ନିମ୍ନ ମାନର ରାସ୍ତା କାମକୁ ନେଇ ଜନସାଧାରଣ ଅସନ୍ତୋଷ, କାମର ୨୪ଘଣ୍ଟା ନ ପୂରୁଣୁ ଉଠିଲା ପିଚୁ

0
226

ରିପୋର୍ଟ : ସୁଶାନ୍ତ ବେହେରା //
ହରଭଙ୍ଗା, (୨୧/୧୨) : ପୁରୁଣା କଟକ-ଧଳପୁର PWD ରାସ୍ତା ର ପ୍ରଶସ୍ତି କରଣ ନେଇ ନୂଆ ରାସ୍ତା କାମ ଚାଲିଥିବା ବେଳେ ସରକାରଙ୍କ କୋଟିକୋଟି ଟଙ୍କା ଖର୍ଚ୍ଚ ହେଉଛି | କିନ୍ତୁ ନିର୍ବାହୀ ସରକାରୀ କର୍ମଚାରି ଓ ଠିକାଦାର ଙ୍କ ମଧୁଚନ୍ଦ୍ରିକା ରେ ଚାଲିଛି ନିମ୍ନ ମାନର ରାସ୍ତା କାମ | କାମ କରିବାର ୨୪ ଘଣ୍ଟା ନ ପୂରୁଣୁ ସଂପୂର୍ଣ ପୁଚୁ ଉଠିପଡ଼ୁଛି |

ସୂଚନା ଅନୁଯାଇ ଧଳପୁର ବଜାରରେ ତିଆରି ହେଉଥିବା ପିଚୁ ରାସ୍ତା କାମ ଗତକାଲି କାମ ଆରମ୍ଭ ହୋଇଛି କିନ୍ତୁ ଆଜି ଏହି କାମର ପିଚୁ ଉଠି ପଡୁଥିବାର ଦେଖିବାକୁ ମିଳିଛି | ତେଣୁ ଆଜି ଧଳପୁର ବଜାର କମିଟି, ଗ୍ରାମବାସୀ ଓ ସ୍ଥାନୀୟ ବୁଦ୍ଧିଯିବି ମାନେ ଏହି କାମକୁ ନେଇ ତୀବ୍ର ବିରୋଧ କରିଛନ୍ତି | ଜନସାଧାରଣଙ୍କ ମତ ଅନୁଯାଇ ପିଚୁ ପଡିବା ପୂର୍ବରୁ ପ୍ରାଇମର ନମାରି, ରାସ୍ତା ସଫା ନ କରି ନିମ୍ନ ମାନର ଚିପ୍ସ, ପିଚୁ ଏହି ରାସ୍ତା ରେ ବ୍ୟବହାର ହୋଇଛି ଏବଂ କୌଣସି ସରକାରୀ କର୍ମ ଚାରି କାମ ଚାଲୁଥିବା ସମୟରେ ତଦାରଖ ନ କରିବାରୁ ଠିକାଦାର ମନମୁଖୀ କାମ କରିଚାଲିଛି |

ଏଣୁ ଆଜି ସ୍ଥାନୀୟ ଜନତା ଅଭିଯୋଗ କରିଛନ୍ତି ଯେ ପ୍ରଶାସନ ସଠିକ ତଦନ୍ତ କରି ଉତ୍ତମ ମାନର ସାମଗ୍ରୀ ବ୍ୟବହାର କରି ଜଦି କାମ ପୁନଶ୍ଚ କର ନ ଯାଏ ତା ହେଲେ ଜିଲ୍ଲାପାଳ ଙ୍କ ଆଗରେ ଗଣ ଧାରଣା ଦେବେ ବୋଲି ସୂଚନା ଦେଇଛନ୍ତି |