ଢେଙ୍କାନାଳ ଜିଲ୍ଲା ଆଇନ ସେବା ପ୍ରାଧିକରଣ ଦ୍ଵାରା ଆଇନ୍ ସଚେତନତା ଶିବିର

0
229

ରିପୋର୍ଟ: ରଂଜିତ ବେହେରା //
ଢେଙ୍କାନାଳ (୨୩/୦୭): ଅଦ୍ୟ (୨୩.୦୭.୨୦୨୧) ଦିନ ଜିଲ୍ଲା ଆଇନ ସେବା ପ୍ରାଧିକରଣର ଅଧ୍ୟକ୍ଷ ଶ୍ରୀ ଶରତ କୁମାର ଦେହୁରୀଙ୍କ ନିର୍ଦ୍ଦେଶକ୍ରମେ ଅନଲାଇନ୍ ମାଧ୍ୟମରେ ବ୍ରଜନାଥ ବଡଜେନା ଉଚ୍ଚ ବିଦ୍ୟାଳୟର ଛାତ୍ରଛାତ୍ରୀ , ପାରାଲିଗାଲ ଭଲ୍ୟନଟିୟରମାନଙ୍କୁ ନେଇ ଜିଲ୍ଲା ଆଇନ ସେବା ପ୍ରାଧିକରଣ , ଢେଙ୍କାନାଳ ଦ୍ୱାରା ଶିଶୁ ନ୍ୟାୟ ଅଧିନିୟମ ଓ ବାଧ୍ୟତାମୂଳକ ଶିକ୍ଷା ଅଧିକାର ଆଇନ ବ୍ୟବସ୍ଥା ସଂପର୍କିତ ଏକ ଆଇନ୍ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଟିତ ହୋଇଯାଇଅଛି ।

ଢେଙ୍କାନାଳ ଜିଲ୍ଲା ଆଇନ ସେବା ପ୍ରାଧିକରଣ: ଏହି କାର୍ଯ୍ୟକ୍ରମରେ ଜିଲ୍ଲା ଆଇନ ସେବା ପ୍ରାଧିକରଣର ସଚିବ ଶ୍ରୀ ସୁକାନ୍ତ କିଶୋର ଜେନା ଶିଶୁମାନଙ୍କର ଅଧିକାର , ସେମାନଙ୍କ ପାଇଁ ଆଇନରେ ଥିବା ବିଭିନ୍ନ ନିୟମ ଓ ଆଜିର ଶିଶୁ କାଲିର ଭବିଷ୍ୟତବୋଲି ନିଜର ଅଭିଭାଷଣରେ କହିଥିଲେ । ପ୍ରଥମ ଶ୍ରେଣୀ ବିଚାରବିଭାଗିୟ ମାଜିଷ୍ଟ୍ରେଟ ଶ୍ରୀମୟୀ ନନ୍ଦ ବାଧ୍ୟତାମୂଳକ ଶିକ୍ଷା ଅଧିକାର ଆଇନ ବ୍ୟବସ୍ଥା ସମ୍ପର୍କରେ ବୁଝାଇବା ସଙ୍ଗେ ସଙ୍ଗେ ୬ ରୁ ୧୪ ବର୍ଷ ପିଲାମାନଙ୍କ ପାଠ ପଢିବା ପାଇଁ ବାଧ୍ୟତାମୂଳକ ବୋଲି ନିଜର ବକ୍ତବ୍ୟରେ କହିଥିଲେ ।

ଶିଶୁ ମଙ୍ଗଳ କମିଟିର ସଦସ୍ୟା ଭାନୁମତି ପାଣି ଶିଶୁ ନ୍ୟାୟ ଅଧିନିୟମ ବିଷୟରେ ବିଷଦ ଭାବରେ ଆଲୋକପାତ କରିଥିଲେ । ଏହି କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାଜଜ୍ ତଥା ସ୍ୱତନ୍ତ୍ର ଜଜ୍‌ ( ଭିଜିଲାନ୍ସ ) ଶ୍ରୀ ଲଲିତ କୁମାର ଦାଶ , ପାରିବାରିକ ଅଦାଲତର ବିଚାରପତି ସୂର୍ଯ୍ୟନାରାୟଣ ଦ୍ବିବେଦି , ଅତିରିକ୍ତ ଜିଲ୍ଲାଜଜ୍ ଶ୍ରୀ ରାଜ୍‌କିଶୋର ମହାପାତ୍ର , ମୁଖ୍ୟ ବିଚାରବିଭାଗିୟ ମାଜିଷ୍ଟ୍ରେଟ୍ର ମୁକ୍ତିରଂଜନ ଶତପଥୀ , ରେଜିଷ୍ଟ୍ରର ସିଭିଲକୋର୍ଟ ଶ୍ରୀ ଚିନ୍ମୟ ମିଶ୍ର , ବରିଷ୍ଟ ଦେୱାନୀବିଚାରପତି ଶ୍ରୀ ସୁବାସ ଚନ୍ଦ୍ର ଧଳ , ଅତିରିକ୍ତ ବରିଷ୍ଟ ଦେଓନୀ ଅଦାଲତ ବିଚାରପତି ଲୋପାମୁଦ୍ରା ପଣ୍ଡା , ବରିଷ୍ଟ ଦେୱାନୀ ଅଦାଲତ ( ଏଲ.ଆର.ଓଏଲ୍ . ଟି.ଭି ) ବିଚାରପତି ଶ୍ରୀ ସୁଶିଲ କୁମାର ସାହୁ , ବରିଷ୍ଟ ଦେୱାନୀ ବିଚାରପତି ( ମହିଳା ଅଦାଲତ ) ଶ୍ରୀମତୀ ସାବିତ୍ରୀ ନାୟକ , ଉପଖଣ୍ଡ ଭାଗିୟ ମାଜିଷ୍ଟ୍ରେଟ ଶ୍ରୀମତି ସଂନ୍ଧ୍ୟା ରଥ , ପ୍ରଥମ ଶ୍ରେଣୀ ବିଚାରବିଭାଗିୟ ମାଜିଷ୍ଟ୍ରେଟ ନିଶ ଅଗ୍ରୱାଲ , ବ୍ରଜନାଥ ବଡଜେନା ଉଚ୍ଚ ବିଦ୍ୟାଳୟର ଶିକ୍ଷକ ଶ୍ରୀ ଦେବରାଜ ରାଉତ , ଥାନା ଅଧିକାରୀ ଅମ୍ରତା ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ |