ଅନଲାଇନ ପାଠ ପଢା ବନ୍ଦ ନେଇ ଟିଟିଲାଗଡ ଅଭିଭାବକ ମହଲରେ ତୀଵ୍ର ଅସନ୍ତୋଷ

0
268

ରିପୋର୍ଟ : ସୁନୀଲ ଆଚାର୍ଯ୍ୟ
ବଲାଙ୍ଗୀର/ଟିଟିଲାଗଡ, ତା(୨୩/୦୭) : ସୁପ୍ରିମକୋର୍ଟ ର କୋଭିଡ ନିୟମ ଅନୁଯାୟୀ ଜାରି କରାଯାଇଥିବା ସ୍ୱତନ୍ତ୍ର ନିୟମ ର ଖୋଲାଖୋଲି ଉଲଂଘନ କରି ଟିଟିଲାଗଡ ସ୍ଥିତ ପ୍ରଭାବତି ପବ୍ଲିକ ସ୍କୁଲ ନାମକ ଘରୋଇ ବିଦ୍ୟାଳୟ ପ୍ରଶାସନିକ ଅଧିକାରୀ ଙ୍କୁ ବେଖାତିର ମନୋଭାବ ପୋଷଣ କରି ଛାତ୍ର, ଛାତ୍ରୀ ଙ୍କ ମୋବାଇଲ ଲିଙ୍କ ବା ପାଠ ପଢା ଆଇଡି ବନ୍ଦ କରି ଦେବା ନେଇ ଅଭିଭାବକ ତୀଵ୍ର ଅସନ୍ତୋଷ ବ୍ୟକ୍ତ କରିଛନ୍ତି ।

ସୂଚନା କ୍ରମେ,ଟିଟିଲାଗଡ ସ୍ଥିତ ଶ୍ରୀ ଦାଦିଜୀ ମନ୍ଦିର ଟ୍ରଷ୍ଟ ଦ୍ୱାରା ପରିଚାଳିତ ଏହି ପ୍ରଭାବତୀ ପବ୍ଲିକ ସ୍କୁଲ ରେ ପୂର୍ବରୁ ବ୍ୟାପକ ବେଆଇନ ଭାବେ ଉକ୍ତ ଟ୍ରଷ୍ଟ ପରିଚାଳନା କମିଟିର ଅଧ୍ୟକ୍ଷ ଓ କାର୍ଯ୍ୟକର୍ତା ଙ୍କ ବିନା ଜ୍ଞାତ ସାରରେ ବିଦ୍ୟାଳୟ ପରିଚାଳନା କରି ଲକ୍ଷ ଲକ୍ଷ ଟଙ୍କାର ଜାଲିଆତି ମାମଲାର ନ୍ୟାୟାଳୟ ରେ ମାମଲା ଦାୟର କରାଯାଇଥିଲା ।

ଉକ୍ତ ମାମଲା ବିଚାରଧୀନ ରହିଥିବା ବେଳେ ବେଆଇନ ଭାବେ ଗତ ୨୦୧୫ ବର୍ଷ ଠାରୁ ସ୍କୁଲ ର ପ୍ରିନ୍ସିପାଲ ତଥା ଅନ୍ୟ କର୍ମଚାରୀ ଚଳାଇଆସୁଥିବା ଜଣାଯାଇଛି । ମାନ୍ୟବର ସର୍ବୋଚ୍ଚ ନ୍ୟାୟାଳୟ ଦ୍ଵାରା ସ୍ୱତନ୍ତ୍ର ନିର୍ଦ୍ଦେଶ ନାମା ରହିଛି ଯେ, ବର୍ତ୍ତମାନ କୋଭିଡ-୧୯ ନିୟମ ଅନୁଯାୟୀ ଗତ ୨୦୨୦-୨୦୨୧ ଶିକ୍ଷା ବର୍ଷ ରେ କୌଣସି ବିଦ୍ୟାଳୟ ଛାତ୍ର, ଛାତ୍ରୀ ଙ୍କୁ ପାଠ ପଢା ରୁ ବଞ୍ଚିତ କରି ପାରିବେ ନାହିଁ, କିମ୍ବା ବିନା ଅଭିଭାବକ ଙ୍କ ସହମତି କ୍ରମେ ଫିସ ବା ଦେୟ ବୃଦ୍ଧି ଅବା ଆଦାୟ ପାଇଁ ଚାପ ପ୍ରୟୋଗ କରି ପାରିବେ ନାହଁ ।

