ଢେଙ୍କାନାଳର ମା ତାରିଣୀଙ୍କ ପୀଠରେ ଆଷଢାଇ ପର୍ବ ପାଳନ : ସଂଧ୍ୟାରେ କରାଗଲା ମହାସ୍ନାନ

0
174

ରିପୋର୍ଟ : ଶୁଭମ ପାଣି
ଢେଙ୍କାନାଳ,(୨୩/୦୭) : ଢେଙ୍କାନାଳର ଗାନ୍ଧିମନ୍ଦିର ରୋଡ଼ ସ୍ଥିତ ମା ତାରିଣୀଙ୍କ ପୀଠରେ ଆଜି ଆସଡ଼ାଇ ପର୍ବ ପାଳନ କରାଯାଇଥିଲା ।

ପ୍ରାତଃରୁ ମା ତାରିଣୀଙ୍କ ମନ୍ଦିର ପହଡ଼ ପଡିଥାଏ । ସଂଧ୍ୟା ସମୟରେ ମନ୍ଦିର ଖୋଲାଯିବା ପରେ ମା ଙ୍କୁ ମହାସ୍ନାନ କରାଗଲା । ନୂତନ ବସ୍ତ୍ର, ବିଭିନ୍ନ ଫୁଲ ହାର ,ଦ୍ୱୀପ, ଧୂପ ,ଝୁଣା , କର୍ପୂର ଆଳତି କରାଯାଇଥିଲା । ବିଭିନ୍ନ ପ୍ରକାରର ପିଠା, ମିଠା, ଫଳ ସଂଧ୍ୟା ସମୟରେ ଭୋଗ ଲଗାଯାଇଥିଲା ।

ଆଷାଢ଼ ମାସର ଏହି ପର୍ବ ଶେଷ ଗୁରୁବାର ଦିନ ମନ୍ଦିରରେ ପାଳନ କରାଯାଏ ।