ପାରିବାରିକ କଳହର ଉଗ୍ର ରୂପ; ମାମୁକୁ ପଥରରେ ଛେଚି ଦେଲା ଭଣଜା

0
22
ପାରିବାରିକ

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ସୁନ୍ଦରଗଡ, (୦୨/୦୫) : ପାରିବାରିକ କଳହ ଉଗ୍ର ରୂପ । ମାମୁକୁ ଜଣେ ବ୍ୟକ୍ତି ପଥରରେ ଛେଚି ହତ୍ୟା କରିଥିବା ଅଭିଯୋଗ ହୋଇଛି ।

ସୁନ୍ଦରଗଡ଼ ଜିଲ୍ଲା କେ. ବଲାଙ୍ଗ ଥାନା ଅନ୍ତର୍ଗତ ଗୌଡୁଣିପୋଷ ଗାଁ ପତଳା ସାହିରେ ଏହି ହତ୍ୟାକାଣ୍ଡ ଘଟିଛି । ମୃତକ ହେଲେ କେନାପାଲି ଗାଁର ଶୁବନ୍ କଂଶରିଆ । ମାମୁକୁ ହତ୍ୟା କରିବା ପରେ ଭଣଜା ଠୁରୁ ଧୀବର ପୁଲିସ ନିକଟରେ ଆତ୍ମସର୍ମପଣ କରିଛି । ଶୁବନ୍ ଭଣଜା ଘରକୁ ବୁଲିବାକୁ ଯାଇଥିଲେ । କୌଣସି କାରଣକୁ ନେଇ ଗତକାଲି ଉଭୟଙ୍କ ମଧ୍ୟରେ ବଚସା ହୋଇଥିଲା । ଏହି ବଚସା ଉଗ୍ର ରୂପ ନେଇଥିଲା । ପରେ ଠୁରୁ ପଥରରେ ଶୁବନଙ୍କୁ ହତ୍ୟା କରିଥିବା ଅଭିଯୋଗ ହୋଇଛି । ହତ୍ୟାକାଣ୍ଡ ପରେ କେ. ବଲାଙ୍ଗ ଥାନାରେ ଆତ୍ମସମର୍ପଣ କରିଛି ଅଭିଯୁକ୍ତ ଠୁରୁ । ପୁଲିସ ଅଭିଯୁକ୍ତକୁ ଅଟକ ରଖି ପଚରାଉଚରା କରୁଛି ଓ ଘଟଣାର ତଦନ୍ତ କରୁଛି ।