ପର୍ଟାଡ଼ା ପଞ୍ଚାୟତ ର ପୂର୍ବତନ ଓ ବର୍ତ୍ତମାନ ସରପଞ୍ଚ କରୋନା ଟୀକା ନେଲେ

0
139

ରିପୋର୍ଟ : ପ୍ରଣତି ସାବତ 

କାଶୀନଗର, (୨୦/୧୨) : କରୋନା ଟୀକା ନେବାକୁ ମନା କରୁଥିବା ଆଦିବାସୀ ବହୁଳ ଗ୍ରାମ ପଞ୍ଚାୟତ ପର୍ଟାଡ଼ା ପଞ୍ଚାୟତ ର ବାସି ଶେଷରେ ପ୍ରଶାସନ ର କଥା ଶୁଣିଛନ୍ତି ।

ପ୍ରକାଶ ଥାଉ କି ଏଥି ପୂର୍ବରୁ ଅନେକ ବ୍ୟକ୍ତି, ସ୍ୱେଚ୍ଛାସେବୀ ସଂଗଠନ, ପ୍ରଶାସନ କେତେ ଚେଷ୍ଟା କରିଥିଲେ । କିନ୍ତୁ ଆଦିବାସୀ ମାନେ ଅନ୍ଧବିଶ୍ୱାସ ର ବଶବର୍ତ୍ତୀ ହୋଇ ଏହି ପଞ୍ଚାୟତର କୌଣସି ବ୍ୟକ୍ତି ଙ୍କୁ କରୋନା ଟୀକା ଦେବାକୁ ମନା କରିଥିଲେ । ଯେତେବେଳେ ଡ.ଲାଁମି ପ୍ରସାଦ ସାହୁ ବିଡ଼ିଓ ଭାବେ କାଶୀନଗର ବ୍ଲକ ରେ ଦାୟିତ୍ଵ ନେଲେ, ସେତେବେଳେ ନିଜ କର୍ମଚାରୀ ଓ ସ୍ୱାସ୍ଥ୍ୟ ବିଭାଗ ର କର୍ମଚାରୀ ଙ୍କୁ ଅପରେସନ ପର୍ତ୍ତାଡ଼ା କୁ ଜୋରଦାର କଲେ ଯାହା ଫଳରେ ଏବେ ପର୍ଟାଡ଼ା ପଞ୍ଚାୟତ ର ପୂର୍ବତନ ସରପଞ୍ଚ ୟେଲିୟ ନାଇକା ଓ ବର୍ତ୍ତମାନ ସରପଞ୍ଚ ଆଜି କରୋନା ଟୀକା ନେଇଛନ୍ତି ।

ଏତଦ୍ ବ୍ୟତୀତ ପଞ୍ଚାୟତ ର ଅନେକ ପୁରୁଷ ଓ ମହିଳା କରୋନା ଟୀକା ନେଇ ଥିବା ବିଡ଼ିଓ ଶ୍ରୀ ଲକ୍ଷ୍ମୀ ପ୍ରସାଦ ସାହୁ ସୂଚନା ଦେଇଛନ୍ତି ।