ଗ୍ରାମୀଣ କୌଶଳ ଯୋଜନା ଅର୍ନ୍ତଗତ ଗୋଷ୍ଠି ସ୍ତରୀୟ ପରାମର୍ଶ ଶିବିର

0
252

ରିପୋର୍ଟ : ଅକ୍ଷୟ କୁମାର ପିଡ଼ିସିକା //
କଲ୍ୟାଣସିଂହପୁର, (୧୮/୧୨) : ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ କାର୍ଯ୍ୟାଳୟ ପରିସରରେ ରାୟଗଡା ଓରମାସ ଓ କଲ୍ୟାଣସିଂହପୁର ଓଡିଶା ଜୀବିକା ମିଶନ ମିଳିତରେ ଦୀନ ଦୟାଲ ଉପାଧ୍ୟାୟ ଗ୍ରାମୀଣ କୌଶଳ ଯୋଜନା ଅର୍ନ୍ତଗତ ଗୋଷ୍ଠି ସ୍ତରୀୟ ପରାମର୍ଶ ଶିବିର ଅନୁଷ୍ଠିତ ହୋଇଯାଇଛି ।c0bedff8 5988 4595 a98e 3d4e1e37e0ea ଗ୍ରାମୀଣ କୌଶଳ ଯୋଜନା ଅର୍ନ୍ତଗତ ଗୋଷ୍ଠି ସ୍ତରୀୟ ପରାମର୍ଶ ଶିବିର

ଗ୍ରାମୀଣ କୌଶଳ ଯୋଜନା ଅର୍ନ୍ତଗତ ଗୋଷ୍ଠି ସ୍ତରୀୟ ପରାମର୍ଶ ଶିବିର ରେ ମୁଖ୍ୟ ଅତିଥି ଭାବେ ବିଡ଼ିଓ ସୁଧାକର ରଇତ ଯୋଗ ଦେଇଥିବା ବେଳେ ଅତିରିକ୍ତ ବିଡ଼ିଓ ବଳରାମ ପାତ୍ର, ଓରମାସ ର ଆସିଷ୍ଟାଣ୍ଡ ଡ଼ାଇରେକ୍ଟର ମୋନଜ କୁମାର ପାତ୍ର, ଜିଲା (କଡିନେଟର)ସଂଯୋଜକ ଆଶିଷ ରଞ୍ଜନ ମିଶ୍ର, ବିପିଏମ କଳ୍ପତରୁ ବେହେରା ମଞ୍ଚାସିନ ରହିଥିଲେ । ୧୮ ରୁ ୩୫ ବର୍ଷ ର ବେକାର ଯୁବକ ଯୁବତୀ ମାନଙ୍କୁ ସରକାର ତରଫରୁ ମାଗଣା ନିଯୁକ୍ତି ଭିର୍ତ୍ତିକ ତାଲିମ ଦିଆଯିବା ପରେ ନିଯୁକ୍ତି ଦିଆଯିବ |

ପ୍ରାୟ ୩ ମାସ ତାଲିମ ଦିଆଯିବ ,ସେମାନଙ୍କ ରହିବା, ଖାଇବା ମାଗଣା ବ୍ୟବସ୍ଥା ରହିଛି । ଏଥିରେ ମୋଟ ୮୭ ଜଣ ଯୁବକ ଯୁବତୀ ମାନେ ନାମ ପଞ୍ଜିକୃତ କରିଥିବା ବେଳେ ସେଥିରୁ ୩୭ ଜଣ ଯୁବକ ଯୁବତୀ ମାନଙ୍କୁ ତାଲିମ ଦିଆଯିବ ବୋଲି କହିଛନ୍ତି ।