ମୃତ୍ତିକା ସଂରକ୍ଷଣ ଓ ଜଳବିଭାଜିକା ଉନ୍ନୟନ ବିଭାଗ ନିର୍ଦ୍ଦେଶକଙ୍କ ରାୟଗଡ଼ ଜିଲ୍ଲା ଗସ୍ତ

0
278

ରିପୋର୍ଟ : ଗୋପୀନାଥ ଗୌଡ଼ //
ରାୟଗଡ, ତା(୩୦/୧୨) : ମୃତ୍ତିକା ସଂରକ୍ଷଣ ଓ ଜଳ ବିଭାଜିକା ମିଶନ ନିର୍ଦ୍ଦେଶକ, ଓଡ଼ିଶା, ଶ୍ରୀଯୁକ୍ତ ହେମନ୍ତ କୁମାର ପଣ୍ଡା ଦିନିକିଆ ଗସ୍ତରେ ଆସି ଗତ ତା ୨୯/୧୨/୨୧ ରିଖ ଦିନ ରାୟଗଡ଼ ଜିଲ୍ଲା ର ବିଭିନ୍ନ ଗ୍ରାମରେ ଚାଲିଥିବା କାର୍ଯ୍ୟ ର କ୍ଷେତ ପୋଖରୀ ପରିଦର୍ଶନ କରିଛନ୍ତି । ପଦ୍ମପୁର ବ୍ଲକ ଅନ୍ତର୍ଗତ ଆଖୁସିଙ୍ଗ ପଞ୍ଚାୟତ ର ତିତିରିବନ୍ଧ ଗ୍ରାମକୁ ଯାଇ ଶ୍ରୀ ଗାମା ମାଝୀଙ୍କ କ୍ଷେତ ପୋଖରୀ ପରିଦର୍ଶନ କରିଥିଲେ ।5123d38f f698 4e99 967a 5f2919c09de9 ମୃତ୍ତିକା ସଂରକ୍ଷଣ ଓ ଜଳବିଭାଜିକା ଉନ୍ନୟନ ବିଭାଗ ନିର୍ଦ୍ଦେଶକଙ୍କ ରାୟଗଡ଼ ଜିଲ୍ଲା ଗସ୍ତ

ଏହାପରେ କୋଲନରା ବ୍ଲକ ଅନ୍ତର୍ଗତ ବାଂକିଲୀ ପଞ୍ଚାୟତ ର ରୋବାଡି ଗ୍ରାମ କୁ ଯାଇ ଶ୍ରୀ ସାନି ହିମିରିକାଙ୍କ କ୍ଷେତ ପୋଖରୀ ପରିଦର୍ଶନ କରିବା ସହ ସମ୍ମନ୍ୱିତ କୃଷି ପଦ୍ଧତି ବିଷୟରେ ଗୁରୁତ୍ୱ ଆରୋପ କରିଥିଲେ । ମୃତ୍ତିକା ସଂରକ୍ଷଣ ଓ ଜଳବିଭାଜିକା ଉନ୍ନୟନ ବିଭାଗ ନିର୍ଦ୍ଦେଶକ ଉପସ୍ଥିତ ଥିବା ମହିଳା ସ୍ବୟଂ ସହାୟକ ଗୋଷ୍ଠୀଙ୍କ ସହିତ କ୍ଷେତ ପୋଖରୀର ଉପକାରିତା ବିଷୟରେ ଅଲୋଚନା କରିଥିଲେ । ଏହି ପୋଖରୀ ଦ୍ଵାରା ଜମିରେ ଆଦ୍ରତା ବଢିବା ସହ ଚାଷୀ ସ୍ୱଳ୍ପବୃଷ୍ଟି ସତ୍ବେ ଖରିଫ ଋତୁରେ ମଧ୍ୟ ଧାନ ଚାଷରୁ ଭଲ ଅମଳ ପାଇଛନ୍ତି ବୋଲି ଚାଷୀ ମାନେ ପ୍ରକାଶ କରିଥିଲେ ।

ଗାମା ମାଝୀ ତାଙ୍କ ପୋଖରୀ ହୁଡ଼ାରେ ହରଡ଼ ଚାଷ କରିଛନ୍ତି ଯେଉଁଥିରୁ ସେ ଏହି ବର୍ଷ ଅତି କମରେ ୨୦୦୦ ହଜାର ଟଙ୍କାର ଅଧିକ ଆୟ କରି ପାରିବେ । ଏହାଛଡା ଆଗାମୀ ଦିନରେ ମାଛଚାଷ ଓ ପନିପରିବା ଚାଷ କରି ଅତିକମରେ ୧୫୦୦୦ ଟଙ୍କାର ଅଧିକ ଲାଭ ପାଇପାରିବେ । ସାନି ହିମିରିକା ତାଙ୍କ ପୋଖରୀ ହୁଡ଼ାରେ ନଡିଆ, କଦଳୀ, ଅମୃତଭଣ୍ଡା ଓ ଲେମ୍ବୁ ଚାଷ କରିବାସହ ପୋଖରୀ ଚାରିପଟେ ବାଇଗଣ, ଟମାଟୋ ଓ ଗେଣ୍ଡୁଫୁଲ ଚାଷ କରିଛନ୍ତି, ଯେଉଁଥିରୁ ସେ ଏହି ବର୍ଷ ଅତି କମରେ ୬୦୦୦ ଟଙ୍କାର ଅଧିକ ଆୟ କରି ପାରିବେ ।

ଏହା ଛଡା ଆଗାମୀ ଦିନରେ ମାଛଚାଷ, ବତକ, କୁକୁଡ଼ା ଓ ପନିପରିବା ଚାଷ କରି ଅତିକମରେ ୨୦୦୦୦ ଟଙ୍କା ରୁ ଅଧିକ ଲାଭ ପାଇପାରିବେ । ଏହି ସବୁ କାର୍ଯ୍ୟକ୍ରମରେ ଜଳ ବିଭାଜିକା ନିର୍ଦ୍ଦେଶକ ଶ୍ରୀଯୁକ୍ତ ପ୍ରଦୀପ କୁମାର ପଟ୍ଟନାୟକ ଏବଂ ବିଭାଗୀୟ କର୍ମଚାରୀ ମାନେ ଉପସ୍ଥିତ ଥିଲେ । ଆଗାମୀ ଦିନରେ ଚାଷୀର ହିତ ପାଇଁ କ୍ଷେତ ପୋଖରୀ କାମକୁ ଅଧିକ ତ୍ଵରାନ୍ନିତ କରିବା ପାଇଁ ନିର୍ଦ୍ଦେଶକ ମହୋଦୟ ଉପଦେଶ ଦେଲେ ।