ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଦୁର୍ନୀତି ସହ ପଶ୍ଚିମ ଓଡିଶା କୁ ଅବହେଳା ନେଇ ବିକ୍ଷୋଭ ପ୍ରଦର୍ଶନ

0
191

ରିପୋର୍ଟ : ସନ୍ତୋଷ କୁମାର ନାୟକ
ବଲାଙ୍ଗୀର,ତା(୨୨/୦୭) : ସରକାରଙ୍କ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଆବଣ୍ଟନରେ ପଶ୍ଚିମ ଓଡ଼ିଶାକୁ ସମ୍ପୂର୍ଣ୍ଣ ଅବହେଳା ନେଇ ବଲାଙ୍ଗୀର ରେ ଏକ ପଦଯାତ୍ରା ସହ ବଲାଙ୍ଗୀର ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି ।

ଏହି ଅବସରରେ ଏକ ବିଶାଳ ପଦଯାତ୍ରା ପୂର୍ବାହ୍ନ ସାଢେ଼ ୧୦ଟାରେ ଟାଉନ ହଲ୍ ଠାରୁ ବାହାରି ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ନିକଟରେ ପହଞ୍ଚିଥିଲା । ଦୀର୍ଘ ସମୟ ଧରି ବିକ୍ଷୋଭକାରୀମାନେ ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ଘେରାଉ ସହ ନାରାବାଜି କରି ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଦୁର୍ନୀତି ସହ ପଶ୍ଚିମ ଓଡିଶା କୁ ଅବହେଳା କୁ ନେଇ ତୀଵ୍ର ପ୍ରତିବାଦ କରାଯାଇଛି । ବିକ୍ଷୋଭ ପ୍ରଦର୍ଶନ ପରେ ଜିଲ୍ଲାପାଳ ଚଞ୍ଚଳ ରାଣାଙ୍କ ଜରିଆରେ ଏକ ୬ ଦଫା ସମ୍ବଳିତ ଲିଖିତ ଦାବିପତ୍ର ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ପ୍ରଦାନ କରାଯାଇଛି ।WhatsApp Image 2021 07 23 at 10.26.23 AM ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଦୁର୍ନୀତି ସହ ପଶ୍ଚିମ ଓଡିଶା କୁ ଅବହେଳା ନେଇ ବିକ୍ଷୋଭ ପ୍ରଦର୍ଶନ

ସରକାର ଙ୍କ ପାଖରେ କରାଯାଇଥିବା ଦାବୀ ତଥା ଜିଲ୍ଲାରେ ଆବଶ୍ୟକ ଆବାସ ଯୋଜନା ଅନୁଦାନ ବିଷୟରେ ଆଲୋଚନା କରାଯାଇ ସମସ୍ୟା ସବୁର ସମାଧାନ ଦିଗରେ ପଦକ୍ଷେପ ନିଆଯିବ ବୋଲି ଜିଲ୍ଲାପାଳ ପ୍ରତିଶ୍ରୁତି ଦେଇଥିବା ଯୁବାମଞ୍ଚ ତରଫରୁ ପ୍ରକାଶ ପାଇଛି ।

ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ କିସ୍ତି ଅନୁଯାୟୀ ସଠିକ ସମୟରେ କରୋନା ଆଳରେ ଗୃହ ନିର୍ମାଣ କାର୍ଯ୍ୟ ପାଇଁ ପ୍ରଦାନ ନ କରିବା ସହ ଅନେକ ସଂଖ୍ୟାରେ ବଞ୍ଚିତ ହିତାଧିକାରୀ ଙ୍କୁ ସାମିଲ ନେଇ ଦୁର୍ନୀତି କରାଯାଉଥିବା ଅଭିଯୋଗ ହୋଇଛି । ଯଦ୍ୱାରା ହିତାଧିକାରୀ ଦୁର୍ଦ୍ଦଶା ର ଶିକାର ହେଉଥିବା ସାର ହେଉଛି । ଏ ସବୁ ସମସ୍ୟାର ସମାଧାନ ତୁରନ୍ତ ନ କରାଗଲେ ଆଗାମୀ ଦିନରେ ଆହୁରି ତୀଵ୍ର ଆନ୍ଦୋଳନ କରାଯିବା ଚେତାବନୀ ଦିଆଯାଇଛି ।

ଏହି ପଦଯାତ୍ରା ଓ ବିକ୍ଷୋଭ ପ୍ରଦର୍ଶନରେ ପଶ୍ଚିମ ଓଡ଼ିଶା ଯୁବା ମଞ୍ଚର ଗୋପବନ୍ଧୁ ପଟେଲ, ରମ୍ୟ ସାହୁ, ଜୟନ୍ତ ସାହୁ, ରିକୁନ ମିଶ୍ର, ଥବିର କର୍ମୀ, ଖଗେଶ୍ୱର ପଧାନ, ସୁରେଶ କମ୍ପ, ଅଙ୍କିତ ବିଶି, ଗଣେଶ ପଧାନ, ସନ୍ତୋଷ ପଲିତା, କିଶୋର ଗୁରାଣ୍ଡି, ଲିଙ୍ଗରାଜ ସେଠ, ଦେବ ପଣ୍ଡା, ବିରେନ୍ଦ୍ର ପାଣ୍ଡେ, ସରୋଜ ପଧାନ, ଦେବେନ୍ଦ୍ର ପଟେଲ, ସୌମ୍ୟଜିତ ମିଶ୍ରଙ୍କ ସହ କୋଶଲ ରାଜ୍ୟ ସମନ୍ୱୟ ସମିତି, କୋଶଲ ଯୁବ ସମନ୍ୱୟ ସମିତି, ବଲାଙ୍ଗିର ର ସ୍ୱେଚ୍ଛାସେବୀଙ୍କ ସମତେ ଅନେକ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ ।