ଦାରିଙ୍ଗବାଡିରେ ଚଳିତ ବର୍ଷର ଦ୍ୱିତୀୟ ଦିନରେ ତୁଷାର ପାତ ଜାରି ରହିଛି, ୩.୫ ଡ଼ିଗ୍ରୀ କୁ ଖସିଲା ତାପମାତ୍ରା

0
257

ରିପୋର୍ଟ : ବିଭୁତି ଲହରିଆ //
ବାଲିଗୁଡା, (୨୧/୧୨) : ଆଜି ଓଡ଼ିଶାର କାଶ୍ମୀର ଦାରିଙ୍ଗବାଡିରେ ଚଳିତ ବର୍ଷର ଦ୍ୱିତୀୟ ଦିନରେ ତୁଷାର ପାତ ଜାରି ରହିଛି । ୩.୫ ଡିଗ୍ରୀ ତଳକୁ ଖସିଛି ପାରଦ । ସୋମବାର ଦାରିଙ୍ଗବାଡିରେ ସର୍ବନିମ୍ନ ତାପମାତ୍ରା ୪ ଥିବାବେଳେ ମଙ୍ଗଳବାର ୩.୫ ଡିଗ୍ରୀରେ ପହଞ୍ଚିଛି ।49a15c07 07e1 4bb4 802d fec2e14374c1 ଦାରିଙ୍ଗବାଡିରେ ଚଳିତ ବର୍ଷର ଦ୍ୱିତୀୟ ଦିନରେ ତୁଷାର ପାତ ଜାରି ରହିଛି, ୩.୫ ଡ଼ିଗ୍ରୀ କୁ ଖସିଲା ତାପମାତ୍ରା

ଦାରିଙ୍ଗବାଡିରେ ଚଳିତ ବର୍ଷର ଦ୍ୱିତୀୟ ଦିନରେ ତୁଷାର ପାତ ଜାରି ରହିଛି ଯାହାକି ଚଳିତ ଋତୁର ସର୍ବନିମ୍ନ ତାପମାତ୍ରା ଭାବେ ରେକର୍ଡ କରାଯାଇଛି । ଦାରିଙ୍ଗବାଡ଼ି ସମେତ ଦାରିଙ୍ଗବାଡ଼ି ତିନିଛକ, ସିକପାଟା, ଗ୍ରୀନବାଡ଼ି, ସାରିଙ୍ଗିଇର୍ପି, କିଲାବାଡ଼ି, ଦାରିଙ୍ଗବାଡ଼ି ର ଆଭ୍ୟନ୍ତରୀଣ ଅଞ୍ଚଳରେ ତୁଷାରପାତ ହୋଇଥିବା ଦେଖିବାକୁ ମିଳିଛି । ତୁଷାରପାତ ଦେଖୁବାକୁ ବିଭିନ୍ନ ସ୍ଥାନରେ ପର୍ଯ୍ୟଟକଙ୍କ ଭିଡ଼ ଜମିଛି । ପର୍ଯ୍ୟଟକଙ୍କ ମନରେ ମନରେ ଖୁସି ଆଣିଦେଇଛି ତୁଷାରପାତ । ଏପଟେ ଗରିବ ବୁଡ଼ା ବୁଢ଼ୀ ମାନେ ଅସହ୍ୟ ଜାଡ଼ରେ ଅସ୍ତବ୍ୟସ୍ତ ହେଉଥିବା ବେଳେ ଶୀତ ଦାଉରୁ ରକ୍ଷା ପାଇବା ପାଇଁ ସେମାନେଙ୍କ କମଳ ଯୋଗାଇ ଦେବାକୁ ଅଞ୍ଚଳବାସୀ ଦାବି କରିଛନ୍ତି ।

ଶୀତ ବୃଦ୍ଧି ପାଇବା ଯୋଗୁଁ ଲୋକେ କାମଧନ୍ଦାକୁ ମଧ୍ୟ ଯାଇ ପାରୁନାହାନ୍ତି । ରାତି ହେଲେ ପାରଦ ତଳ ମୁହାଁ ହେଉଛି,ସକାଳୁ ସକାଳୁ ଲୋକମାନେ ଦେହକୁ ଫୁର୍ତି ରଖିବା ପାଇଁ ମର୍ନିଂ ୱାକ୍ ସହ ବେଡ଼ମିଟନ ଖେଳୁଛନ୍ତି । ଘର ଭିତରେ ଅସମ୍ଭାଳ ଶୀତ ହେଉଛି । ପାର୍କ ଗୁଡିକରେ ଭିଡ଼ ଜମୁଛି । ଗରିବ ଓ ଶ୍ରମଜୀବି କର୍ମକ୍ଷେତ୍ରକୁ ଯାଇ ପାରୁ ନାହାନ୍ତି । ସେପଟେ ଶୀତର ମଜା ଉଠାଇବା ପାଇଁ ଦାରିଙ୍ଗିବାଡ଼ି ର ବିଭିନ୍ନ ପର୍ଯ୍ୟଟନ ସ୍ଥଳ ଗୁଡ଼ିକରେ ପର୍ଯ୍ୟଟକ ସୁଅ ଛୁଟିବାରେ ଲାଗିଛି ।