କ ନୂଆଗାଁ ବ୍ଲକ ରେ ବିଜେଡି ର ମହା ମିଶ୍ରଣ ପର୍ବ ଅନୁଷ୍ଠିତ

0
162

ରିପୋର୍ଟ : ବିଭୁତି ଲହରିୟା
ବାଲିଗୁଡା, (୧୯/୧୨) : ବାଲିଗୁଡା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ କ ନୂଆଗାଁ ବ୍ଲକ ରେ ବିଜୁ ଜନତା ଦଳ ର ଭେଟନାରୀ ନିକଟ ପଡିଆରେ ମହା ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଛି |

ଏହି ମିଶ୍ରଣ ପର୍ବ କାର୍ଯ୍ୟକ୍ରମରେ କନ୍ଧମାଳ ଜିଲ୍ଲା ବିଜେଡି ପ୍ରଭାରୀ ତଥା ପଞ୍ଚାୟତରାଜ, ନଗର ଉନ୍ନୟନ, ଗୃହ ନିର୍ମାଣ ଓ ଆଇନ ମନ୍ତ୍ରୀ ପ୍ରତାପ ଜେନା ଯୋଗ ଦେଇଥିଲେ | କ ନୂଆଗାଁ ବ୍ଲକ ର ବିଭିନ୍ନ ପଞ୍ଚାୟତ ର ହଜାର ହଜାର ବିଜେପି ଓ କଂଗ୍ରେସ କର୍ମୀ ଦଳ ଛାଡି ମନ୍ତ୍ରୀ ଙ୍କ ଉପସ୍ଥିତି ରେ ବିଜେଡି ରେ ସାମିଲ ହୋଇ ଥିଲେ | ବିଜେଡି ସୁପ୍ରିମ ନବୀନ ପଟନାୟକ ଙ୍କ ନୀତି ଆଦର୍ଶ ରେ ଅନୁପ୍ରାଣିତ ହେବା ସହିତ ଲୋକାଭିମୁଖୀ ଓ ଜନ କଲ୍ୟାଣ କାର୍ଯ୍ୟ ରେ ସନ୍ତୁଷ୍ଟ ହୋଇ ବିଜେଡି ର ମହା ମିଶ୍ରଣ ପର୍ବ ରେ ଯୋଗ ଦେଇଥିଲେ |

କ ନୂଆଗାଁ ବ୍ଲକ ର ଜିରିଡିକିଆ, ବାଲିଗାଡା, ସାରଙ୍ଗଗଡ଼, ଗୁଞ୍ଜିବାଡ଼ି, କଂଜା ମେଣ୍ଡି, କୁଡୁତେଲି ପଞ୍ଚାୟତ ର ଶତା ଧିକ କଂଗ୍ରେସ ଓ ବିଜେପି ର ଆଗ ଧାଡି ର କର୍ମକର୍ତ୍ତା ନିଜ ଦଳ ଛାଡି ଆଜି ବିଜେଡି ର ମହା ମିଶ୍ରଣ ପର୍ବ ରେ ସାମିଲ ହୋଇ ଥିଲେ | ଏହି ମିଶ୍ରଣ ପର୍ବ ରେ କନ୍ଧମାଳ ଜିଲ୍ଲା ବିଜେଡି ସଭାପତି ସରୋଜ କର୍ଣ, ବାଲିଗୁଡା ବିଧାୟକ ଚକ୍ରମଣି କହଁର, ଜିଲ୍ଲା ପରିଷଦ ଅଧ୍ୟକ୍ଷା ଆକାଂକ୍ଷା ପ୍ରଧାନ, ବିଜେଡି ରାଜ୍ୟ ପରିଷଦ ସଦସ୍ୟ କୃଷ୍ଣ ମୋହନ ପାଣିଗ୍ରାହୀ, ବ୍ଲକ ବିଜେଡି ସଭାପତି ବାସୁଦେବ ପଣ୍ଡା, ବିଜେଡି ଜିଲ୍ଲା ମହିଳା ସଭାନେତ୍ରୀ ପୁନମ କହଁର, ସମେତ ବହୁ ବରିଷ୍ଠ ବିଜେଡି କର୍ମୀ ସାମିଲ ହୋଇଥିଲେ |

କ ନୂଆଗାଁ ବ୍ଲକ ର ବରିଷ୍ଠ ବିଜେଡି ନେତା ସହଦେଵ ପାତ୍ର କାର୍ଯ୍ୟକ୍ରମ ସଞ୍ଚାଳନ କରି ଥିଲେ | ଆଜିର ଏହି ମିଶ୍ରଣ ପର୍ବ ରେ ଆଡିମାହା ପଞ୍ଚାୟତ ସରପଞ୍ଚ ଶାନ୍ତିଲତା ମଳିକ, କଂଗ୍ରେସ ଓ ବିଜେପି ର କର୍ମୀ କଳାରାମ ବିଶି ମାଝୀ, ସୁବ୍ରତ ପାଣିଗ୍ରାହୀ, ରବି ଚନ୍ଦ୍ର ପ୍ରଧାନ, ଧନଞ୍ଜୟ କହଁର, କୁନାଲ ପ୍ରଧାନ ସମେତ ହଜାର ରୁ ଉର୍ଧ୍ଵ ନିଜ ନିଜ ଦଳ ପରିତ୍ୟାଗ କରି ବିଜେଡି ରେ ସାମିଲ ହୋଇଛନ୍ତି |