ମେଣ୍ଟର ବିକାଶ କର୍ମଶାଳା ଉଦଘାଟନ

0
260

ରିପୋର୍ଟ : ଗୋପୀନାଥ ଗୌଡ଼ //
ରାୟଗଡା, (୨୯/୧୨) : ସ୍ଥାନୀୟ ସେଞ୍ଚୁରିଆନ ଉନିଭର୍ସିଟି ପ୍ରାଙ୍ଗଣରେ ଦୁଇ ଦିନିଆ ମେଣ୍ଟର ବିକାଶ କର୍ମଶାଳା କାର୍ଯକ୍ରମ ର ଶୁଭାରମ୍ଭ କରାଯାଇଛି ।62f2f4e6 260c 48f7 a586 d4f132465b7b ମେଣ୍ଟର ବିକାଶ କର୍ମଶାଳା ଉଦଘାଟନ

ଏହି ମେଣ୍ଟର ବିକାଶ କର୍ମଶାଳା କାର୍ଯକ୍ରମ ଭାରତୀୟ ଯୁବଶକ୍ତି ଟ୍ରଷ୍ଟ, ନୂଆଦିଲ୍ଲୀ ଓ ଜେ. କେ ପେପର ର ମିଳିତ ସହଯୋଗ ରେ ଆୟୋଜନ କରାଯାଇଥିଲା । ଏଥିରେ କଲେଜ ର ପ୍ରଫେସର ଓ କର୍ମକର୍ତ୍ତା ଙ୍କୁ ତାଲିମ ଦିଆଯାଇ ଆଗାମୀ ଯୁବ ପିଢ଼ି ପାଇଁ ମେଣ୍ଟର୍ ନିର୍ମାଣ କରାଯାଉଛି । ଏହି କାର୍ଯକ୍ରମ ର ମୂଳ ଲକ୍ଷ୍ୟ ଯେ, ଏହି ମେଣ୍ଟର ମାନଙ୍କ ମାଧ୍ୟମରେ ଏହି ଅଞ୍ଚଳରେ ଆଗକୁ ନୂଆ ଉଦ୍ୟୋଗୀ ମାନଙ୍କୁ ସହଯୋଗ ଓ ଗାଇଡ କରାଯାଇପାରିବ । ଏହି କାର୍ଯକ୍ରମ ରେ BYST ର ମେଣ୍ଟର୍ କେ.ସାଲଭାରାଜୁ, ସୁବାସ ଚନ୍ଦ୍ର ରଥ, ଡାଇରେକ୍ଟର MSME -ଏନ. କେ. ରତ୍ନମ, ଚନ୍ଦ୍ର ଶେଖର ପାତ୍ର, ପ୍ରିନ୍ସିପାଲ ସେଞ୍ଚୁରୀୟନ ୟୁନିଭରସିଟି ନିଜର ଅଭିବ୍ୟକ୍ତି ରଖିଥିଲେ ଏବଂ ରମେଶ ଚନ୍ଦ୍ର ଖାଡଙ୍ଗା, ସିନିୟର୍ ମେଣ୍ଟାର BYST ପ୍ରଶିକ୍ଷଣ ଦେଇଥିଲେ | ବି. ୟାଇ.ଏସ. ଟି ତରଫରୁ ନିହାର ରଞ୍ଜନ ଓଝା, ପ୍ରବୀଣ କୁମାର ଲିମ୍ବା ଓ ରୋଜାଲିନ ପଣ୍ଡା କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ।