ରାଜ୍ୟରେ ମମିତା ନିଆଁ ରେ ବିଜେଡି ପ୍ରତିଷ୍ଠା ଦିବସ କୁ କଂଗ୍ରେସ ର ବିରୋଧ

0
145

ରିପୋର୍ଟ : ସନ୍ତୋଷ କୁମାର ନାୟକ
ବଲାଙ୍ଗୀର/ସଇଁତଲା, ତା(୨୬/୧୨) : ସାରା ରାଜ୍ୟରେ ମମିତା ନିଆଁ । ମମିତା ହତ୍ୟା ମାମଲା ନେଇ ତୀଵ୍ର ଅସନ୍ତୋଷ ସୃଷ୍ଟି ହୋଇଥିବା ବେଳେ ଏଭଳି ସ୍ଥିତିରେ ବିଜେଡି ପ୍ରତିଷ୍ଠା ଦିବସ କେତେ ଯୁକ୍ତି ଯୁକ୍ତ ବୋଲି କଂଗ୍ରେସ ଆଙ୍ଗୁଳି ନିର୍ଦ୍ଦେଶ କରିଛି ।

ରାଜ୍ୟରେ ମମିତା ନିଆଁ ଦେଖିବାକୁ ମିଳିଥିବା ବେଳେ ଶାସକ ମନ୍ତ୍ରୀ ତଥା ଖୋଦ ଅଭିଯୁକ୍ତ ମନ୍ତ୍ରୀ ଙ୍କ ବହିଷ୍କାର ନ କରିବା ନେଇ ତୀବ୍ର ବିରୋଧ କରଯାଇଛି । ଧୃତରାଷ୍ଟ୍ର ନିୟମ ରେ ଓଡ଼ିଶାର ଶାସନ ଚାଲିଥିବା ବେଳେ ଅପରପକ୍ଷରେ ଆଗାମୀ ଦିନରେ ପଞ୍ଚାୟତ ନିର୍ବାଚନରେ ପଛୁଆବର୍ଗଙ୍କ ପାଇଁ ସଂରକ୍ଷଣ ବ୍ୟବସ୍ଥା ଉଚ୍ଛେଦ ନେଇ ପ୍ରତିବାଦ ପୂର୍ବକ ଆଜି ବ୍ଳକ କଂଗ୍ରେସ ସଭାପତି ଗୁଣ ସାଗର ମାଝୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ପୂର୍ବତନ ମନ୍ତ୍ରୀ ତଥା କଂଗ୍ରେସ ଦଳ ବରିଷ୍ଠ ନେତା ସୁରେନ୍ଦ୍ର ସିଂ ଭୋଇଙ୍କ ନେତୃତ୍ୱରେ ୧୨ ଘଣ୍ଟିଆ ବନ୍ଦ ଡାକରା ଦେଇଥିଲା କଂଗ୍ରେସ । ତେବେ ଆଜି ଶାସକ ବିଜେଡି ଦଳ ପ୍ରତିଷ୍ଠା ଦିବସ ପାଳନ କରୁଥିବା ବେଳେ ପ୍ରଥମେ ସ୍ଥାନୀୟ ଡାକ ବଙ୍ଗଳା ଠାରେ ପ୍ରତିଷ୍ଠା ଦିବସ ହେବାକୁ ସ୍ଥିର ହୋଇଥିଲା ।

କିନ୍ତୁ ସଇଁନ୍ତଳା କଂଗ୍ରେସ ବନ୍ଦ ଡାକରା ଦେଇଥିବା ବେଳେ ସ୍ଥାନୀୟ ଜାମପଦର ଠାରେ ବିଜେଡିର ପ୍ରତିଷ୍ଠା ଦିବ ପାଳନ ହେବ ବୋଲି ସ୍ଥିର କରାଯାଇ ବ୍ୟାପକ ପୁଲିସ ମୁତୟନ କରିବା ସହ ଶିଶୁ ବିକାଶ ମନ୍ତ୍ରୀ ଟୁକୁନି ସାହୁଙ୍କ ସୁରକ୍ଷା ଦିଗରେ ପୁଲିସ ପ୍ରଶାସନ ଉପସ୍ଥିତ ହେବା ପରେ ବିଜେଡି ର ୨୫ ତମ ପ୍ରତିଷ୍ଠା ଦିବସ ପାଳନ କରାଯାଇଥିଲା । ତେବେ କଂଗ୍ରେସ ପକ୍ଷରୁ ବନ୍ଦ ଡାକରା ଦିଆଯାଇଥିବା ବେଳେ ଦୋକାନ ବଜାର, ସରକାରୀ, ବେସରକାରୀ ସଂସ୍ଥା, ଗାଡି ଚଳାଚଳ ସ୍ୱାଭାବିକ ବନ୍ଦ ମଧ୍ୟ ରହିଥିବା ଦେଖିବାକୁ ମିଳିଛି ।