ମାଁ ଧନଲକ୍ଷ୍ମୀ ଙ୍କ ପୂଜା ପାଳନ ଉତ୍ସବ

0
332

ରିପୋର୍ଟ : ଅକ୍ଷୟ କୁମାର ପିଡ଼ିସିକା //
କଲ୍ୟାଣସିଂହପୁର, (୧୭/୧୨) : ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ସଦର ମହକୁମା ରେ ଥିବା ହନୁମାନ ମନ୍ଦିର ନିକଟ ଠାରେ ମାଁ ଧନଲକ୍ଷ୍ମୀ ପୂଜା କରାଯାଉଛି । ଏହି ପୂଜା ତିନି ଦିନ ଧରି ଆଡମ୍ବରରେ ରୀତିନୀତି ଅନୁଯାୟୀ ପୂଜା ପାଠ କରାଯାଉଛି ।e785c057 86f7 4e43 a962 b9c182f45af8 ମାଁ ଧନଲକ୍ଷ୍ମୀ ଙ୍କ ପୂଜା ପାଳନ ଉତ୍ସବ

ମାଁ ଧନଲକ୍ଷ୍ମୀ ଙ୍କ ପୂଜା ଅବସରରେ ବୁଧବାର ଦିନ ବିଳମ୍ବିତ ରାତ୍ରରେ ୫୧ ଟି କଳସରେ ତ୍ରିବେଣୀ ଘାଟ ରୁ ଗଙ୍ଗା ଙ୍କୁ ଆବାହନ କରି କଳସରେ ସୁବାସିତ ଜଳ ନେଇ ଅସ୍ଥାୟୀ ପୂଜା ମଣ୍ଡପରେ ସ୍ଥାପନ କରିଥିଲେ । ଆଜି ଠାରୁ ରୀତି ନୀତି ଅନୁଯାୟୀ ପୂଜା ପାଠ କରାଯାଇଛି । ସନ୍ଧ୍ୟା ରେ ପୂଜା କମିଟି ତରଫରୁ ୨୦୨୧ଟି ଦୀପ ଯଜ୍ଞ କରାଯିବ ବୋଲି ଜଣାପଡିଛି । ଶନିବାର ଦିନ ଅପରାହ୍ନ ରେ ମା ଙ୍କ ଧନଲକ୍ଷ୍ମୀଙ୍କ ଭଶାଣି ଉତ୍ସବ କରାଯିବ ବୋଲି ପୂଜା କମିଟି କୈଳାସ ଚନ୍ଦ୍ର ଆଚାରି, କାମାକ୍ଷ ପାଢ଼ୀ, ରଞ୍ଜନ କୁମାର ବଲବଇ, ଦନସିଂ ତିମାକା, କହ୍ନେଇ ପାତ୍ର,ରାହୁଲ ପ୍ରଧାନୀ ଓ ସିଧୁ ମିଶ୍ର କହିଛନ୍ତି ।