ଏହି ଆଇନ ପ୍ରଣୟନ ସତ୍ୱେ ଏହି ସ୍କୁଲ ପ୍ରିନ୍ସିପାଲ ଶତକଡା ୪୦% ଭାଗ ଦେୟ ବା ଫିସ ବୃଦ୍ଧି କରି ଏକା ଥରକେ ଏକ ବର୍ଷ ର ଅବା ଛଅ ମାସ ର ଫିସ ବା ଦେୟ ଦାଖଲ କରିବା ପାଇଁ ଧମକ ପୁର୍ଣ ମୋବାଇଲ ମେସେଜ ବାରମ୍ବାର ପୋଷ୍ଟ କରିବା ଅନେକ ଅଭିଭାବକ ଙ୍କୁ ଛାତ୍ର, ଛାତ୍ରୀ ଙ୍କୁ ସ୍କୁଲ ରୁ ବାହାର କରି ଦେବା ଧମକ ଦେଇ ଜଣ ପିଛା ୨୫ ରୁ ୩୦ ହଜାର ଟଙ୍କା ଲେଖାଏଁ ଏକ ପ୍ରକାର ମାନସିକ ଚାପ ପ୍ରୟୋଗ କରି ଆଦାୟ କରିନେଇଯାଇଛନ୍ତି ।

ଗତ ୨୦୨୦-୨୧ ବର୍ଷ ରେ ଛାତ୍ର, ଛାତ୍ରୀ ଙ୍କୁ ବସ ଭଡା ଓ ସେନିଟାଇଜ ଫିସ ଦେୟ ଆଦି ସ୍କୁଲ ରେ ନ ଥିବା ବେଳେ ତଥା ସରକାରୀ ଭାବେ ସ୍କୁଲ କୁ ଆଇସୋଲେସନ କେନ୍ଦ୍ର ଭାବେ ବ୍ୟବହାର କରି ଅର୍ଥ ନେବା ନେଇ ଅଭିଭାବକ ମହଲରେ ଅସନ୍ତୋଷ ଉଗ୍ର ରୂପ ଧାରଣ କରିଛି ।

ଏପରି କି ସ୍କୁଲ ପ୍ରିନ୍ସିପାଲ ଙ୍କୁ ଓ ସମସ୍ତ ପ୍ରଶାସନିକ ଅଧିକାରୀ ଙ୍କୁ ଏନେଇ ପୂର୍ବରୁ ଲିଖିତ ଅଭିଯୋଗ କରିଥିବା ବେଳେ ସ୍କୁଲ ପରିଚାଳନା ଅଧ୍ୟକ୍ଷ ରାୟପୁର ରେ ଚିକିତ୍ସିତ ହେଉଛନ୍ତି ଏଣୁ ୧୫ ଦିନ ସମୟ ଦେବାକୁ କହିଥିଲେ । ଉକ୍ତ ସମୟ ପୂର୍ବରୁ ଜାଣିଶୁଣି କିଛି ଚାଟୁକର ତଥା କଥିତ ଭଦ୍ର ବ୍ୟକ୍ତି ଙ୍କ ସହ ସଲାସୁତୁରା ନୀତି ଆପଣେଇ ଧମକ ପୁର୍ଣ ଚେତାବନୀ ଦେବା ଅନ ଲାଇନ ପାଠ ପଢା ରୁ ବଞ୍ଚିତ କରି ପରୀକ୍ଷା ଖାତା ନ ଦେଇ ନିଜ ଦାବୀ ମୁତାବକ ଅର୍ଥ ଆଦାୟ କରି ନେଇଥିଲେ ।

ଅନ୍ୟ ଉପାୟ ନପାଇ ଅଭିବାବକ ଟଙ୍କା ଦେବାକୁ ବାଧ୍ୟ ହୋଇ ଦେବା ସତ୍ୱେ ପୁନଃ ଛଅ ମାସ ର ଉକ୍ତ ବର୍ଦ୍ଧିତ ହାର ରେ ଟଙ୍କା ଜମା କରିବା ଧମକ ଦେଇଥିବା ଓ ହଠାତ ଅନଲାଇନ ରୁ ବଞ୍ଚିତ କରିଦିଆଯାଇଛି । ଅଭିଭାବକ ପୂର୍ବ ପରି ଦେଇ ଆସୁଥିବା ଫିସ ହାର ରେ ଟଙ୍କା ପ୍ରଦାନ କରିବାକୁ ରାଜି ଥିବା ସତ୍ୱେ ଏପରି ମନମୂଖୀ ଭାବେ ବ୍ୟବସାୟିକ ମନୋଭାବ ପୋଷଣ କରି ପାଠ ପଢା ରୁ ବଞ୍ଚିତ ହଠାତ ବଞ୍ଚିତ କରିଦେବା ନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି ।

