୋଇଥିବା ଶିକାରୀ ମାନଙ୍କ ଠାରୁ ୩ ଟି ବନ୍ଧୁକ, ଟର୍ଚ୍ଚ ଲାଇଟ, ଅନେକ ବିସ୍ପୋରକ ସାମଗ୍ରୀ ରାସୋଳ ବନବିଭାଗ ଦ୍ୱାରା ଜବତ କରାଯାଇଛି । ସମସ୍ତଙ୍କୁ କୋର୍ଟ ଚାଲାଣ କରାଯିବ ବୋଲି ସୂଚନା ମିଳିଛି ।