ସୁଶାସନ ସପ୍ତାହ ପାଳନ ଉପଲକ୍ଷେ ଗାଁ ଅଭିମୁଖେ ପ୍ରଶାସନ

0
233

ରିପୋର୍ଟ : ସୁଶାନ୍ତ ବେହେରା //
ବୌଦ୍ଧ, (୨୧/୧୨) : ଗ୍ରାମବାସୀଙ୍କୁ ଆଉ ପ୍ରଶାସନ ପାଖରେ ପହଂଚି ବାକୁ ପଡ଼ିବନି l ପ୍ରଶାସନ ଏବେ ଗ୍ରାମବାସୀଙ୍କ ପାଖରେ ପହଂଚିବ l ସୁଶାସନ ସପ୍ତାହ ଡିସେମ୍ବର ୨୦ ତାରିଖ ଠାରୁ ୨୫ ଡିସେମ୍ବର ପର୍ଯ୍ୟନ୍ତ ଚାଲିବ l

ସୁଶାସନ ସପ୍ତାହ ପାଳନ ଉପଲକ୍ଷେ ସପ୍ତାହ ର ଦ୍ଵିତୀୟ ଦିନରେ ଆଜି ତା.୨୧.୧୨.୨୦୨୧ ରିଖ ଦିନ ଜ଼ିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରେ ୩ ଘଣ୍ଟା ମଧ୍ୟରେ ହିତାଧିକାରୀଙ୍କୁ ବିଧବା ଭତ୍ତା ଟିକରପଡା ଗ୍ରାମ ପଚାୟତର ଚାରିଆପାଲିର ନିର କଅଁର, ବିକଳାଙ୍ଗ ଭତ୍ତାରେ ରିତୁଲ ମଲ୍ଲିକ ଏବଂ ଶ୍ରଦ୍ଧାଞ୍ଜଳି ମଲ୍ଲିକଙ୍କୁ ଉପ -ଜ଼ିଲ୍ଲାପାଳ ଶ୍ରୀଯୁକ୍ତ ସନତ କୁମାର ନାଏକ ଏବଂ ଏ. ପି. ଡି. ଆର. ଏଚ. ସନ୍ଧ୍ୟାରାଣୀ ମହାପାତ୍ରଙ୍କ ଉପସ୍ଥିତିରେ ବଣ୍ଟନ କରାଯାଇଥିଲା l

ଏହି ପରିପ୍ରେକ୍ଷୀରେ ତା.୨୨.୧୨.୨୧ ରେ ପ୍ରଶାସନ ତରଫରୁ ସଂଗ୍ରାମପୁର ଉଚ୍ଚ ବିଦ୍ୟାଳୟ ଠାରେ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କୁ ବିବିଧ ପ୍ରମାଣ ପତ୍ର ବଣ୍ଟନ ସମୟ ଦିବା ୧୧ ଘ. ସମୟରେ ଏବଂ ଶଗଡା ଠାରେ ଜଙ୍ଗଲ ଜମି ପଟ୍ଟା ବଣ୍ଟନ କାର୍ଯ୍ୟକ୍ରମ ଏବଂ ତା.୨୩.୧୨.୨୦୨୧ ରିଖ ରେ ବ୍ରାହ୍ମଣୀପାଲ୍ଲୀ ଉଚ୍ଚ ବିଦ୍ୟାଳୟ ଠାରେ ବିବିଧ ପ୍ରମାଣ ପତ୍ର ବଣ୍ଟନ ଏବଂ କୁଥୁଲିମୁଣ୍ଡl ଠାରେ ଜଙ୍ଗଲ ଜମିପଟା ବଣ୍ଟନ କରାଯିବ l