ବିଜେଡି ଓ କଂଗ୍ରେସର ମିଶ୍ରଣ ପର୍ବରେ ଅଦଳ ବଦଳ

0
546

ରିପୋର୍ଟ : ଅକ୍ଷୟ କୁମାର ପିଡ଼ିସିକା //
କଲ୍ୟାଣସିଂହପୁର, (୧୫/୧୨) : ବିଜେଡି ଓ କଂଗ୍ରେସର ମିଶ୍ରଣ ପର୍ବରେ ଅଦଳ ବଦଳ । ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ନୂତନ ପଞ୍ଚାୟତ କନ୍ଧକାତିପାଦୁ ର ବିଜେଡି ଦଳ ର କିଛି କର୍ମୀ କଂଗ୍ରେସରେ ମିଶିଥିବା ଦେଖିବାକୁ ମିଳିଛି ।f34f863c 694a 4012 9b6c 7919423bf64b ବିଜେଡି ଓ କଂଗ୍ରେସର ମିଶ୍ରଣ ପର୍ବରେ ଅଦଳ ବଦଳ

ବିଜେଡି ଓ କଂଗ୍ରେସର ମିଶ୍ରଣ ପର୍ବରେ ଅଦଳ ବଦଳ ଦେଖିବାକୁ ମିଳିଛି ।ବିଜେଡି ଦଳ ର କାର୍ଯ୍ୟକଳାପ ଉପରେ ଅସନ୍ତୁଷ୍ଟ ହୋଇ କର୍ଣ୍ଣପାଡୁ ଓ ଉକ୍ତ ପଞ୍ଚାୟତ ର କିଛି ଗାଁ ର ପ୍ରାୟ ୪୦ ରୁ ଅଧିକ ଲୋକ କଂଗ୍ରେସରେ ମିଶିଛନ୍ତି । ପଞ୍ଚାୟତ ନିର୍ବାଚନକୁ ଦୃଷ୍ଟିରେ ରଖି କଂଗ୍ରେସ ଦଳ ର ଜିଲା ଉପସଭାପତି ଜଗନ୍ନାଥ ପଣ୍ଡା ଙ୍କ ଉପସ୍ଥିତିରେ ମିଶିଥିଲେ । ମିଶ୍ରଣ ପର୍ବରେ ସାଂସଦ ପ୍ରତିନିଧି କୁମାର ସ୍ୱାମୀ କୌଶଲ୍ୟା, ସହର ସଭାପତି ସି ହେଚ ନଗେଶ୍ୱର ରାଓ, ଅର୍ଜୁନ କଣ୍ଡାଗରି, ପ୍ରକାଶ କରକରିଆ ସମେତ ବହୁସଂଖ୍ୟା ରେ ଦଳୀୟ କର୍ମୀ ନେତା ଉପସ୍ଥିତ ରହିଥିଲେ।f252d136 f76e 4161 94ef 914141dff63b ବିଜେଡି ଓ କଂଗ୍ରେସର ମିଶ୍ରଣ ପର୍ବରେ ଅଦଳ ବଦଳ

ସେହିପରି କଂଗ୍ରେସ ର ବହୁ ଭୋଟର ଓ କର୍ମୀ ମାନେ ଆଜି ବିଜେଡି ର ସାମିଲ ହୋଇଥିବା ଜଣାପଡିଛି । ସୁନାଖଣ୍ଡି ପଞ୍ଚାୟତ ର ବିଭିନ୍ନ ଗାଁ ର ୧୫ ଜଣ ଓ ମାଝୀଗୁଡା ପଞ୍ଚାୟତ ର ବିଭିନ୍ନ ଗାଁ ର ୧୬ ଜଣ ମୋଟ ୩୧ ଜଣ ମିଶିଥିବା ଜଣାପଡିଛି । ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ବୋର୍ଡ ର ଉପଦେଷ୍ଟା ସୁଧୀର କୁମାର ଦାସ, ସମିତି ସଭ୍ୟା ଗୋପାଳ ଚେଟି ଜ୍ୟାତି, ବ୍ଲକ ସଭାପତି ସୁନ୍ଦର ରାଓ ବାଗ, ରାଜ୍ୟସଭା ସାଂସଦ ପ୍ରତିନିଧି ଗେଦାଲି ଶ୍ରୀନୁ, ବୃନ୍ଦାବନ ପାଢୀ ସମେତ ବହୁ ବିଜେଡି କର୍ମୀ ନେତା ପ୍ରମୁଖ ଉପସ୍ଥିତ ରହିଥିଲେ ।