ଏପରି କି ଟ୍ରଷ୍ଟ ପରିଚାଳନା କମିଟି ର ବିନା ସହମତି ରେ ଏହି ବିଦ୍ୟାଳୟ ଚାଲୁଥିବା ଯୋଗୁଁ ଏ ନେଇ ଉକ୍ତ କମିଟି ସାମ୍ନା କୁ ସ୍କୁଲ କର୍ତ୍ତୃପକ୍ଷ ଆଣିପାରୁ ନାହାନ୍ତି । ଟ୍ରଷ୍ଟ ନିୟମ ଅନୁଯାୟୀ ଅନୁଛେଦ ୧୩/୦୬ ଅନୁସାରେ ଏପରି ଜାତୀୟ ବିପତ୍ତି ସମୟରେ ସମସ୍ତ ଖର୍ଚ୍ଚ ନିଜେ ବହନ କରିବା ଉଚିତ । ପ୍ରକାଶ ଯେ,ବିଦ୍ୟାଳୟ କୁ ଆଇସୋଲେସନ ଭାବେ ବ୍ୟବହାର କରାଯାଇଥିବା ବେଳେ ଲକ୍ଷାଧିକ ଟଙ୍କାର ସରକାରୀ ବିଲ,ଭାଉଚର ଦାଖଲ କରି ଟଙ୍କା ପାଇବା ବ୍ୟବସ୍ଥା ର ସୁଯୋଗ ନେଇ ଉକ୍ତ ଅର୍ଥ କିଏ କିଭଳି ବ୍ୟବହାର କରିଛି ତାର ସବିଶେଷ ତଥ୍ୟ ଜିଲ୍ଲା ପ୍ରଶାସନ ତଦନ୍ତ କରିବା ଅଭିଭାବକ ମହଲରେ ଦାବୀ ହୋଇଛି ।ଅନଲାଇନ ପାଠ ପଢା ବନ୍ଦ ନେଇ ଟିଟିଲାଗଡ ଅଭିଭାବକ ମହଲରେ ତୀଵ୍ର ଅସନ୍ତୋଷ

ଏ ସବୁ ବିଷୟ ନେଇ ଗୁରୁବାର ଅପରାହ୍ନ ସମୟରେ ଅଭିଭାବକ ଏକ ବୈଠକ ଅନୁଷ୍ଠିତ କରି ପ୍ରିନ୍ସିପାଲ ଙ୍କ ଧମକ,ବାରମ୍ବାର ଚେତାବନୀ ମିଥ୍ୟା ମକଦ୍ଦମା ରୁଜୁ କରି ଅଭିଭାବକ ଙ୍କୁ ଭୟଭୀତ କରି ମାନସିକ ଚାପ ଉଭୟ ଛାତ୍ର, ଛାତ୍ରୀ ଙ୍କ ଉପରେ ପକେଇ ଅନ ଲାଇନ ଶିକ୍ଷା ବନ୍ଦ କରିଦେବା ଆଇନ ଅନୁଯାୟୀ ଦଣ୍ଡନୀୟ ହୋଇଥିବା ରୁ କାର୍ଯ୍ୟାନୁଷ୍ଠାନ ପାଇଁ ଲିଖିତ ଏତଲା ଟିଟିଲାଗଡ ଥାନା ଅଧିକାରୀ ରଞ୍ଜନ ବରିହା ଙ୍କୁ ପ୍ରଦାନ କରାଯାଇ ଥିବା ଅଭିଭାବକ ଜଣେଇଛନ୍ତି ।

ବର୍ତ୍ତମାନ ପୋଲିସ ପ୍ରଶାସନ ପକ୍ଷରୁ କଣ ପଦକ୍ଷେପ ନିଆଯିବ ତଥା ଜିଲ୍ଲା ଶିକ୍ଷାଧିକାରୀ ଓ ଉପଖଣ୍ଡ ଶିକ୍ଷା ଅଧିକାରୀ କଣ ପଦକ୍ଷେପ ନେବେ ସେ ନେଇ ସମସ୍ତ ଙ୍କ ନଜର ରହିଛି ।